ଓଏଏସ୍ ରେଜଲ୍ଟ: ଦ୍ୱିତୀୟ ସ୍ଥାନରେ ରାଉରକେଲାର ଅଙ୍କୁର ଅଭିଳାଷ
ରାଉରକେଲା: ଅକ୍ଟୋବର ୦୯: ୨୦୧୯ ଓଏଏସ୍ ରେଜଲ୍ଟ ପ୍ରକାଶ ପାଇଛି । ବିଭିନ୍ନ ବର୍ଗରେ ମୋଟ ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ ପଣ୍ଡା ଟªର ହୋଇଥିଲାବେଳେ ରାଉରକେଲାର ଅଙ୍କୁର ଅଭିଳାଷ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପବ୍ଲିକ ଆଡମିନିଷ୍ଟ୍ରେସନ୍ ତାଙ୍କର ଅ«୍ନାଲ ସବ୍ଜେକ୍ଟ ରହିଥିଲା । ଦ୍ୱିତୀୟ ସବ୍ଜେକ୍ଟ ରହିଥିଲା ଇତିହାସ । ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ପାୱାର ଡିଷ୍ଟ୍ରିବ୍ୟୁସନ୍ ବିଭାଗରେ କାର୍ଯ୍ୟରତ ଅଙ୍କୁର ଏହି ସଫଳତାର ଶ୍ରେୟ ତାଙ୍କୁ ପିତାମାତା […]
ରାଉରକେଲା: ଅକ୍ଟୋବର ୦୯: ୨୦୧୯ ଓଏଏସ୍ ରେଜଲ୍ଟ ପ୍ରକାଶ ପାଇଛି । ବିଭିନ୍ନ ବର୍ଗରେ ମୋଟ ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ ପଣ୍ଡା ଟªର ହୋଇଥିଲାବେଳେ ରାଉରକେଲାର ଅଙ୍କୁର ଅଭିଳାଷ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପବ୍ଲିକ ଆଡମିନିଷ୍ଟ୍ରେସନ୍ ତାଙ୍କର ଅ«୍ନାଲ ସବ୍ଜେକ୍ଟ ରହିଥିଲା । ଦ୍ୱିତୀୟ ସବ୍ଜେକ୍ଟ ରହିଥିଲା ଇତିହାସ । ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ପାୱାର ଡିଷ୍ଟ୍ରିବ୍ୟୁସନ୍ ବିଭାଗରେ କାର୍ଯ୍ୟରତ ଅଙ୍କୁର ଏହି ସଫଳତାର ଶ୍ରେୟ ତାଙ୍କୁ ପିତାମାତା ଓ ସର୍ବୋପରି ପରିବାର ସଦସ୍ୟଙ୍କୁ ଦେଇଛନ୍ତି ।
ସେକଫର-୫, ବି-୨୦ର ଅବସରପ୍ରାପ୍ତ ଆର୍ଏସ୍ପି ଅଧିକାରୀ କିଶୋର କୁମାର ସାହୁଙ୍କ ପୁଅ ଅଙ୍କୁର ସେକଫର-୧୯ ସେଣ୍ଟପଲ୍ ସ୍କୁଲରେ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ମାଟ୍ରିକ ପାସ୍ ପରେ ସେକଫର-୨୦ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲରେ ଯୁକ୍ତି ଦୁଇ ପାଠ ପଢ଼ିଥିଲେ । ପରେ ଭୁବନେଶ୍ୱର ସିଇଟିରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ପାସ୍ କରିଥିଲେ । ୨୦୧୪ରେ ଆର୍ଏସ୍ପିରେ ଚାକିରି ପାଇଥିଲେ । ଇଞ୍ଜିନିୟର ହୋଇଥିଲେ ପ୍ରଶାସନିକ ସେବା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା । ତେଣୁ ଆର୍ଏସ୍ପିରେ ଚାକିରି କରୁଥିଲେ ମଧ୍ୟ ଡ୍ୟୁଟିରେ ଫେରି ଦେନିକ ୟୁପିଏସ୍ସି ଏବଂ ଓପିଏସ୍ସି ପରୀକ୍ଷା ପାଇଁ ଦେନିକ ୪ ଘଣ୍ଟା ପରିଶ୍ରମ କରୁଥିଲେ । ଛୁଟି ଦିନ ଅର୍ଥାତ ରବିବାର ଦେନିକ ୯ ଘଣ୍ଟା ପରିଶ୍ରମ କରୁଥିଲେ ।
ଅଙ୍କୁର କହିଛନ୍ତି, ଆର୍ଏସ୍ପିରେ ଚାକିରି କରୁଥିଲେ ମଧ୍ୟ ତାଙ୍କର ସମ୍ମାନଜନକ ପ୍ରଶାସନିକ ଚାକିରି ଆଗ୍ରହ ରହିଥିଲା । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ କଠିନ ପରିଶ୍ରମ କରୁଥିଲି । ଶେଷରେ ସଫଳତା ପାଇଲି । ଅନ୍ୟମାନଙ୍କ ପାଇଁ ସେ କହିଛନ୍ତି, ‘ମନକୁ ଦୃଢ଼ କରି ଆଗକୁ ବଢ଼ନ୍ତୁ । ସମୟର ସଦ୍ବିନିଯୋଗ କର;ୁ । ନିଶ୍ଚିତ ଭାବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ, ଏଥିରେ ଦ୍ୱନ୍ଦ ନାହିଁ ।’




