କୋଟିଆରେ ଆନ୍ଧ୍ରର ପଞ୍ଚାୟତ ର୍ନିବାଚନ: ଓଡ଼ିଶା ପାଇଁ ଚିନ୍ତା ବଢ଼ିଲା

କୋରାପୁଟ: ସେପ୍‌ଟେମ୍ବର ୨୧ : ଆନ୍ଧ୍ରର ବିସ୍ତାର ନିତୀ ଓଡ଼ିଶା ପାଇଁ ଚିନ୍ତା ବଢ଼ାଇ ଦେଇଛି । ଗତ ରବିବାର ଘୋଷଣା ହୋଇଥିବା ମଣ୍ଡଳ ପରିଷଦ ଆଞ୍ଚଳିକ ର୍ନିବାଚନ ମଣ୍ଡଳୀ (ଏମ୍ପିଟିସି) ଏବଂ ଜିଲ୍ଲା ପରିଷଦ ଆଞ୍ଚଳିକ ର୍ନିବାଚନ ମଣ୍ଡଳୀ (ଜେଡ¬ିଟିସି) ର୍ନିବାଚନର ଫଳାଫଳରୁ ଏହି ସଂକେତ ମିଳିଛି । ଓଡ଼ିଶାର କୋଟିଆ ଗ୍ରାମପୁଞ୍ଜରୁ ନିର୍ବାଚିତ ୫ ଏମ୍ପିଟିସି ସଦସ୍ୟଙ୍କ ମଧ୍ୟରୁ ଜଣେ ଓଡ଼ିଆ ଭାଷୀ ହୋଇଥିବା ବେଳେ ସମସ୍ତେ ୱାଇଏସ୍‌ଆର କଂଗ୍ରେସ ପ୍ରାର୍ଥୀ । ଭୋଟ […]

