ଶୀତଦିନିଆ ଖାଦ୍ୟ
ଶୀତଦିନେ ଲୋକମାନେ ଥଣ୍ଡା ପାଗର ବେଶ୍ ମଜାନିଅନ୍ତି । ହେଲେ ଏହି ଦିନେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ତେଣୁ ଏହି ଦିନେ ଖାଦ୍ୟପେୟର ଟିକେ ଧ୍ୟାନ ରଖିବାକୁ ହୋଇଥାଏ । କେତେକ ଖାଦ୍ୟ ଅଛି ଯାହାକୁ ଶୀତଦିନେ ଖାଇବା ଦ୍ୱାରା ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ । ସେହିଭଳି କିଛି ଖାଦ୍ୟ ସମ୍ବନ୍ଧରେ ମହୁ – ଏହା ଚିନିର ଏକ ସଠିକ୍ ବିକଳ୍ପ । ମହୁରେ ଭିଟାମିନ୍, ମିନେରାଲ ସହ ବିଭିନ୍ନ […]
ଶୀତଦିନେ ଲୋକମାନେ ଥଣ୍ଡା ପାଗର ବେଶ୍ ମଜାନିଅନ୍ତି । ହେଲେ ଏହି ଦିନେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ତେଣୁ ଏହି ଦିନେ ଖାଦ୍ୟପେୟର ଟିକେ ଧ୍ୟାନ ରଖିବାକୁ ହୋଇଥାଏ । କେତେକ ଖାଦ୍ୟ ଅଛି ଯାହାକୁ ଶୀତଦିନେ ଖାଇବା ଦ୍ୱାରା ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ । ସେହିଭଳି କିଛି ଖାଦ୍ୟ ସମ୍ବନ୍ଧରେ
ମହୁ –

ଏହା ଚିନିର ଏକ ସଠିକ୍ ବିକଳ୍ପ । ମହୁରେ ଭିଟାମିନ୍, ମିନେରାଲ ସହ ବିଭିନ୍ନ ଦରକାରୀ ପୁଷ୍ଟିକର ପଦାର୍ଥ ରହିଥାଏ । ଏହା ଶରୀରରେ ହଜମ ଶକ୍ତି ବଢାଇବା ସହିତ ଶରୀରକୁ ଗରମ ରଖିଥାଏ । ତେଣୁ ଶୀତଦିନେ ନିଜର ଦିନର ଆରମ୍ଭ ଗୋଟିଏ ଗ୍ଲାସ ଉଷୁମ ପାଣିରେ ମହୁ ମିଶାଇ ପିଇ ଆରମ୍ଭ କରନ୍ତୁ ।
ଗୁଡ –

ଶୀତଦିନେ ସୁସ୍ଥ ରହିବାର ଅନ୍ୟଏକ ବିକଳ୍ପ ଭାବେ ଗୁଡ ବ୍ୟବହାର ହୋଇପାରିବ । ଏହା ଯେ କେବଳ ସୁସ୍ୱାଦୁ ତାହା ନୁହେଁ ଏହା ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ । ଏଥିରେ ଅନେକ ପୁଷ୍ଟିକର ତତ୍ତ୍ୱ ରହିଛି ଯାହା ଶରୀରର ପାଇଁ ଦରକାରୀ । ଏହାକୁ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିହୁଏ । ନିଜର ସବୁଦିନିଆ ଖାଦ୍ୟରେ ଏହାକୁ ବ୍ୟବହାର କରନ୍ତୁ, ସୁଫଳ ମିଳିବ ।
ଖଜୁରା – ଖଜୁରାରେ ଫାଇବର, ଆଇରନ୍, କ୍ୟାଲସିଅମ, ଭିଟାମିନ୍, ମ୍ୟାଗନେସିଅମ ଭରପୂର ମାତ୍ରାରେ ରହିଛି, ଯାହା ଶୀତଦିନେ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ଫଳରେ ଶୀତଦିନେ ହେଉଥିବା ବିଭିନ୍ନ ସଂକ୍ରମଣରୁ ରକ୍ଷା ମିଳିଥାଏ ।
ଘିଅ – ଘିଅ ସବୁଦିନିଆ ଖାଇବା ସ୍ୱାସ୍ଥ୍ୟ ପ୍ରଦ । ହେଲେ ଶୀତଦିନେ ଏହାର ବହୂଳ ବ୍ୟବହାର ହୋଇଥାଏ । ଔଷଧ ରୂପେ ଘିଅର ବ୍ୟବହାର ଅନେକ ଦିନରୁ ରହିଛି । ସାଧାରଣତଃ ଥଣ୍ଡା, କାଶ ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଘିଅକୁ ବ୍ୟବହାର କରାଯାଇଥାଏ । ତେଣୁ ରୁଟି କିମ୍ବା ଭାତରେ ଶୀତଦିନେ ଘିଅ ଯେମିତି ହେଲେ ଖାଆନ୍ତୁ ।




