ଭେଡିୟାର ଟିଜର ରିଲିଜ୍
ବରୁଣ ଧାୱନ ସର୍ବଦା ଦର୍ଶକଙ୍କ ପ୍ରିୟ ଅଭିନେତା ରହି ଆସିଛନ୍ତି । ୧୯ ଅକେଫାବରରେ ବରୁଣ ଇଣ୍ଡଷ୍ଟ୍ରୀରେ ଏକ ଦଶକ ପୁରଣ କରିବାକୁ ଯାଉଛନ୍ତି । ଏହି ଅବସରରେ ବରୁଣ ନିଜ ପ୍ରଶଂସକଙ୍କୁ ଏକ ଭିନ୍ନ ସରପ୍ରାଇଜ୍ ଦେଇଛନ୍ତି । ବରୁଣ ନିଜ ମୋଷ୍ଟ ଆେୱଟେଡ୍ ଫିଲ୍ମ ଭେଡିୟାର ଟ୍ରେଲର ଲଞ୍ଚ କରିବାକୁ ଯାଉଛନ୍ତି । ବରୁଣ ନିଜ ଫ୍ୟାନ୍ଙ୍କୁ ଏଣ୍ଟରଟେନମେଣ୍ଟରେ ଭରପୁର ବହୁ ଫିଲ୍ମ ଭେଟି ଦେଇଛନ୍ତି । ଏହାସହିତ ବଦଲାପୁର, ଅକେଫାବର ପରି ଫିଲ୍ମ […]
ବରୁଣ ଧାୱନ ସର୍ବଦା ଦର୍ଶକଙ୍କ ପ୍ରିୟ ଅଭିନେତା ରହି ଆସିଛନ୍ତି । ୧୯ ଅକେଫାବରରେ ବରୁଣ ଇଣ୍ଡଷ୍ଟ୍ରୀରେ ଏକ ଦଶକ ପୁରଣ କରିବାକୁ ଯାଉଛନ୍ତି । ଏହି ଅବସରରେ ବରୁଣ ନିଜ ପ୍ରଶଂସକଙ୍କୁ ଏକ ଭିନ୍ନ ସରପ୍ରାଇଜ୍ ଦେଇଛନ୍ତି । ବରୁଣ ନିଜ ମୋଷ୍ଟ ଆେୱଟେଡ୍ ଫିଲ୍ମ ଭେଡିୟାର ଟ୍ରେଲର ଲଞ୍ଚ କରିବାକୁ ଯାଉଛନ୍ତି ।
ବରୁଣ ନିଜ ଫ୍ୟାନ୍ଙ୍କୁ ଏଣ୍ଟରଟେନମେଣ୍ଟରେ ଭରପୁର ବହୁ ଫିଲ୍ମ ଭେଟି ଦେଇଛନ୍ତି । ଏହାସହିତ ବଦଲାପୁର, ଅକେଫାବର ପରି ଫିଲ୍ମ କରି ନିଜ ଅଭିନୟ ଦକ୍ଷତାକୁ ବେଶ୍ ପ୍ରତିପାଦିତ କରିଛନ୍ତି । ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ଭେଡିୟା ଏଇଥିପାଇଁ ସ୍ୱତନ୍ତ୍ର କି ଏହାକୁ ଉଭୟ କ୍ଲାସି ଓ ସାଧାରଣ ଦର୍ଶକଙ୍କୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଫିଲ୍ମ ସ୍ତ୍ରୀର ହରର କମେଡି ପରେ ଅମର ଏବେ ନିଜ ଫ୍ୟାନ୍ସଙ୍କୁ ଭେଡିୟା ରୂପରେ କ୍ରିଏଚର୍ କମେଡିର ନୂଆ ଧାରା ଉପସ୍ଥାପନ କରିବାକୁ ଯାଉଛନ୍ତି । ଭେଡିୟାର ଟିଜର ଦେଖିବା ପରେ ଆପଣ ଜଙ୍ଗଲ ଭିତରର ଏହି ଭେଡିୟାଙ୍କ ଭୟଙ୍କର ଦୁନିଆକୁ ପ୍ରବେଶ କରିଯିବେ ।
କିଟିମିଟି ଅନ୍ଧକାର ମଧ୍ୟରେ ଏହି ଟିଜର ଆପଣଙ୍କ ମନରେ ଭୟ ସଞ୍ଚାର କରିବ । ରାତିରେ ଜଙ୍ଗଲ ମଧ୍ୟରେ ବରୁଣ ଦୌଡୁଥିବାର ଓ ତାଙ୍କ ପଛରେ ଦୌଡୁଥିବା ଭେଡିୟାକୁ ଦେଖି ଆପଣ ନିଶ୍ଚୟ ଚିତ୍କାର କରି ଉଠିବେ । ଏହି ଟିଜରରେ ଜବରଦସ୍ତ ଗୀତ ମଧ୍ୟ ରହିଛି । ଭେଡିୟା କିପରି ନିଜ ପାପୀ ପେଟର ଜ୍ୱାଳା ଭରିବା ପାଇଁ ମଣିଷ ଶିକାର କରିଥାନ୍ତି ତାହା ଏହି ଗୀତରେ ରହିଛି । କିନ୍ତୁ ଟିଜରରେ ଫିଲ୍ମର ଅଭିନେତ୍ରୀ କ୍ରିତି ସେନନଙ୍କୁ ଦେଖିବାକୁ ମିଳୁନାହିଁ । ନିର୍ମାତା କହିଛନ୍ତି ଏହା ଟ୍ରେଲରର ମାତ୍ର ୩୦ ପ୍ରତିଶତ । ଟ୍ରେଲରରେ ଫିଲ୍ମର ପୁରା ଚିତ୍ର ଜଣାପଡିଯିବ ଯାହା ୧୯ ଅକେଫାବରରେ ରିଲିଜ୍ ହେବ । ୨୫ ନଭେମ୍ବରରେ ଫିଲ୍ମ ଭେଡିୟା ରିଲିଜ୍ ହେବ ।




