ହଲିଉଡରେ ପାଦ ଥାପିବେ ବରୁନ୍‌ ଧାୱନ୍‌

ନୂଆଦିଲ୍ଳୀ: ମାର୍ଚ୍ଚ ୩୦: ବଲିଉଡ ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଆକଫିଙ୍ଗ ଲୋକଙ୍କୁ ବେଶ୍‌ ଖୁସି କରିଥାଏ । ଫିଟ୍‌ ବଡି ସାଙ୍ଗକୁ କମେଡି ଟାଇମିଙ୍ଗ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ନିକଟରେ ତାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । କୁହାଯାଉଛି ଯେ ବରୁଣ ଶୀଘ୍ର ହଲିଉଡରେ ଡେବ୍ୟୁ କରିପାରନ୍ତି। କେବଳ ଏତିକି ନୁହେଁ, ଏହା ତାଙ୍କର ଓଟିଟି ଡେବ୍ୟୁ ମଧ୍ୟ ହୋଇପାରେ […]

Samaya Live Picture
Published On

ନୂଆଦିଲ୍ଳୀ: ମାର୍ଚ୍ଚ ୩୦: ବଲିଉଡ ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଆକଫିଙ୍ଗ ଲୋକଙ୍କୁ ବେଶ୍‌ ଖୁସି କରିଥାଏ । ଫିଟ୍‌ ବଡି ସାଙ୍ଗକୁ କମେଡି ଟାଇମିଙ୍ଗ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ନିକଟରେ ତାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । କୁହାଯାଉଛି ଯେ ବରୁଣ ଶୀଘ୍ର ହଲିଉଡରେ ଡେବ୍ୟୁ କରିପାରନ୍ତି। କେବଳ ଏତିକି ନୁହେଁ, ଏହା ତାଙ୍କର ଓଟିଟି ଡେବ୍ୟୁ ମଧ୍ୟ ହୋଇପାରେ । ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ସେଥିରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଛନ୍ତି । ନିକଟରେ ଏକ ଇଭେଣ୍ଟରେ, ବରୁଣ ଏବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ, ମୁଁ ଏହି ପ୍ଲାଟଫର୍ମକୁ ଭଲ ପାଏ। ଏଥିପାଇଁ ମୁଁ ମଧ୍ୟ ବହୁତ ଉତ୍ସାହିତ ଅଛି । କହିବାକୁ ଗଲେ ବରୁଣଙ୍କର ଆଗକୁ ୨ଟି ଫିଲ୍ମ ରହିଛି । ଯାହା ରିଲିଜ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଯେଉଁଥିରେ ଗୋଟିଏ ହେଲା ଭେଡିଆ ଅନ୍ୟଟି ଜୁଗ୍-ଜୁଗ୍ ଜିଓ। ଭେଡ଼ିଆରେ ବରୁଣଙ୍କ ସହ କ୍ରିତି ସାନନ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥି ସହିତ ଜୁଗ୍-ଜୁଗ୍ ଜିଓରେ କିଆରା ଆଡଭାନି, ଅନିଲ କପୁର, ନୀତୁ ସିଂ ଏବଂ ବରୁଣ ମୁଖ୍ୟ ଭୂମିକାରେ ନଜର ଆସିବେ ।