କରୋନାରେ ଚାକିରୀ ହରାଇଥିବା ଲେମ ଏବେ ୨୦ କୋଟି ସମ୍ପତ୍ତିର ମାଲିକ
ଭୁବନେଶ୍ୱର,ଅଗଷ୍ଟ ୧୩: ଏବେ ସୋସିଆଲ ମିଡିଆରେ ଘୂରିବୁଲୁଥିବା ଖାବେନା ଲେମଙ୍କୁ ତ’ ସମସ୍ତେ ଦେଖିଥିବେ । ଜଣେ କୃଷ୍ଣକାୟ ବ୍ୟକ୍ତି , ବିନା କିଛି ବାର୍ତ୍ତାଳାପରେ, କେବଳ ଭାବଭଙ୍ଗୀରେ ନିଜର ଭାବାର୍ଥ ପ୍ରକାଶ କରି ଦର୍ଶକଙ୍କ ମନକୁ ଜିଣିପାରୁଛନ୍ତି । ଟିକ୍ଟକ୍ରେ କମେଡି ଭିଡିଓ କରି ଦର୍ଶକଙ୍କୁ ହସାଉଥିବା ସେହି କଳାକାରଙ୍କୁ ପ୍ରାୟ ସମସ୍ତେ ଜାଣିଛନ୍ତି । କିନ୍ତୁ ତାଙ୍କ ପଛରେ ଥିବା କାହାଣୀକୁ ଅନେକେ ଜାଣିନଥିବେ । ସେ ନିକଟରେ ତାଙ୍କ କାହାଣୀ ‘ନୁ୍ୟୟର୍କ ଟାଇମ୍ସ’ରେ […]
ଭୁବନେଶ୍ୱର,ଅଗଷ୍ଟ ୧୩: ଏବେ ସୋସିଆଲ ମିଡିଆରେ ଘୂରିବୁଲୁଥିବା ଖାବେନା ଲେମଙ୍କୁ ତ’ ସମସ୍ତେ ଦେଖିଥିବେ । ଜଣେ କୃଷ୍ଣକାୟ ବ୍ୟକ୍ତି , ବିନା କିଛି ବାର୍ତ୍ତାଳାପରେ, କେବଳ ଭାବଭଙ୍ଗୀରେ ନିଜର ଭାବାର୍ଥ ପ୍ରକାଶ କରି ଦର୍ଶକଙ୍କ ମନକୁ ଜିଣିପାରୁଛନ୍ତି । ଟିକ୍ଟକ୍ରେ କମେଡି ଭିଡିଓ କରି ଦର୍ଶକଙ୍କୁ ହସାଉଥିବା ସେହି କଳାକାରଙ୍କୁ ପ୍ରାୟ ସମସ୍ତେ ଜାଣିଛନ୍ତି । କିନ୍ତୁ ତାଙ୍କ ପଛରେ ଥିବା କାହାଣୀକୁ ଅନେକେ ଜାଣିନଥିବେ । ସେ ନିକଟରେ ତାଙ୍କ କାହାଣୀ ‘ନୁ୍ୟୟର୍କ ଟାଇମ୍ସ’ରେ ଦେଇଥିବା ଏକ ସାକ୍ଷାତ୍କାରରେ ପ୍ରକାଶ କରିଛନ୍ତି ।
ବିଶ୍ୱରେ ଚାଲିଥିବା କରୋନା ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହୋଇଥିବା ଲକ୍ଡାଉନରେ ବହୁ ଯୁବକଯୁବତୀ ନିଜ ବୃତ୍ତି ହରାଇଥିଲେ । ଏମାନଙ୍କ ମଧ୍ୟରେ ଲେମ ମଧ୍ୟ ଥିଲେ । ୨୧ ବର୍ଷୀୟ ଲେମ ଏକ ଫ୍ୟାକଫ୍ରି ୱାର୍କର ଭାବେ କାମ କରୁଥିଲେ । ନିଜ ରୋଜଗାରର ପନ୍ଥା ହରାଇ ସେ ଦୁଃଖିତ ଥିଲେ । ଫୁରସତ ସମୟରେ ସେ ଟିକ୍ଟକ୍ ଭିଡିଓ ଦେଖି ତା’ ଉପରେ ରିଆକଫ କରିବାକୁ ସେ ଭଲ ପାଇଥାନ୍ତି । ବାସ୍, ନିଜର ଏହି ଅଭ୍ୟାସକୁ ନେଇ ସେ ଟିକ୍ଟକ ଭିଡିଓ କରିବା ଆରମ୍ଭ କରିଦେଇଥିଲେ । ବହୁତ କମ୍ ଦିନରେ ତାଙ୍କର ଫଲୋଅର୍ସ ବୃଦ୍ଧି ପାଇବାକୁ ଲାଗିଲା । ଏବେ ଟିକ୍ଟକରେ ତାଙ୍କର ୧୦୦ ମିଲିଅନ୍ ଫଲୋଅର୍ସ ରହିଛନ୍ତି । ବିଶେଷ କରି ଦକ୍ଷିଣ ଆମେରିକା ଓ ବ୍ରାଜିଲରେ ତାଙ୍କର ଅଧିକ ଫ୍ୟାନ୍ ରହିଛନ୍ତି । ଏହାସହ ସେ ଟିକ୍ଟକର ଦ୍ୱିତୀୟ ମୁଖ୍ୟ ସେଲବ୍ରିଟି ଭାବେ ପରିଚିତ । ତେବେ ପ୍ରଥମ ଧାଡ଼ିରେ ଚାର୍ଲି ଡି’ଆମେଲିଓ ୧୨୦ ମିଲିଅନ ଫଲୋଅର୍ସରେ ରହିଛନ୍ତି । ମେଲିଙ୍କ ପାଖକୁ ଏବେ ବଡ଼ ବଡ଼ ନାମୀ କମ୍ପାନୀର ଅଫରସ୍ ଆସୁଛି । ସେ ନିଜର ନାମ ଏବେ ଡିଜିଟାଲ ଦୁନିଆରେ କରିବାକୁ ଚାହାନ୍ତି । ଦକ୍ଷିଣ ଆଫ୍ରିକାର ସେନେଗାଲ ଦେଶରେ ଜନ୍ମ ହୋଇଥିବା ଲେମ ଏବେ ଇଟାଲୀର ଚିଭାସ ସହରରେ ନିଜ ମାଆଙ୍କ ସହିତ ରୁହନ୍ତି । ସେଠାରେ ସେ ନିଜ ମାଆଙ୍କ ରହିବା ପାଇଁ ଘର କରୁଛନ୍ତି । ଲେମଙ୍କ ନେଟ୍ ୱର୍ଥ ପ୍ରାୟ ୨୦ କୋଟି ପାଖାପାଖି ହେବ ।




