ଇନ୍ଦ୍ରାବତୀ କେନାଲ ମରାମତି ଯୋଗୁଁ ଚାଷ କାର୍ଯ୍ୟରେ ବାଧା : ଖରିଫରେ ପ୍ରଭାବ ପଡିବା ସମ୍ଭାବନା

ଭବାନୀପାଟଣା : ଚାଷ ପାଇଁ ଜଳସେଚନର ଅଭାବ କାରଣରୁ କଳାହାଣ୍ଡି ଜିଲ୍ଲାରେ ମରୁଡି ପରିସ୍ଥିତିର ଆଶଙ୍କା ସୃଷ୍ଟି ହେଲାଣି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ମରାମତି ଓ ନୂତନ କାମ ଚାଲିଥିବାରୁ ରବିରେ ୨୯ ହଜାର ହେକଫର ଚାଷ ଜମି ପ୍ରଭାବିତ ହୋଇଥିବା ବେଳେ ଆଗାମୀ ଖରିଫ ଚାଷ ମଧ୍ୟ ମଧ୍ୟ ପ୍ରଭାବିତ ହେବା ସମ୍ଭାବନା ଥିବା ଯୋଗୁଁ ଚାଷୀ ବର୍ତ୍ତମାନ ଠାରୁ ଚିନ୍ତାରେ ପଡିଛି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ କାମ ଚାଲିଥିବାରୁ […]

Samaya Live Picture
Published On

ଭବାନୀପାଟଣା : ଚାଷ ପାଇଁ ଜଳସେଚନର ଅଭାବ କାରଣରୁ କଳାହାଣ୍ଡି ଜିଲ୍ଲାରେ ମରୁଡି ପରିସ୍ଥିତିର ଆଶଙ୍କା ସୃଷ୍ଟି ହେଲାଣି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ମରାମତି ଓ ନୂତନ କାମ ଚାଲିଥିବାରୁ ରବିରେ ୨୯ ହଜାର ହେକଫର ଚାଷ ଜମି ପ୍ରଭାବିତ ହୋଇଥିବା ବେଳେ ଆଗାମୀ ଖରିଫ ଚାଷ ମଧ୍ୟ ମଧ୍ୟ ପ୍ରଭାବିତ ହେବା ସମ୍ଭାବନା ଥିବା ଯୋଗୁଁ ଚାଷୀ ବର୍ତ୍ତମାନ ଠାରୁ ଚିନ୍ତାରେ ପଡିଛି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ କାମ ଚାଲିଥିବାରୁ ଜଳସେଚନ ରବି ଚାଷ ବାଧାପ୍ରାପ୍ତ ହୋଇଛି । ରବିରେ ୨୯ ହଜାର ହେକଫର ଜମିରେ ଚାଷକାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଥିଲା ।

ସରକାରଙ୍କ ପକ୍ଷରୁ ବିକଳ୍ପ ଜଳସେଚନ ବ୍ୟବସ୍ଥା କରାନଯିବା ଦ୍ୱାରା ଚାଷୀ ମୁଣ୍ଡରେ ଚଡକ ପଡିଛି । ତେବେ ସେତିକି ନୁହେଁ ଏହି କେନାଲ କାମ ଯୋଗୁଁ ଆଗକୁ ଆହୁରି ପାଖାପାଖୁ ପାଞ୍ଚ ବର୍ଷ ଜଳସେଚନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଇନ୍ଦ୍ରାବତୀ କେନାଲ କାମ ପାଇଁ ଚାଷଜମି କୁ ପାଣି ମିଳୁନଥିବାରୁ ଚାଷୀଙ୍କ ମୁଣ୍ଡବିନ୍ଧା ବଢିଯାଇଛି । କଳାହାଣ୍ଡି ଜିଲ୍ଲା ରାଜ୍ୟର ଦ୍ୱିତୀୟ ଭାତହାଣ୍ଡି ହୋଇଥିବା ବେଳେ ଦୂରଦୃଷ୍ଟିର ଅଭାବରୁ ବିକଳ୍ପ ବ୍ୟବସ୍ଥା ନକରି କେନାଲ କାର୍ଯ୍ୟ ପାଇଁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ବର୍ତମାନ ସୁଦ୍ଧା ୪୧ କିଲୋମିଟର ପର୍ଯ୍ୟନ୍ତ ମରାମତି ଚାଲିଛି ଛ ଏହା ସରକାରୀ ଭାବରେ ୨ ବର୍ଷ ସମୟସୀମା ରହିଥିବା ବେଳେ ୮୪ କିଲୋମିଟର ପର୍ଯ୍ୟନ୍ତ କେନାଲ ମରାମତି ପାଇଁ ଟେଣ୍ଡର ଚୂଡାନ୍ତ ହୋଇନାହିଁ ।

ବର୍ଷ ବର୍ଷ ଧରି ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ମରାମତି ପାଇଁ ଟେଣ୍ଡର ପରେ ଟେଣ୍ଡର ହୋଇ ଚୂଡାନ୍ତ ହୋଇ ପାରୁନଥିଲା । ପରେ ଡାହାଣ ମୁଖ୍ୟ କେନାଲର ୪୧ କିଲୋମିଟର ଲାଇନିଙ୍ଗ କାମ ପାଇଁ ୧୪୯ କୋଟିର ବ୍ୟୟ ଅଟକଳ ଟେଣ୍ଡର ହୋଇଛି । କେବଳ କମ୍ପାନୀ ଏହି ଲାଇନିଙ୍ଗ କାମ ନେଇଥିବା ବେଳେ ଆସନ୍ତା ୨୦୨୪ ସୁଦ୍ଧା କାମ ସମ୍ପୂର୍ଣ କରିବା ପାଇଁ ଟେଣ୍ଡରରେ ଉଲ୍ଲେଖ ରହିଛି । ସେହିଭଳି ୪୧ କିଲୋମିଟରରୁ ୮୪ କିଲୋମିଟର ପର୍ଯ୍ୟନ୍ତ ୨୨୨ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ଡାହାଣ ମୁଖ୍ୟ କେନାଲର ୮୬ କିମି ପର୍ଯ୍ୟନ୍ତ ଜଳସେଚନ ବାଧାପ୍ରାପ୍ତ ହୋଇଛି । ଫଳରେ ଚାଷ ହୋଇ ପାରିନାହିଁ ।

କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଡାହାଣ ମୁଖ୍ୟ କେନାଲର୨୯ ହଜାର ହେକଫର ଚାଷ ଜମିରେ ରବି ଚାଷ ହୋଇନଥିବା ବେଳେ ଖରିଫ ଋତୁରେ ଧାନ ଚାଷ କିଭଳି ହେବ ସେ ନେଇ ଏବେ ଚାଷୀ ଚିନ୍ତାରେ ପଡିଛନ୍ତି ଛ ବିଶେଷ କରି ଜିଲ୍ଲାର କଲମପୁର , ଜୁନାଗଡ଼ , ଧର୍ମଗତ ଅଞ୍ଚଳର ଚାଷୀ ବିଶେଷ ପ୍ରଭାବିତ ହେବା ସମ୍ଭାବନା ଅଧିକ ରହିଛି । ବେଳ ଥାଉ ଥାଉ ରାଜ୍ୟ ସରକାର ଏହି ସମସ୍ୟା ର ସମାଧାନ ପାଇଁ ଚାଷୀ ମହଲରେ ଦାବି ହେଉଛି ।