କଂଗ୍ରେସ ର କାର୍ଯ୍ୟକାରୀ କମିଟି ମିଟିଂ: ସୋନିଆ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତାବ ଦେଲେ

ନୂଆଦିଲ୍ଲୀ: ଅଗଷ୍ଟ ୨୪ : କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀ ଦଳର ଶୀର୍ଷ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି, କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋନିଆ ଙ୍କ ଏହି ପଦରେ ରହିବା ସପକ୍ଷରେ ମତ ଦେଇଛନ୍ତି I କଂଗ୍ରେସ ର କାର୍ଯ୍ୟକାରୀ କମିଟି ମିଟିଂ ଚାଲିଥିବା ବେଳେ ଏହା ପ୍ରକାଶ ପାଇଛି I ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ତାଙ୍କୁ ଲେଖାଯାଇଥିବା ଚିଠି ର ଉତ୍ତର ଦେଇ, ସୋନିଆ ଲେଖିଛନ୍ତି ସେ […]

Samaya Live Picture
Published On

ନୂଆଦିଲ୍ଲୀ: ଅଗଷ୍ଟ ୨୪ : କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀ ଦଳର ଶୀର୍ଷ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି, କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋନିଆ ଙ୍କ ଏହି ପଦରେ ରହିବା ସପକ୍ଷରେ ମତ ଦେଇଛନ୍ତି I କଂଗ୍ରେସ ର କାର୍ଯ୍ୟକାରୀ କମିଟି ମିଟିଂ ଚାଲିଥିବା ବେଳେ ଏହା ପ୍ରକାଶ ପାଇଛି I
ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ତାଙ୍କୁ ଲେଖାଯାଇଥିବା ଚିଠି ର ଉତ୍ତର ଦେଇ, ସୋନିଆ ଲେଖିଛନ୍ତି ସେ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି।
ସୋନିଆ ଗାନ୍ଧୀଙ୍କ ଚିଠିକୁ ଦଳର ସାଧାରଣ ସମ୍ପାଦକ (ସଂଗଠନ) କେ ସି ଭେନୁଗୋପାଲ ପଢି ଶୁଣାଇଥିଲେ I
ସୋନିଆ ଗାନ୍ଧୀ ଏହି ଚିଠି ମାଧ୍ୟମ ରେ କଂଗ୍ରେସ ମୁଖ୍ୟ ପଦରୁ ବିଦାୟ ନେବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ନୂତନ କଂଗ୍ରେସ ସଭାପତି ବାଛିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବା ଉଚିତ ବୋଲି କହିଛନ୍ତି।
ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏହି ମିଟିଂ ରେ ଭାଷଣ ଦେବାବେଳେ ସୋନିଆ ଙ୍କୁ ଦଳର ମୁଖ୍ୟ ଭାବରେ ରହିବା ପାଇଁ କହିଛନ୍ତି I

କଂଗ୍ରେସ କାର୍ଯ୍ୟକାରୀ କମିଟି ମିଟିଂ ରେ କଂଗ୍ରେସର ବରିଷ୍ଠ ନେତା ଏ କେ ଆଣ୍ଟୋନି ଦଳର ୧୦୦ ରୁ ଅଧିକ ନେତାଙ୍କ ଦ୍ୱାରା ଲିଖିତ ଚିଠି ଉପରେ ପ୍ରଶ୍ନ କରିଥିଲେ ଏବଂ ସଂସ୍କାର ଆଣିବା ପାଇଁ ଅନୁରୋଧ କରିଥିଲେ I
କଂଗ୍ରେସର ଅନେକ ନେତା ଖୋଲାଖୋଲି ଭାବେ ରାହୁଲ ଗାନ୍ଧୀଙ୍କୁ ଦଳର ମୁଖ୍ୟ ଭାବରେ ଫେରାଇ ଆଣିବାକୁ ଦାବି କରୁଥିବା ବେଳେ ଦଳ ସ୍ପଷ୍ଟ କରିଛି ଯେ କଂଗ୍ରେସ କାର୍ଯ୍ୟକାରୀ କମିଟି ମିଟିଂ ରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ I (IANS )