ପରଦାକୁ ଫେରିବେ ବ୍ଲାକ ବିୟୁଟି
ମୁମ୍ବାଇ: ବଲିଉଡ୍ର ବୋଲï ଅଭିନେତ୍ରୀ ବିପାଶା ବସୁ ଦୀର୍ଘ ସମୟରୁ ସିନେ ପରଦାରୁ ଦୂରରେ ଅଛନ୍ତି । ହେଲେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ଏବଂ ସର୍ବଦା ନିଜ ଫଟୋ ଅପଡେଟ୍ କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି । ନିକଟରେ ବିପାଶା ବସୁଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ରିପୋର୍ଟ ଅନୁଯାୟୀ, ବ୍ଲାକ ବିୟୁଟି ବିପାଶା ଏକ ଇଣ୍ଟରଭୁ୍ୟରେ କ୍ୟାରିଅରକୁ ନେଇ ଆଲୋଚନା କରିଛନ୍ତି । ଏଥିରେ କହିଛନ୍ତି […]
ମୁମ୍ବାଇ: ବଲିଉଡ୍ର ବୋଲï ଅଭିନେତ୍ରୀ ବିପାଶା ବସୁ ଦୀର୍ଘ ସମୟରୁ ସିନେ ପରଦାରୁ ଦୂରରେ ଅଛନ୍ତି । ହେଲେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ଏବଂ ସର୍ବଦା ନିଜ ଫଟୋ ଅପଡେଟ୍ କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି । ନିକଟରେ ବିପାଶା ବସୁଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ଏକ ରିପୋର୍ଟ ଅନୁଯାୟୀ, ବ୍ଲାକ ବିୟୁଟି ବିପାଶା ଏକ ଇଣ୍ଟରଭୁ୍ୟରେ କ୍ୟାରିଅରକୁ ନେଇ ଆଲୋଚନା କରିଛନ୍ତି । ଏଥିରେ କହିଛନ୍ତି ଯେ, ସେ ଖୁବଶୀଘ୍ର ବଡ଼ ପରଦାକୁ ଫେରୁଛନ୍ତୁ । ଏହାସହ କାହିଁକି ଫିଲ୍ମଠାରୁ ଦୂରରେ ରହିଥିଲେ, ସେସମ୍ପର୍କରେ ମଧ୍ୟ ଖୁଲାସା କରିଛନ୍ତି । ବିପାଶା କହିଛନ୍ତି ଯେ ସେ ଗତ କିଛି ବର୍ଷରୁ କାମ କରିବା ପାଇଁ ପ୍ରସ୍ତୁତ ନଥିଲେ । ଏହି ମହାମାରୀ ସମୟରେ ସେ ତାଙ୍କ ପରିବାର ପ୍ରତି ଦାୟିତ୍ୱବାନ ହୋଇଥିଲେ । ଏବେ କିନ୍ତୁ ୨୦୨୨ରେ ସେଟ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ଏବଂ ଖୁବଶୀଘ୍ର ଏହାକୁ ନେଇ ସେ କିଛି ଘୋଷଣା କରିବେ । ଅଭିନେତ୍ରୀ ବିପାଶ ବସୁ ବଲିଉଡ୍ରେ ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

ଖାସ୍ କରି ହରର୍ ଫିଲ୍ମ ପାଇଁ ଦର୍ଶକମାନେ ବିପାଶାଙ୍କୁ ଖୁବ ପସନ୍ଦ କରିଥାନ୍ତି । ଏହି କ୍ରମରେ ହରର୍ ଫିଲ୍ମ ପାଇଁ ତାଙ୍କ ନାମକୁ ଆଜି ବି ବଡ଼ ବଡ଼ ନିର୍ଦ୍ଦେଶକମାନେ ନେବା ପାଇଁ ଭୁଲନ୍ତି ନାହିଁ । ବିପାଶା ଶେଷ ଥର ପାଇଁ କରଣ ସିଂହ ଗ୍ରୋଭରଙ୍କ ସହ ବିବାହ ପୂର୍ବରୁ ଫିଲ୍ମ ‘ଏଲୋନ୍’ରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ପ୍ଲଫ୍ ହୋଇଥିଲେ ମଧ୍ୟ କରଣ ଏବଂ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଏହାପରେ ସମସ୍ତ ଚର୍ଚ୍ଚାରେ ବିରାମ ଲଗାଇ ୨୦୧୬ରେ କରଣଙ୍କୁ ବିବାହ କରିଥିଲେ । ଦୀର୍ଘ ୭ ବର୍ଷରୁ ସେ ଆଉ କୌଣସି ପ୍ରୋଜେକଫରେ ନଜର ଆସିନାହାନ୍ତି ।




