ସେଲ୍ଫି ଉଠାଉଥିବା ବେଳେ ଲାଗିଗଲା କରେଣ୍ଟ
ବଲାଙ୍ଗିର : ଟିକିଏ ଅସାବଧାନତା ଯୋଗୁ ଜଣେ ଯୁବକ ଏବେ ଜୀବନମରଣ ସହିତ ସଂଘର୍ଷ କରୁଛନ୍ତି । ଆଉ ତାଙ୍କର ଏଭଳି ଅବସ୍ଥା ହୋଇଛି ରେଳ ଷ୍ଟେସନରେ ସେଲ®ି ନେବା ବେଳେ ଜୀବନ ଯାଇଛି । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଲେୱ ଷ୍ଟେସନରେ ଘଟିଛି । ଗୁରୁତର ଆହତ ଏହି ଯୁବକଙ୍କ ନାମ ଦୀପକ ମେହେର । ତାଙ୍କୁ ୨୦ ବର୍ଷ ହୋଇଛି । ତାଙ୍କ ଘର ସୋନପୁର ଜିଲ୍ଲା ଖରଜୁରା ଗାଁରେ । […]
ବଲାଙ୍ଗିର : ଟିକିଏ ଅସାବଧାନତା ଯୋଗୁ ଜଣେ ଯୁବକ ଏବେ ଜୀବନମରଣ ସହିତ ସଂଘର୍ଷ କରୁଛନ୍ତି । ଆଉ ତାଙ୍କର ଏଭଳି ଅବସ୍ଥା ହୋଇଛି ରେଳ ଷ୍ଟେସନରେ ସେଲ®ି ନେବା ବେଳେ ଜୀବନ ଯାଇଛି । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଲେୱ ଷ୍ଟେସନରେ ଘଟିଛି ।
ଗୁରୁତର ଆହତ ଏହି ଯୁବକଙ୍କ ନାମ ଦୀପକ ମେହେର । ତାଙ୍କୁ ୨୦ ବର୍ଷ ହୋଇଛି । ତାଙ୍କ ଘର ସୋନପୁର ଜିଲ୍ଲା ଖରଜୁରା ଗାଁରେ । ସେ ସାଙ୍ଗମାନଙ୍କ ସହିତ ନଅଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ । ଯାତ୍ରା ସରିବା ପରେ ଲୋଇସିଂହା ରେଲେୱ ଷ୍ଟେସନକୁ ସାଙ୍ଗମାନଙ୍କ ସହିତ ସେଲ୍ଫି ଉଠାଇବାକୁ ଯାଇଥିଲେ । ରେଲେୱ ଷ୍ଟେସନରେ ଛିଡ଼ା ହୋଇଥିବା ଏକ ମାଲଗାଡ଼ି ଉପରକୁ ଦୀପକ ଚଢ଼ି ସେଲ୍ଫି ଉଠାଉଥିବା ସମୟରେ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ବିଦୁ୍ୟତ ଆଘାତରେ ସେ ତଳେ ପଡ଼ିଯାଇଥିଲେ ।
ଏହାପରେ ଗୁରୁତର ଦୀପକଙ୍କୁ ତାଙ୍କ ସାଙ୍ଗମାନେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ନେଇ ଆସିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତର ରାଉରକେଲା ଆଇ.ଜି.ଏଚକୁ ରେଫର କରିଥିଲେ । ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେଲଫି ଉଠାଉଥିବା ସମୟରେ ଏହି ଘଟଣା ଘଟିଥିବା ଲୋଇସିଂହା ରେଲେୱ ଷ୍ଟେସନର କର୍ମଚାରୀଙ୍କଠାରୁ ସୂଚନା ମିଳିଛି ।




