ହାତୀ ଆତଙ୍କରେ ଲୋକେ ଭୟଭୀତ, ଅଭିଯୋଗ କଲେ ଶୁଣୁନାହାନ୍ତି ବନ ବିଭାଗ

ଜମନକିରା : ବାମରା ବନଖଣ୍ଡ ବଡ଼ରମା ରେଞ୍ଜ ଅଞ୍ଚଳରେ ଏବେ ପ୍ରାୟ ପ୍ରତ୍ୟେକ ଦିନରେ ହାତୀ ଆତଙ୍କ ଦେଖିବାକୁ ମିଳୁଛି । ସୂଚନା ଯୋଗ୍ୟ ଯେ, ଜମନକିରା ବ୍ଲକ୍‌ ବଡ଼ରମା ପଞ୍ଚାୟତ ଖରମୁଣ୍ଡା ଗ୍ରାମରେ ଗତ କିଛିଦିନ ହେବ ଏକ ହାତୀ ଘୁରି ବୁଲୁଛି । ଗତ ୯ ତାରିଖରେ ଚିନିମହୁଲ ଗାଁର ଦେବେନ୍ଦ୍ର ପଧାନଙ୍କ ଘରେ ପ୍ରାୟ ରାତି ୩ଟା ବେଳକୁ ଘର ଭାଙ୍ଗି ଦେଇଥିବା ବେଳେ, ଚଳିତ ମାସ ଗତ ୨୦ ତାରିଖରେ ଖରମୁଣ୍ଡା […]

Samaya Live Picture
Published On

ଜମନକିରା : ବାମରା ବନଖଣ୍ଡ ବଡ଼ରମା ରେଞ୍ଜ ଅଞ୍ଚଳରେ ଏବେ ପ୍ରାୟ ପ୍ରତ୍ୟେକ ଦିନରେ ହାତୀ ଆତଙ୍କ ଦେଖିବାକୁ ମିଳୁଛି । ସୂଚନା ଯୋଗ୍ୟ ଯେ, ଜମନକିରା ବ୍ଲକ୍‌ ବଡ଼ରମା ପଞ୍ଚାୟତ ଖରମୁଣ୍ଡା ଗ୍ରାମରେ ଗତ କିଛିଦିନ ହେବ ଏକ ହାତୀ ଘୁରି ବୁଲୁଛି । ଗତ ୯ ତାରିଖରେ ଚିନିମହୁଲ ଗାଁର ଦେବେନ୍ଦ୍ର ପଧାନଙ୍କ ଘରେ ପ୍ରାୟ ରାତି ୩ଟା ବେଳକୁ ଘର ଭାଙ୍ଗି ଦେଇଥିବା ବେଳେ, ଚଳିତ ମାସ ଗତ ୨୦ ତାରିଖରେ ଖରମୁଣ୍ଡା ଗ୍ରାମର ପବିତ୍ର କଉଡ଼ିଙ୍କ ଘର ଭାଙ୍ଗି ଦେଇଛି ।

ହାତୀ ଆତଙ୍କରେ ଲୋକେ ଭୟଭୀତ, ଅଭିଯୋଗ କଲେ ଶୁଣୁନାହାନ୍ତି ବନ ବିଭାଗ

ଏମିତି ଏହି ଅଞ୍ଚଲରେ ପ୍ରତ୍ୟହ ଦିନେ ଦୁଇଦିନ ଅନ୍ତରରେ ଗାଁରେ ପଶି ଗ୍ରାମର ଲୋକଙ୍କ ଘର ଭାଙ୍ଗି ଦେଉଥିବା ସହ ଜିନିଷ ପତ୍ର ନଷ୍ଟ କରି ଚାଲି ଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗ୍ରାମବାସୀମାନେ ବାରମ୍ବାର ବଡ଼ରମା ରେଞ୍ଜ କାର୍ଯ୍ୟାଳୟରେ ଅଭିଯୋଗ କରୁଥିଲେ ମଧ୍ୟ ବନାଞ୍ଚଳ ଅଧିକାରି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କହିଛନ୍ତ । ଏହା ଶୁଣି ବଡରମା ସରପଞ୍ଚ ବିଜୟ କୁମାର ନାୟକ ଘଟଣା ଜାଣିବା ପରେ ଆଜି ସେ ଉକ୍ତ ପରିବାରମାନଙ୍କୁ ଭେଟିବାକୁ ଯାଇ ଭାଙ୍ଗିଥିବା ଘର ପରିଦର୍ଶନ କରିଥିଲେ ।

ହାତୀ ଆତଙ୍କରେ ଲୋକେ ଭୟଭୀତ, ଅଭିଯୋଗ କଲେ ଶୁଣୁନାହାନ୍ତି ବନ ବିଭାଗ

ବନବିଭାଗକୁ ବାରମ୍ବାର ଅବଗତ କରାଇବା ପରେ ମଧ୍ୟ ବନ ବିଭାଗ ହାତୀ ଘଉଡ଼ାଇବାକୁ କୌଣସି ପଦକ୍ଷେପ ନେଉ ନଥିବାରୁ ଲୋକଙ୍କ ମଧ୍ୟରେ ବନବିଭାଗ ପ୍ରତି ଅସନ୍ତୋଷ ଦେଖିବକୁ ମିଳୁଛି । ତୁରନ୍ତ ଏହି ଅଞ୍ଚଳରେ ହାତୀ ଘଉଡ଼ାଇବା ଆରମ୍ଭ କରାଯିବା ସହ କ୍ଷତଗ୍ରସ୍ତ ପରିବାରୁକୁ କ୍ଷତିପୂରଣ ପାଇଁ ଦାବି ହେଉଛ ।