ଶରୀରରକୁ ଫିଟ୍ ରଖେ ଘିଅ
ଘିଅ ହେଉଛି ଶୁଦ୍ଧ ଚର୍ବି, ଯାହା କ୍ଷୀର ଓ କ୍ଷୀର ଜାତୀୟ ପଦାର୍ଥରୁ ପ୍ରସ୍ତୁତ ହୋଇଥାଏ । ଭାରତୀୟ ସଂସ୍କୃତିରେ ଘିଅର ବହୁତ ମହତ୍ୱ ରହିଛି । ପୂଜାକର୍ମ ଠାରୁ ଆରମ୍ଭ କରି ଖାଦ୍ୟ ଓ ହୋମରେ ଘିଅକୁ ବ୍ୟବହାର କରାଯାଏ । ଇଜିପଫ ସଂସ୍କୃତିରେ ଘିଅକୁ ‘ସାମନା’ ବୋଲି କୁହାଯାାଇଥାଏ ଏବଂ ଇରାନରେ ଏହାକୁ ‘ରୋଗାନ୍’ ବୋଲି କୁହନ୍ତି । ବିଭିନ୍ନ ସଂସ୍କୃତିରେ ଏହାର ନାମ ଭିନ୍ନ ଭିନ୍ନ ରହିଥିଲେ ମଧ୍ୟ, ଘିଅକୁ ବିଶେଷ ଖାଦ୍ୟ […]
ଘିଅ ହେଉଛି ଶୁଦ୍ଧ ଚର୍ବି, ଯାହା କ୍ଷୀର ଓ କ୍ଷୀର ଜାତୀୟ ପଦାର୍ଥରୁ ପ୍ରସ୍ତୁତ ହୋଇଥାଏ । ଭାରତୀୟ ସଂସ୍କୃତିରେ ଘିଅର ବହୁତ ମହତ୍ୱ ରହିଛି । ପୂଜାକର୍ମ ଠାରୁ ଆରମ୍ଭ କରି ଖାଦ୍ୟ ଓ ହୋମରେ ଘିଅକୁ ବ୍ୟବହାର କରାଯାଏ । ଇଜିପଫ ସଂସ୍କୃତିରେ ଘିଅକୁ ‘ସାମନା’ ବୋଲି କୁହାଯାାଇଥାଏ ଏବଂ ଇରାନରେ ଏହାକୁ ‘ରୋଗାନ୍’ ବୋଲି କୁହନ୍ତି । ବିଭିନ୍ନ ସଂସ୍କୃତିରେ ଏହାର ନାମ ଭିନ୍ନ ଭିନ୍ନ ରହିଥିଲେ ମଧ୍ୟ, ଘିଅକୁ ବିଶେଷ ଖାଦ୍ୟ ରୂପେ ପ୍ରାୟ ସମସ୍ତେ ଗ୍ରହଣ କରିଥାନ୍ତି ।
୫ ଗ୍ରାମ ଘିଅରେ ୪୪.୮ କ୍ୟାଲେରି ପ୍ରୋଟିନ୍ ଥାଏ । ଯାହାକୁ ଶରୀରକୁ ଭିତରୁ ମଜଭୁତ କରାଇବାରେ ସାହଯ୍ୟ କରେ । ଏହାଛଡ଼ା ଘିଅରେ ଭିଟାମିନ୍ ଏ, ଇ, କେ-୨, ଡି, କ୍ୟାଲସିୟମ ଏବଂ ଓମେଗା -୩ ଭରି ରହିଥାଏ ।
ଭାରତରେ ବିଶେଷ କରି ଘିଅ ତିନି ପ୍ରକାରର ଥାଏ । ଯଥା-ରେଗୁଲାର(ଦୈନିକ) ଘିଅ, ଏ-୨ଘିଅ ଓ ବିଲୋନା ଘିଅ । ରେଗୁଲାର୍ ଘିଅ ଗାଈ କ୍ଷୀରରୁ ପ୍ରସ୍ତୁତ କରାଯାଏ । ଏ-୨ ଘିଅ କେବଳ ଘିର ଓ ରେଡ୍ ସିନ୍ଧି ଗାଈଙ୍କ କ୍ଷୀରରୁ ପ୍ରସ୍ତୁତ କରାଯାଏ । ସେହପରି ବିଲୋନା ଘିଅ ତିଆରି କରିବାର ସ୍ୱତନ୍ତ୍ର ପ୍ରଣାଳୀ ରହିଛି । ଯାହା କେବଳ ଦେଶୀ ଗାଈ କ୍ଷୀରରୁ ପ୍ରସ୍ତୁତ କରାଯାଏ । ବିଶେଷଜ୍ଞଙ୍କ ମତରେ, ଏକ ଚାମଚ ଘିଅକୁ ଗୋଟିଏ ଗ୍ଲାସ କ୍ଷୀର ସହିତ ପକାଇ, ସେଥିରେ ହଳଦୀ ଓ ଗୋଲ ମରିଚ ପକାଇ ସେବନ କଲେ , ଡାଇଜେଷ୍ଟ ସିଷ୍ଟମ୍ ସଠିକ ରହିବା ସହିତ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳେ । ଶରୀରରରେ ଥିବା ବିଷାକ୍ତ ପଦାର୍ଥକୁ ନିଷ୍କାସିତ ହୁଏ ।
ଘିଅ ପ୍ରତିଦିନ ଖାଇବା ଦ୍ୱାରା ହଜମ ଶକ୍ତି ବଢ଼ିବା ସହିତ ପାଚନ ପ୍ରକ୍ରିୟାରେ ଉନ୍ନତି ଘଟେ । ଫଳରେ ଏହା ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ । ଘିଅରେ ପ୍ରଚୁର ମାତ୍ରାରେ ବୁଟିରିକ ଏସିଡ୍ ରହିଥାଏ । ଯାହା ଅନ୍ତନଳୀରେ ଥିବା ଜୀବାଣୁ ପାଇଁ ପ୍ରୋବାୟୋଟିକ୍ ଭଳି କାର୍ଯ୍ୟ କରେ ।
ଘିଅରେ ଭିଟାମିନ୍ କେ-୨ ରହିଛି । ଯାହା ହାଡ଼କୁ କ୍ୟାଲସିୟମ ଶୋଶିବାରେ ସାହାଯ୍ୟ କରେ । ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ ।
କଦଳୀ, ଗୋଲ ମରିଚ ଓ ଘିଅକୁ ମିଶାଇ ସେବନ କଲେ, ପେଟ ଜ୍ୱଳନ ଓ ଚାପ ହ୍ରାସ ପାଏ । ରାତି୍ରରେ ନିଦ ଭଲ ହୋଇଥାଏ । ଘିଅରେ ଥିବା ସିଏଲ୍ଏ ଟୁ୍ୟମର ଆାଶଙ୍କାକୁ ଦୂର କରେ, କୋଲେଷ୍ଟ୍ରଲ କମାଏ ଏବଂ ରକ୍ତ ସର୍କରାକୁ ସ୍ଥିର କରେ ।




