ଜୁନାଗଡ-ବିଶାଖାପାଟଣା ଦୈନିକ ଟ୍ରେନ୍‌ ଚଳାଚଳ ଆରମ୍ଭ ନକଲେ ଆନ୍ଦୋଳନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଜୁନାଗଡ ରୋଡରୁ ବିଶାଖାପାଟଣା ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ୍‌ ସଂଯୋଗ ଏବେ ମରୀଚିକା ପାଲଟିଛି । ରେଳ ବୋର୍ଡ ପକ୍ଷରୁ ଏହାର ଫିଜିବିଲିଟି ରିପୋର୍ଟ ନିମନ୍ତେ ଚିଠି କରାଯାଇଥିଲା । କି;ୁ ବିଭାଗ ପକ୍ଷରୁ ଫିଜିବିଲିଟି ନଥିବା ଦର୍ଶାଇବା ପରେ ଜନସାଧାରଣଙ୍କୁ ନିରାଶ ହେବାକୁ ପଡିଛି । ଏନେଇ କଳାହାଣ୍ଡି ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଏକ ବୈଠକରେ ରେଳ ବିଭାଗ ପକ୍ଷରୁ ଜୁନାଗଡ-ବିଶାଖାପାଟଣା ଦୈନିକ ଟ୍ରେନ୍‌ ଚଳାଚଳ ଆରମ୍ଭ ନକଲେ ଆନ୍ଦୋଳନ କରାଯିବ […]

Samaya Live Picture
Published On

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଜୁନାଗଡ ରୋଡରୁ ବିଶାଖାପାଟଣା ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ୍‌ ସଂଯୋଗ ଏବେ ମରୀଚିକା ପାଲଟିଛି । ରେଳ ବୋର୍ଡ ପକ୍ଷରୁ ଏହାର ଫିଜିବିଲିଟି ରିପୋର୍ଟ ନିମନ୍ତେ ଚିଠି କରାଯାଇଥିଲା । କି;ୁ ବିଭାଗ ପକ୍ଷରୁ ଫିଜିବିଲିଟି ନଥିବା ଦର୍ଶାଇବା ପରେ ଜନସାଧାରଣଙ୍କୁ ନିରାଶ ହେବାକୁ ପଡିଛି । ଏନେଇ କଳାହାଣ୍ଡି ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଏକ ବୈଠକରେ ରେଳ ବିଭାଗ ପକ୍ଷରୁ ଜୁନାଗଡ-ବିଶାଖାପାଟଣା ଦୈନିକ ଟ୍ରେନ୍‌ ଚଳାଚଳ ଆରମ୍ଭ ନକଲେ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ରେଳ ବିଭାଗ ପକ୍ଷରୁ ଇଷ୍ଟକୋଷ୍ଟ ରେଳେୱକୁ ଚିଠି ନଂ-୨୨/ସିଏମସି/୬୧ ତାରିଖ ୩୦.୩.୨୦୨୨ ରେ ଏକ ନୂଆ ଟ୍ରେନ୍‌ ଜୁନାଗଡ ରୋଡଠାରୁ ୱାଲଟିୟର ପର୍ଯ୍ୟନ୍ତ ଦୈନିକ ଟ୍ରେନ୍‌ ଚଳାଇବା ପାଇଁ ଫିଜିବିଲିଟି ରିପୋର୍ଟ ମାଗିଥିଲେ । ଇଷ୍ଟକୋଷ୍ଟ ପକ୍ଷରୁ ଦିଆଯାଇଥିବା ରିପୋର୍ଟକୁ ଏପର୍ଯ୍ୟନ୍ତ ଗୁପ୍ତ ରଖାଯାଇଛି ।

ଅନ୍ୟପକ୍ଷରେ ଏକ ଅସର୍ଥିତ ସୂତ୍ରରୁ ପ୍ରକାଶ ଯେ, ଫିଜିବିଲିଟି ରିପୋର୍ଟ ନଥିବା ଦେବା ପରେ ବିଭାଗ ଏବେ ଅଡୁଆରେ ପଡିଛି । ରେଳମନ୍ତ୍ରୀଙ୍କ ପକ୍ଷରୁ ଜୁନାଗଡରୁ ୱାଲଟିୟର ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ପାଇଁ ପ୍ରସ୍ତାବ ରହିଥିଲା । ବର୍ତ୍ତମାନ ଉକ୍ତ ରିପୋର୍ଟ ଯୋଗୁଁ ରେଳମନ୍ତ୍ରୀଙ୍କ ପ୍ରସ୍ତାବ ଶୀତଳଭଣ୍ଡାରରେ ପଡିରହିଛି ।

ଅନ୍ୟପକ୍ଷରେ ଲାଞ୍ଜିଗଡ ରୋଡ ଏବଂ ବିଜୟନଗରମ ମଧ୍ୟରେ ତୃତୀୟ ଲାଇନ୍‌, ବିଜୟନଗରମ ଏବଂ କୋଥାଭାଲଣା ମଧ୍ୟରେ ଚତୁର୍ଥ ଲାଇନ୍‌, କୋଥାଭାଲଶା ଏବଂ ମାରିପ୍ଲେମ ମଧ୍ୟରେ ପଞ୍ଚମ ଲାଇନ୍‌ ଏବଂ ମାରିପାଲେମଠାରୁ ବିଶାଖାପାଟଣା ମଧ୍ୟରେ ଷଷ୍ଠ ଲାଇନ୍‌ ନିର୍ମାଣ ଚାଲିଛି । ଟ୍ରେନ ନଂ-୧୮୫୨୭/୧୮୫୨୮ ରାୟଗଡା-ବବିଶାଖାପାଟଣା ଏକ୍ସପ୍ରେସକୁ ଜୁନାଗଡ ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବବ । ଏହି ଟ୍ରେନ୍‌ ସକାଳ ୫ ଟା ୪୦ ରେ ରାୟଗଡା ଛାଡି ସକାଳ ୧୦ ଟାରେ ବବିଶାଖାପାଟଣାରେ ପହଞ୍ଚୁଛି । ସେହିଭବଳି ବିଶାଖାପାଟଣାରୁ ଏହା ସନ୍ଧ୍ୟା ୬ ଟାରେ ବାହାରି ରାତି ୧୦.୦୫ ରେ ରାୟଗଡାରେ ପହଞ୍ଚୁଛି । ଏହି ଟ୍ରେନ୍‌ରେ ରକ୍ଷଣାବେକ୍ଷଣ ବିଶାଖାପାଟଣାରେ ସକାଳ ୧୦ଟାରୁ ୬ ଟା ମଧ୍ୟରେ କରାଯାଇଥାଏ । ରାତିରେ ୧୦.୦୫ ରୁ ସକାଳ ୫.୪୦ ପର୍ଯ୍ୟନ୍ତ ଏହି ରାୟଗଡା ରେଳ ଷ୍ଟେସନର ପ୍ଲାଟଫର୍ମ ୩ ରେ ଅଟକି ରହୁଛି । ଏନେଇ ୨୦୧୯ ଫେବୃୟାରୀ ମାସରେ ଆଇନଜୀବୀ ସୁମିତ ରାଉତ ଭୁବନେଶ୍ୱରରେ ପୂର୍ବତଟ ରେଳବାଇର ଜୋନାଲ ଅଫରେଟିଂ ମ୍ୟାନେଜରଙ୍କ ସହ ଏହି ଟ୍ରେନ୍‌ ସମ୍ପ୍ରସାରଣ ଉପରେ ଆଲୋଚନା କରିଥିଲେ ।

ଆଇଆରଟିଟିସି ପକ୍ଷରୁ ୨୦୨୦ ଜାନୁୟାରୀ ମାସରେ ରେଳବାଇର ବଭୈଠକରେ ଏହି ଟ୍ରେନକୁ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଅନ୍ତର୍ଭୁକ୍ତ କରାଯାଇଥିଲା । କି;ୁ କୋଭବିଡ-୧୯ ଯୋଗୁଁ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ରେଳେୱ ବୋର୍ଡ ପକ୍ଷରୁ ରାୟଗଡା ବିଶାଖାପାଟଣା ରାୟଗଡା ଏକ୍ସପ୍ରେସକୁ ଜୁନାଗଡ ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଅନୁମତି ଦିଆଗଲେ ଜନସାଧାରଣ ଉପକୃତ ହୋଇପାରନ୍ତେ । ନୂତନ ଟ୍ରେନ ଚଳାଚଳ ନେଇ ଫିଜିବିଲିଟି ରିପୋର୍ଟ ବାଧକ ସାଜିଥିବା ବେଳେ ବର୍ତ୍ତମାନ ରାୟଗଡା ଟ୍ରେନକୁ ଜୁନାଗଡ ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ସାଧାରଣରେ ଦାବୀ ହୋଇଛି । କଳାହାଣ୍ଡି ସିଟିଜେନ ଫୋରମ୍‌ ପକ୍ଷରୁ ସଭାପତି ରାମଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇ ତୁରନ୍ତ ଜୁନାଗଡ-ବିଶାଖାପାଟଣା ଦୈନିକ ଟ୍ରେନ ଚଳାଚଳ ପାଇଁ ଦାବୀ କରାଯାଇଛି । ନହେଲେ ଫୋରମ ପକ୍ଷରୁ ଆନ୍ଦୋଳନ କରଯିବବ ବୋଲି ଚେତାବବନୀ ଦିଆଯାଇଛି ।