ପିଙ୍କ ଡଲିଫିନ୍ !
ଭୁବନେଶ୍ୱର:ସେପ୍ଟେମ୍ବର ୬: ସୋସିଆଲ ମିଡିଆରେ ଅନେକ ଘଟଣା ଭାଇରାଲ ହୋଇଥାଏ । ଘଟଣାଗୁଡିକ ବେଶ୍ ଆଶ୍ଚର୍ଯ୍ୟକର ହୋଇଥାଏ । ସେହିଭଳି ଏକ ଭିଡିଓ ଆଜିକାଲି ବେଶ୍ ଭାଇରାଲ ହେଉଛି । ଭିଡିଓଟି ଏକ ଡଲ୍ଫିନ୍ର । ସାଧାରଣତ ସମୁଦ୍ର ଡଲ୍ଫିନ୍ର ରଙ୍ଗ ନୀଳ ହୋଇଥାଏ । କିନ୍ତୁ ଏହି ଭିଡିଓରେ ଏକ ଗୋଲାପି ରଙ୍ଗର ଡଲଫିନ୍ ଦେଖିବାକୁ ମିଳିଛି । ଭିଡିଓଟିକୁ ଜଣେ ଆଇଏଫ୍ଏସ୍ ଅଫିସର ସେୟାର କରିଛନ୍ତି । ଭିଡିଓଟି ଦେଖିବାକୁ ଖୁବ୍ ସୁନ୍ଦର ହୋଇଛି […]
ଭୁବନେଶ୍ୱର:ସେପ୍ଟେମ୍ବର ୬: ସୋସିଆଲ ମିଡିଆରେ ଅନେକ ଘଟଣା ଭାଇରାଲ ହୋଇଥାଏ । ଘଟଣାଗୁଡିକ ବେଶ୍ ଆଶ୍ଚର୍ଯ୍ୟକର ହୋଇଥାଏ । ସେହିଭଳି ଏକ ଭିଡିଓ ଆଜିକାଲି ବେଶ୍ ଭାଇରାଲ ହେଉଛି । ଭିଡିଓଟି ଏକ ଡଲ୍ଫିନ୍ର । ସାଧାରଣତ ସମୁଦ୍ର ଡଲ୍ଫିନ୍ର ରଙ୍ଗ ନୀଳ ହୋଇଥାଏ । କିନ୍ତୁ ଏହି ଭିଡିଓରେ ଏକ ଗୋଲାପି ରଙ୍ଗର ଡଲଫିନ୍ ଦେଖିବାକୁ ମିଳିଛି । ଭିଡିଓଟିକୁ ଜଣେ ଆଇଏଫ୍ଏସ୍ ଅଫିସର ସେୟାର କରିଛନ୍ତି । ଭିଡିଓଟି ଦେଖିବାକୁ ଖୁବ୍ ସୁନ୍ଦର ହୋଇଛି । ଗୋଲାପି ରଙ୍ଗର ଏକ ଡଲଫିନ୍ ପାଣିରେ ଡେଉଁଥିବାର ଦୃଶ୍ୟକୁ କ୍ୟାମେରାରେ କଏଦ କରାଯାଇଛି । ତେବେ ଗୋଲାପି ରଙ୍ଗର ଡଲ୍ଫିନ୍କୁ ଇଣ୍ଟରନ୍ୟାସନାଲ ୟୁନିୟନ ଫର କଞ୍ଜରବେସନ ଅଫ୍ ନେଚର ଦ୍ୱାରା ଅତିସମ୍ବେଦନଶୀଳ ପ୍ରଜାତି ବର୍ଗରେ ବର୍ଗୀକୃତ କରାଯାଇଛି । ଏହି ସଂସ୍ଥା ଅନୁସାରେ ପିଙ୍କ ଡଲଫିନ୍ ପ୍ରଦୂଷଣ, ଜାହାଜ ଦ୍ୱାରା ଆଘାତ ପାଇବା ଫଳରେ ଏମାନଙ୍କ ସଂଖ୍ୟା ଧୀରେଧୀରେ କମିବାରେ ଲାଗିଛି । ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଏହି ଜୀବ ପ୍ରତିଦିନ ସଂଘର୍ଷ କରୁଛନ୍ତି । ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ପିଙ୍କ ଡଲ୍ଫିନ୍କୁ ଦେଖି ଖୁବ ଖୁସି ପ୍ରକଟ କରିଛନ୍ତି ।




