ହୃଦରୋଗ ଶିଶୁଙ୍କ ପାଇଁ ଚିକିତ୍ସା ଶିବିର,୧୦୮ ଶିଶୁ ମାଗଣା ଚିକିତ୍ସା ପାଇଲେ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ୧୮ ବର୍ଷରୁ କମ୍ ଶିଶୁଙ୍କ ମାଗଣା ହୃଦରୋଗ ଜନିତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ୧୦୮ଜଣ ଶିଶୁ ଚିକିତ୍ସା ଲାଗି ଆସିଥିଲେ। ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଅନୁବନ୍ଧିତ ଛତିଶଗଡ଼ ରାଜ୍ୟର ରାୟପୁରରେ ଥିବା ନାରାୟଣ ହୃଦୟାଳୟର ଅଭିଜ୍ଞ ହୃଦରୋଗ ବିଶେଷଜ୍ଞ ଡ଼ା. ସୁମନ୍ତ ଶେଖର ପାଢୀ ଓ ତାଙ୍କ ଟିମର ସହଯୋଗରେ ଶିବିର […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ୧୮ ବର୍ଷରୁ କମ୍ ଶିଶୁଙ୍କ ମାଗଣା ହୃଦରୋଗ ଜନିତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ୧୦୮ଜଣ ଶିଶୁ ଚିକିତ୍ସା ଲାଗି ଆସିଥିଲେ। ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଅନୁବନ୍ଧିତ ଛତିଶଗଡ଼ ରାଜ୍ୟର ରାୟପୁରରେ ଥିବା ନାରାୟଣ ହୃଦୟାଳୟର ଅଭିଜ୍ଞ ହୃଦରୋଗ ବିଶେଷଜ୍ଞ ଡ଼ା. ସୁମନ୍ତ ଶେଖର ପାଢୀ ଓ ତାଙ୍କ ଟିମର ସହଯୋଗରେ ଶିବିର ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ କାର୍ଯ୍ୟରତ ବ୍ଲକ ମୋବାଇଲ ହେଲ‘ ଟିମଙ୍କ ଦ୍ୱାରା ପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲରେ ନିୟମିତ ସ୍୍ୱାସ୍ଥ୍ୟ ପରୀକ୍ଷା ହେଉଥିବା ବେଳେ ସେଥିରୁ ସ୍୍ୱାସ୍ଥ୍ୟ ଗତ ସମସ୍ୟା ନେଇ ଚିହ୍ନଟ ହୋଇଥିବା ଶିଶୁଙ୍କୁ ଏଥିରେ ମାଗଣାରେ ଚିକିତ୍ସା ଦିଆଯାଇଥାଏ । ପ୍ରତିବର୍ଷ କଳାହାଣ୍ଡି ଜିଲ୍ଲାରେ ଶିବିରର ଆୟୋଜନ କରି ପରୀକ୍ଷା କେନ୍ଦ୍ରରେ ମୋଟ ୩୭୦ଜଣ ହୃଦରୋଗ ଶିଶୁଙ୍କ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୨୯୮ଜଣଙ୍କ ଅସ୍ତ୍ରୋପଚାର ସଫଳତାର ସହ ହୋଇଛିଛ କ୍ୟାମ୍ପରେ ୧୦୮ ଜଣ ଶିଶୁଙ୍କ ମଧ୍ୟରୁ ଗୁରୁତର ରୋଗୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ରାୟପୁରେ ଥିବା ନାରାୟଣ ହୃଦାଳୟ ଏବଂ ଆବଶ୍ୟକ ପଡିଲେ ବେଙ୍ଗାଲୁରୁ ସୁପର ସ୍ପେସାଲିଷ୍ଟ ହସ୍ପିଟାଲକୁ ପଠାଯିବାର ସୁବିଧା ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧ୍ୟାକାରୀ ଡା. ରଞ୍ଜନ ମିତ୍ର, ଡା ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, କାର୍ଯ୍ୟକ୍ରମ ପରିଚାଳକ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସମେତ ଡିଆଇସିସିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ର୍କାଯ୍ୟକ୍ରମ ମାଧ୍ୟମରେ ସମସ୍ତ ଶିଶୁଙ୍କୁ ଉତ୍ତମ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିପାରୁଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।