Samaya Live Picture
Published On

କୋରାପୁଟ: ସେପ୍‌ଟେମ୍ବର ୨୧ : ଆନ୍ଧ୍ରର ବିସ୍ତାର ନିତୀ ଓଡ଼ିଶା ପାଇଁ ଚିନ୍ତା ବଢ଼ାଇ ଦେଇଛି । ଗତ ରବିବାର ଘୋଷଣା ହୋଇଥିବା ମଣ୍ଡଳ ପରିଷଦ ଆଞ୍ଚଳିକ ର୍ନିବାଚନ ମଣ୍ଡଳୀ (ଏମ୍ପିଟିସି) ଏବଂ ଜିଲ୍ଲା ପରିଷଦ ଆଞ୍ଚଳିକ ର୍ନିବାଚନ ମଣ୍ଡଳୀ (ଜେଡ¬ିଟିସି) ର୍ନିବାଚନର ଫଳାଫଳରୁ ଏହି ସଂକେତ ମିଳିଛି । ଓଡ଼ିଶାର କୋଟିଆ ଗ୍ରାମପୁଞ୍ଜରୁ ନିର୍ବାଚିତ ୫ ଏମ୍ପିଟିସି ସଦସ୍ୟଙ୍କ ମଧ୍ୟରୁ ଜଣେ ଓଡ଼ିଆ ଭାଷୀ ହୋଇଥିବା ବେଳେ ସମସ୍ତେ ୱାଇଏସ୍‌ଆର କଂଗ୍ରେସ ପ୍ରାର୍ଥୀ । ଭୋଟ ହାର ଶାସକ ଦଳକୁ ଉତ୍ସାହିତ କରିଥିବା ବେଳେ ନବନିର୍ବାଚିତ ଲୋକପ୍ରତିନିଧିଙ୍କ ଦ୍ୱାରା ହିଁ ଆଗକୁ ସଂଗଠନକୁ ସଂପ୍ରସାରଣ କରିବାକୁ ପୂରା ଜୋର ଲଗାଇବ ବୋଲି ସୂଚନା ମିଳିଛି । ଯାହାକି ଓଡ଼ିଶା ପାଇଁ ଆଗକୁ ବଡ଼ ଆହ୍ୱାନର ସମ୍ମୁଖୀନ ହେବ । ବହୁ ବିବାଦ, ବିରୋଧ ଓ ପ୍ରତିବାଦ ସତ୍ତେ୍ୱ ଓଡ଼ିଶାର କୋଟିଆ ଗ୍ରାମପୁଞ୍ଜରେ ଏମ୍ପିଟିସି ଏବଂ ଜେଡ¬ିଟିସି ର୍ନିବାଚନ କରାଇଥିଲା ଆନ୍ଧ୍ର । ତେବେ ଶାସକ ଦଳର ପ୍ରାର୍ଥୀ ଜେଡ¬ିଟିସି ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାରୁ ଏମ୍ପିଟିସି ର୍ନିବାଚନକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ।
ସୂଚନା ଅନୁସାରେ, ଗତ ଏପ୍ରିଲ୍‌ ମାସ ୮ତାରିଖ ଦିନ ମତଦାନ ପୂର୍ବରୁ କୋରାପୁଟ ପ୍ରଶାସନ ଏବଂ ବିଭିନ୍ନ ରାଜନେତିକ ଦଳରେ ନେତା କୋଟିଆରେ ଡେରା ପକାଇଥିଲେ । ଲୋକଙ୍କୁ ବୁଝାସୁଝା କରି ମତଦାନ ପ୍ରକ୍ରିୟାରୁ ବିରତ ରହିବାକୁ ପରାମର୍ଶ ଦେଇଥିଲେ । ତେବେ ଆନ୍ଧ୍ର ହାଇକୋର୍ଟଙ୍କ ସ୍ଥଗିତାଦେଶ ଯୋଗୁଁ ମତଗଣନା ହୋଇପାରି ନଥିଲା । ଗତ ଗୁରୁବାର ହାଇକୋର୍ଟ ଭୋଟ ଗଣତି ପାଇଁ ଅନୁମତି ଦେବାରୁ କଡ଼ା ସୁରକ୍ଷା ମଧ୍ୟରେ ପୂରା ପ୍ରକ୍ରିୟା ସଂପନ୍ନ ହୋଇଛି । ଏଥିପାଇଁ ଦିନ ତମାମ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଚଳଚଞ୍ଚଳ ରହିଥିଲା । କୋରାପୁଟ ପ୍ରଶାସନ ବି ଏହାରି ଉପରେ ନଜର ରଖିଥିଲା ।
କୋଟିଆ ଗ୍ରାମପୁଞ୍ଜକୁ ଆନ୍ଧ୍ରର ସାଲୁର ନିର୍ବାଚନ ମଣ୍ଡଳୀ ପରିସରଭୁକ୍ତ କରିଥିବାରୁ ଆନ୍ଧ୍ର ର୍ନିର୍ବାଚନ କମିସନ ମତଗଣନା ସାଲୁର ସ୍ଥିତ ସରକାରୀ ଡିଗ୍ରୀ କଲେଜରେ କରାଇଥିଲେ । ଏଠାରେ କୋଡ଼ମା, ଗଞ୍ଜେଇବାଦ୍ରା, ସାରିକା, ଥୋନମ୍‌ ଓ କୁରକୁଟି ଆଦି ଏମ୍ପିଟିସି ନିମନ୍ତେ ଭୋଟ ଗଣତି ହୋଇଥିଲାଛ ସମସ୍ତ ୫ଟି ଯାକ ଏମ୍ପିଟିସିରେ ୱାଇଏସ୍‌ଆର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଓଡ଼ିଶାର ଗଞ୍ଜେଇପଦର ଗାଁକୁ ପଞ୍ଚାୟତ ମାନ୍ୟତା ଦେଇ ଆନ୍ଧ୍ର ସରକାର ଗଞ୍ଜେଇବାଦ୍ରା ବୋଲି ନାମକରଣ କରିଥିବା ବେଳେ ଏହି ଏମ୍ପିଟିସିରେ ମୋଟ ୨୭୦ଜଣ ଭୋଟର ମତଦାନ କରିଥିଲେ । ୱାଇଏସ୍‌ଆର କଂଗ୍ରେସ ପ୍ରାର୍ଥୀ ୧୨୪ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ନିର୍ବାଚିତ ହେବାପରେ ଏହି ଲୋକପ୍ରତିନିଧିମାନେ ଆଦୌ ଚୁପ୍‌ ବସିବେ ନାହିଁ । ନିଜ ପତିଆରା ଦେଖାଇବାକୁ ପୂରା ଉଦ୍ୟମ କରିବେ । ପାଣ୍ଠି ଖର୍ଚ୍ଚକୁ ବି ଗୁରୁିତ୍ୱ ଦେଇ ଉଚ୍ଚ ଅଭିଳାଷ ରଖି ଶାସକ ଦଳକୁ ସୁହାଇଲା ଭଳି କାମ କରିବେ । ଏହାଦ୍ୱାରା କୋଟିଆ ଅଞ୍ଚଳରେ ଭିନ୍ନ ପରିବେଶ ଏବଂ ପରିସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି ।