ଫୋବିଆ କାରଣରୁ କିଣିଲେ ସୁପରମାର୍କେଟ୍‌

ଆମେରିକା: ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଫୋବିଆ ରହିଥାଏ । କିଏ ଉଚ୍ଚା ସ୍ଥାନକୁ ଡରୁଥିବା ବେଳେ ଆଉ କିଏ ପାଣିକୁ ଡରିଥାଏ । ତେବେ ଆମେରିକାରେ ରହୁଥିବା ଜଣେ ମହିଳାଙ୍କୁ ଜୀବାଣୁକୁ ଡରିଥାନ୍ତି । ତେବେ ଜୀବାଣୁକୁ ସମସ୍ତେ ଡରନ୍ତି, ହେଲେ ଏହି ମହିଳାଙ୍କ କଥା ଟେିକ ଅଲଗା । ସେ ଏତେ ମାତ୍ରାରେ ଜୀବାଣୁକୁ ଡରନ୍ତି ଯେ ଲୋକଙ୍କ ସହ ସମ୍ପର୍କ ମଧ୍ୟ ରଖନ୍ତି ନାହିଁ । ସେହିଭଳି ନିଜ ଡର କାରଣରୁ ସେ […]

Samaya Live Picture
Published On

ଆମେରିକା: ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଫୋବିଆ ରହିଥାଏ । କିଏ ଉଚ୍ଚା ସ୍ଥାନକୁ ଡରୁଥିବା ବେଳେ ଆଉ କିଏ ପାଣିକୁ ଡରିଥାଏ । ତେବେ ଆମେରିକାରେ ରହୁଥିବା ଜଣେ ମହିଳାଙ୍କୁ ଜୀବାଣୁକୁ ଡରିଥାନ୍ତି । ତେବେ ଜୀବାଣୁକୁ ସମସ୍ତେ ଡରନ୍ତି, ହେଲେ ଏହି ମହିଳାଙ୍କ କଥା ଟେିକ ଅଲଗା । ସେ ଏତେ ମାତ୍ରାରେ ଜୀବାଣୁକୁ ଡରନ୍ତି ଯେ ଲୋକଙ୍କ ସହ ସମ୍ପର୍କ ମଧ୍ୟ ରଖନ୍ତି ନାହିଁ । ସେହିଭଳି ନିଜ ଡର କାରଣରୁ ସେ ଅନ୍ୟ ଏକ କଥା ମଧ୍ୟ କରନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ।

କିଣାବିକା କରିବା ପାଇଁ ପୂରା ସୁପରମାର୍କେଟ୍‌କୁ ସେ ଭଡାରେ ନେଇଥାଆନ୍ତି । କଥାଟି ଅବିଶ୍ୱାସନୀୟ ହେଉଥିଲେ ମଧ୍ୟ ସତ । ଯେତେବେଳେ ବି ଯୁବତୀ ନିଜର ଦରାକାରୀ ସାମଗ୍ରୀ କିଣିବାକୁ ବଜାରକୁ ଯାଆନ୍ତି, ସେହି ସମୟରେ ପୂରା ସୁପରମାର୍କେଟକୁ କିଛି ସମୟ ପାଇଁ ଭଡାରେ ନେଇଥାଆନ୍ତି । ଯାହାଫଳରେ ସେ କୌଣସି ବି ଲୋକଙ୍କ ସମ୍ପର୍କରେ ଆସିନଥାନ୍ତି । ସେ ଏକା ଥରକେ ପ୍ରାୟ ୧୦ଦିନର ଦରକାରୀ ସାମଗ୍ରୀ କିଣିଥାଆନ୍ତି । ନିଜର ସୋସିଆଲ ମିଡିଆରେ ସେ ଏନେଇ ସୂଚନା ଦେଇଛନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସେହିଭଳି ସେ ବାହାରେ କୌଣସି ବି ରେସ୍ତୋରାଁକୁ ଖାଇବାକୁ ମଧ୍ୟ ଯାଆନ୍ତି ନାହିଁ, କି ବୁଲିବାକୁ ମଧ୍ୟ ଯାଆନ୍ତି ନାହିଁ । ନିଜର ଫୋବିଆ କାରଣରୁ ସେ ସାମାନ୍ୟ ଲୋକଙ୍କ ଭାବରେ ଜୀବନ ବଞ୍ଚିପାରନ୍ତି ନାହିଁ ।