ଛାତ୍ର ଇନ୍ଦ୍ର ମେଘୱାଲ ହତ୍ୟାକାରିକୁ ଫାସୀ ଦଣ୍ଡାଦେଶ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର
ଭବାନୀପାଟଣା : ଡ.ବି.ଆର ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ କଳାହାଣ୍ଡି ପକ୍ଷରୁ ଡ.ବି.ଆର ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲଙ୍କର ନେତୃତ୍ୱରେ ରାଜସ୍ଥାନର ଛାତ୍ର ଇନ୍ଦ୍ର ମେଘୱାଲଙ୍କ ଅଭିଯୁକ୍ତକୁ ଫାସୀ ଦଣ୍ଡାଦେଶ ଦାବିନେଇ ରାଷ୍ଟ୍ରପତି ଭାରତ ସରକାରଙ୍କୁ ଜିଲ୍ଲାପାଳ କଳାହାଣ୍ଡିଙ୍କର ଜରିଆରେ ଏକ ସ୍ମାରକ ପତ୍ର ଦିଆଯାଇଛି । ଏହି ସ୍ମାରକ ପତ୍ରରେ ଏହି ଘଟଣାର ଅଭିଯୁକ୍ତକୁ ଫାଶୀ ଦଣ୍ଡଦେଶ ନିବେଦନ ସହିତ ସ୍ୱାଧୀନତା ପରେ ଭାରତବର୍ଷରେ ହେଉଥିବା ଦଳିତ, ଅତ୍ୟାଚାର ଓ ଦଳିତ […]
ଭବାନୀପାଟଣା : ଡ.ବି.ଆର ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ କଳାହାଣ୍ଡି ପକ୍ଷରୁ ଡ.ବି.ଆର ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲଙ୍କର ନେତୃତ୍ୱରେ ରାଜସ୍ଥାନର ଛାତ୍ର ଇନ୍ଦ୍ର ମେଘୱାଲଙ୍କ ଅଭିଯୁକ୍ତକୁ ଫାସୀ ଦଣ୍ଡାଦେଶ ଦାବିନେଇ ରାଷ୍ଟ୍ରପତି ଭାରତ ସରକାରଙ୍କୁ ଜିଲ୍ଲାପାଳ କଳାହାଣ୍ଡିଙ୍କର ଜରିଆରେ ଏକ ସ୍ମାରକ ପତ୍ର ଦିଆଯାଇଛି ।
ଏହି ସ୍ମାରକ ପତ୍ରରେ ଏହି ଘଟଣାର ଅଭିଯୁକ୍ତକୁ ଫାଶୀ ଦଣ୍ଡଦେଶ ନିବେଦନ ସହିତ ସ୍ୱାଧୀନତା ପରେ ଭାରତବର୍ଷରେ ହେଉଥିବା ଦଳିତ, ଅତ୍ୟାଚାର ଓ ଦଳିତ ଅତ୍ୟାଚାରକୁ ନିପାତ କରିବାର ଯେଉଁ ଅଧିନିୟମ ତିଆରି ହୋଇଛି । ଭାରତ ସରକାରଙ୍କର ଦ୍ୱାରା ତାହାକୁ କ୍ରିୟାନ୍ନୟନ ସୁନିଶ୍ଚିତ କରିବାକୁ ଏହି ସ୍ମାରକପତ୍ର ଦିଆଯାଇଛି । ଏହାର ପ୍ରତିଲିପି ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଓ ଭାରତର ସମସ୍ତ ସାଂସଦଙ୍କୁ ଦିଆଯାଇଛି ।ଏହି ପ୍ରତିନିଧି ମଣ୍ଡଳୀରେ ଚକ୍ରଧର ସେଠୀ, ନାଦରାଜ ନାଏକ, ହନିଫ ଖାନ, ଅନିଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚାନଥାଉ ଯେ , ପ୍ରଧାନ ଶିକ୍ଷକଙ୍କ ପାଖରେ ରଖାଯାଇଥିବା ହାଣ୍ଡିରୁ ପାଣି ପିଇବା ପାଇଁ ତୃତୀୟ ଶ୍ରେଣୀର ଜଣେ ଦଲିତ ଛାତ୍ରଙ୍କୁ ଜୀବନ ହରାଇବାକୁ ପଡିଥିଲା । ରାଜସ୍ଥାନ ଜାଲୋର ଜିଲ୍ଲାର ସାୟଲା କ୍ଷେତ୍ରର ସୁରଣା ସରସ୍ୱତୀ ବିଦ୍ୟାଲୟାରେ ଘଟିଥିବା ଘଟଣାର ୨୩ ଦିନ ପରେ ଦେବରମ ମେଘୱାଲଙ୍କ ପୁଅ ଇନ୍ଦ୍ର ମେଘୱାଲ (ଛାତ୍ର) ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା କୁ ନେଇ ସାରା ଦେଶରେ ଏକ ଅସନ୍ତୋଷର ବାତାବରଣ ଦେଖା ଦେଇଛି ।




