ଚା ପତିର ବହୁଳ ବ୍ୟବହାର

ଚା’ କେବଳ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଏହାର ପତି ମଧ୍ୟ ବିଶେଷ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଏପରିକି ଘରର ଆସବାବପତ୍ର ସଫା କରିବା ଠାରୁ ଆରମ୍ଭ କରି ମଟନ୍‌ ରାନ୍ଧିବା ପର୍ଯ୍ୟନ୍ତ ସବୁକିଛିରେ ଉପଯୋଗୀ ହୋଇପାରେ ଚା ପତି । -ଚା’ର ଔଷଧୀୟ ଗୁଣ ଏବଂ ରଙ୍ଗ ଯୋଗୁଁ କାଠରେ ନିର୍ମିତ ଆସବାବପତ୍ରକୁ ପଲିସି କରିବା ପାଇଁ ଏହାର ପତିକୁ ବ୍ୟବହାର କରାଯାଏ । ପ୍ରଥମେ ଆପଣ ଚା’ ପତିକୁ ଭଲ […]

Samaya Live Picture
Published On

ଚା’ କେବଳ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଏହାର ପତି ମଧ୍ୟ ବିଶେଷ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଏପରିକି ଘରର ଆସବାବପତ୍ର ସଫା କରିବା ଠାରୁ ଆରମ୍ଭ କରି ମଟନ୍‌ ରାନ୍ଧିବା ପର୍ଯ୍ୟନ୍ତ ସବୁକିଛିରେ ଉପଯୋଗୀ ହୋଇପାରେ ଚା ପତି ।

-ଚା’ର ଔଷଧୀୟ ଗୁଣ ଏବଂ ରଙ୍ଗ ଯୋଗୁଁ କାଠରେ ନିର୍ମିତ ଆସବାବପତ୍ରକୁ ପଲିସି କରିବା ପାଇଁ ଏହାର ପତିକୁ ବ୍ୟବହାର କରାଯାଏ । ପ୍ରଥମେ ଆପଣ ଚା’ ପତିକୁ ଭଲ ଭାବରେ ଫୁଟାଇବେ, ଯେତେବେଳେ ଏହି ପାଣି ଥଣ୍ଡା ହୋଇଯାଏ, ତା’ପରେ ସେଥିରେ ଏକ କପଡା ଭିଜାଇ ଫର୍ଣ୍ଣିଚର ସଫା କର;ୁ ।

-ଅନେକ ସମୟରେ ଘରେ ଗ୍ଲାସ ସଫା କରିବାର ସମସ୍ୟା ଦେଖାଯାଏ, ଏପରି ପରିସ୍ଥିତିରେ ଆପଣ ଫୁଟା ଚା ପତି ପାଣିରେ କପଡ଼ାକୁ ବୁଡ଼ାଇ ଗ୍ଲାସକୁ ଆରାମରେ ସଫା କରିପାରିବେ ।

– କୌଣସି ଦୁର୍ଗନ୍ଧ ଦୂର କରିବା ପାଇଁ ଚା’ପତି ବହୁତ ପ୍ରଭାବଶାଳୀ । ଘରେ ମାଛ ରନ୍ଧା ହେବା ପରେ ରୋଷେଇ ଘର ଏବଂ ହାତ ଗନ୍ଧ ହେବାକୁ ଲାଗେ, ତେଣୁ ଫୁଟା ଚା ପାଣିରେ ହାତ ଧୋଇ ଦିଅ;ୁ । ଏହା ବ୍ୟତୀତ ଦୀର୍ଘଦିନରୁ ବନ୍ଦ ହୋଇରହିଥିବା ଆଲମିରା କିମ୍ବା ବହିଥାକରୁ ଦୁର୍ଗନ୍ଧ ଦୂର କରିବା ପାଇଁ ହର୍ବାଲ ଚା ବ୍ୟାଗକୁ ଥାକରେ ରଖନ୍ତୁ ।

– ମଟନ୍‌କୁ ମାରିନେଟ୍‌ ବେଳେ ଫୁଟା ଚା ପାଣି ଏଥିରେ ପକାଇ ଗୋଳାଇ ରଖନ୍ତୁ । ରାନ୍ଧିବା ବେଳେ ଏହାଦ୍ୱାରା ମଟନ୍‌ ଶୀଘ୍ର ନରମ ହୋଇଯିବ ।

– ଚା ପତିକୁ ସାର ଭାବରେ ମଧ୍ୟ ବ୍ୟବହାର କରାଯାଏ । ଘରେ ଚା’ତିଆରି କରିବା ପରେ ପତିକୁ ବାହାରେ ନଫୋପାଡ଼ି ତାକୁ ସଫା ପାଣିରେ ଧୋଇ ଶୁଖାଇ ରଖନ୍ତୁ । ଏହାପରେ ଗଛ ମୂଳେ ଏହି ଶୁଖିଲା ସାରକୁ ଦିଅନ୍ତୁ ।