ଦିଲ୍ଲୀରେ ହେଲା ଭାରତର ପ୍ରଥମ ସ୍ମଗ୍ ଟାୱାର
ଭୁବନେଶ୍ୱର: ଅଗଷ୍ଟ ୨୩: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଭାରତର ପ୍ରଥମ ସ୍ମଗ୍ ଟାୱାର ଦିଲ୍ଲୀରେ ନିର୍ମାଣ ହୋଇଛି । ଏହାକୁ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍ ଉଦ୍ଘାଟନ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ଦିଲ୍ଲୀର ଏନ୍ଭରମେଣ୍ଟାଲ ମିନିଷ୍ଟର ଭୋପାଲ ରାଇ ଉପସ୍ଥିତ ରହିଥିଲେ । ୨୦ ମିଟର ଉଚ୍ଚ ବିିଶିଷ୍ଟ ଏହି ସ୍ମଗ୍ ଟାୱାର କନ୍ନଟ ପ୍ଳେସ୍ ବା ସିପି ଅଞ୍ଚଳରେ ଥିବା ବାବା ଖରକ ସିଂହ ମାର୍ଗରେ […]
ଭୁବନେଶ୍ୱର: ଅଗଷ୍ଟ ୨୩: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଭାରତର ପ୍ରଥମ ସ୍ମଗ୍ ଟାୱାର ଦିଲ୍ଲୀରେ ନିର୍ମାଣ ହୋଇଛି । ଏହାକୁ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍ ଉଦ୍ଘାଟନ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ଦିଲ୍ଲୀର ଏନ୍ଭରମେଣ୍ଟାଲ ମିନିଷ୍ଟର ଭୋପାଲ ରାଇ ଉପସ୍ଥିତ ରହିଥିଲେ । ୨୦ ମିଟର ଉଚ୍ଚ ବିିଶିଷ୍ଟ ଏହି ସ୍ମଗ୍ ଟାୱାର କନ୍ନଟ ପ୍ଳେସ୍ ବା ସିପି ଅଞ୍ଚଳରେ ଥିବା ବାବା ଖରକ ସିଂହ ମାର୍ଗରେ ରହିଛି ।
ପ୍ରଦୂଷିତ ସ୍ଥାନ ରାଜଧାନୀ ଦିଲ୍ଲୀର ପ୍ରଦୂଷଣକୁ କମ୍ କରିବା ବା ନିୟନ୍ତ୍ରଣ କରିତବା ପାଇଁ ସ୍ମଗ୍ ଟାୱାର ତିଆରି କରାଯାଇଛି । ଏହା ଏକ ବିଶୋଧକ ଭାବେ କାର୍ଯ୍ୟ କରିବ । ଏହାସହ ଟାୱାର ଆଖପାଖ ଏକ କିଲୋମିଟର ପରିଧିରେ ଥିବା ପ୍ରଦୂଷିତ ବାୟୁକୁ ଏହା ବିଶୋଧନ କରିବ । ପ୍ରତି ସେକେଣ୍ଡରେ ଏହି ଟାୱାର ଏକ ହଜାର ଘନମିଟର ବାୟୁକୁ ଶୁଦ୍ଧ କରିବାର କ୍ଷମତା ରଖିଛି । ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଟି ବମ୍ବେ ଦ୍ୱାରା ଏହି ଟାୱାର ଏକ ପରୀକ୍ଷାମୂଳକ ଭିତ୍ତିରେ ସ୍ଥାପନ କରାଯାଇଛି । ଯଦି ଏହା ଠିକ୍ଠାକ୍ କାର୍ଯ୍ୟ କରେ, ତେବେ ଆଗକୁ ଦିଲ୍ଲୀରେ ଏହିପରି ଆହୁରି ଟାୱାର ଗଠନ କରାଯାଇପାରେ । ସୂଚନା ଅନୁସାରେ, ସ୍ମଗ୍ ଟାୱାର ପ୍ରଦୂଷିତ ବାୟୁକୁ ବିଶୋଧନ କରିବା କାର୍ଯ୍ୟ କରିବ । ଏଥିରେ ଥିବା ଏକାଧିକ ଏୟାର୍ ଫିଲଫର ଶୋଷିତ ହୋଇଥିବା ପ୍ରଦୂଷିତ ବାୟୁକୁ ଶୁଦ୍ଧ କରି ପୁନଃ ବାୟୁ ମଣ୍ଡଳକୁ ତ୍ୟାଗ କରିବ ।
ତେବେ ଦିଲ୍ଲୀରେ ଆନନ୍ଦବିହାରଠାରେ ଏହିପରି ଆଉ ଏକ ସ୍ମଗ୍ ଟାୱାର ପ୍ରସ୍ତୁତ କରାଯାଉଛି, ଯାହାକି ଅକେଫାବର ସୁଦ୍ଧା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି । ଯାହାର ଉଚ୍ଚତା ୨୫ ମିଟର ରହିବ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) କହିଛି ।




