କୋଭିଡ୍ ପରୀକ୍ଷଣରେ ଦେଶ ୫୦ କୋଟି ମାର୍କ ଅତିକ୍ରମ କଲା
ଭୁବନେଶ୍ୱର: ଅଗଷ୍ଟ ୧୯: ଆଇସିଏମ୍ଆର ଅନୁସାରେ, ଦେଶରେ ୫୦ କୋଟି କୋଭିଡ୍ ପରୀକ୍ଷା ହୋଇଛି, ଯାହାକି ଏକ ମାଇଲ୍ଖୁଣ୍ଟ । ଜୁଲାଇ ୨୧ରେ ଦେଶର ୪୫ କୋଟି କୋଭିଡ୍ ନମୁନା ପରୀକ୍ଷା ହୋଇଥିଲାବେଳେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ତାହା ବୃଦ୍ଧି ପାଇ ୫୦ କୋଟିରେ ପହଞ୍ଚିଛି । ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗଭ କହିଛନ୍ତି, ଯେ ପରୀକ୍ଷଣରେ ତ୍ୱରିତ ବୃଦ୍ଧି, ଶୀଘ୍ର ଚିହ୍ନଟ, ତୁରନ୍ତ ଆଇସୋଲେସନ୍ ଏବଂ କୋଭିଡ -୧୯ର ପ୍ରଭାବଶାଳୀ ଚିକିତ୍ସା ଆଦି ଉପରେ […]
ଭୁବନେଶ୍ୱର: ଅଗଷ୍ଟ ୧୯: ଆଇସିଏମ୍ଆର ଅନୁସାରେ, ଦେଶରେ ୫୦ କୋଟି କୋଭିଡ୍ ପରୀକ୍ଷା ହୋଇଛି, ଯାହାକି ଏକ ମାଇଲ୍ଖୁଣ୍ଟ । ଜୁଲାଇ ୨୧ରେ ଦେଶର ୪୫ କୋଟି କୋଭିଡ୍ ନମୁନା ପରୀକ୍ଷା ହୋଇଥିଲାବେଳେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ତାହା ବୃଦ୍ଧି ପାଇ ୫୦ କୋଟିରେ ପହଞ୍ଚିଛି ।
ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗଭ କହିଛନ୍ତି, ଯେ ପରୀକ୍ଷଣରେ ତ୍ୱରିତ ବୃଦ୍ଧି, ଶୀଘ୍ର ଚିହ୍ନଟ, ତୁରନ୍ତ ଆଇସୋଲେସନ୍ ଏବଂ କୋଭିଡ -୧୯ର ପ୍ରଭାବଶାଳୀ ଚିକିତ୍ସା ଆଦି ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତରେ ଏହି ପରୀକ୍ଷଣର ମାଇଲଖୁଣ୍ଟ ସଫଳ କାର୍ଯ୍ୟକାରୀ ହେଉଛି, ୫ଟି – ଟେଷ୍ଟିଂ, ଟ୍ରାକ୍, ଟ୍ରେସ, ଟ୍ରିଟ୍, ଟେକ୍ନୋଲୋଜିର ବ୍ୟବହାର, ଯାହା ଆମକୁ ମହାମାରୀର ପ୍ରସାରକୁ ରୋକିବାରେ ସହାୟକ ହୋଇଛି ।
ସମଗ୍ର ଦେଶରେ ପରୀକ୍ଷଣ ଭିତ୍ତିଭୂମି ଏବଂ କ୍ଷମତାକୁ ଦ୍ରୁତ ଗତିରେ ବୃଦ୍ଧି କରିବା ଯୋଗୁ ଏହା ସକ୍ଷମ ହୋଇଛି । ଆଇସିଏମ୍ଆର ଅଧିକାରୀଙ୍କ ସୂଚନା ଅନୁସାରେ, ଦେଶରେ ଡାଇଗ୍ନୋଷ୍ଟିକ୍ କିଟ୍ର ଉନ୍ନତ ଉତ୍ପାଦନ ହେଉଛି । ଯାହା ଫଳରେ ଭାରତ ‘ଆତ୍ମନିର୍ଭରଶୀଳ’ ହୋଇପାରିଛି । ଏହାସହିତ ପରୀକ୍ଷଣ ବୃଦ୍ଧି ଓ ବିବିଧକରଣ ଦିଗରେ ଆଇସିଏମ୍ଆର ଭିତ୍ତିଭୂମି ପ୍ରସ୍ତୁତ କରିଛି । ଏବେ ଦେଶରେ ୨,୮୭୬ଟି କୋଭିଡ୍ ଟେଷ୍ଟିଂ ଲାବ୍ରୋଟେରୀ, ୧,୩୨୨ ସରକାରୀ ଓ ୧,୫୫୪ ବେସରକାରୀ ଟେଷ୍ଟିଂ ଲାବ୍ରୋଟେରୀ ରହିଛି ।




