ବୌଦ୍ଧ : ୫୯୬୦ ହେକଫର ଜମିରେ ହେବ ଖରିଫ ଧାନ ଚାଷ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ଚାଷ ହେଉଛି ଜିଲ୍ଲାବାସୀଙ୍କ ମୂଖ୍ୟପେସା । ଶିଳ୍ପ ବିହିନ ବୌଦ୍ଧଜିଲ୍ଲାରେ ଚାଷୀ ଧାନ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା ଜାତୀୟ ଫସଲ କରି ଦି ପଇସା ରୋଜଗାର କରି ପରିବାର ଚଳାଇଥାନ୍ତି । ଜିଲ୍ଲାର ଚାଷୀମାନେ ଚାଷ ପାଇଁ ସାଧାରଣତଃ ମୈାସୁମୀ ବର୍ଷା ଉପରେ […]

Samaya Live Picture
Published On

ବୌଦ୍ଧ : ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ଚାଷ ହେଉଛି ଜିଲ୍ଲାବାସୀଙ୍କ ମୂଖ୍ୟପେସା । ଶିଳ୍ପ ବିହିନ ବୌଦ୍ଧଜିଲ୍ଲାରେ ଚାଷୀ ଧାନ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା ଜାତୀୟ ଫସଲ କରି ଦି ପଇସା ରୋଜଗାର କରି ପରିବାର ଚଳାଇଥାନ୍ତି ।

ଜିଲ୍ଲାର ଚାଷୀମାନେ ଚାଷ ପାଇଁ ସାଧାରଣତଃ ମୈାସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ଚାଷର ପ୍ରଥମରେ ଜିଲ୍ଲାରେ ଯେଭଳି ଭାବରେ ବର୍ଷା ଆରମ୍ଭ ହୋଇଛି । ତାକୁ ଦେଖି ଚାଷୀ ଖୁବ ଉସିାହିତ ହୋଇପଡିଛନ୍ତି । ଏବଂ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେଥିପାଇଁ ଚାଷୀ ବିଲରେ ହଲ କରିବା ଆରମ୍ଭ କରିସାରିଥିବା ବେଳେ ପହ୍ଲା ପକାଇବା ମଧ୍ୟ ଆରମ୍ଭ କରିଦେଇଛି ।

ଗତବର୍ଷ ଜିଲ୍ଲାରେ ୫୯ ହଜାର ୩୦୮ ଧାନ ଉପିାଦନ ପାଇଁ ଲକ୍ଷରଖା ଯାଇଥିବା ବେଳେ ୫୩ ହଜାର ୮୭୨ ଧାନ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଜିଲ୍ଲାରେ ୫୯,୪୬୦ ହେକଫର ଚାଷ ଜମିରେ ଖରିଫ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା କୃଷିି ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଚଳିତ ବର୍ଷ ଜିଲ୍ଲାରେ ଚାଷ ପାଇଁ ଏପ୍ରିଲମାସରେ ୧୬.୫୦ ମିଲିମିଟର ବର୍ଷା ଆବଶ୍ୟକତା ରହିଥିଲା ବେଳେ ବର୍ଷା ହୋଇନଥିବା ରେକର୍ଡ କରାଯାଇଛି ।

ସେହିପରି ମେ ମାସରେ ଚାଷ ପାଇଁ ୩୮.୪୦ ମିଲିମିଟର ବର୍ଷା ଆବଶ୍ୟକ ହେଉଥିବା ବେଳେ ୧୦୯.୬୭ ମିଲି ମିଟର ବର୍ଷା ହୋଇଥିଲା । ଜୁନ ମାସରେ ୨୩୩.୮୦ ବର୍ଷା ଆବଶ୍ୟକ ହେଉଥିବା ବେଳେ ୨୮୪.୭୩ ବର୍ଷା ହୋଇଛି । ଜୁଲାଇ ମାସରେ ୪୧୮.୫୦ ମିଲିମିଟର ବର୍ଷା ଆବଶ୍ୟକ ହେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୭.୬୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାର ଭୌଗଳିକ ସ୍ଥିତିକୁ ଦେଖିଲେ ଜିଲ୍ଲାରେ ୩ଲକ୍ଷ ୫୮ ହଜାର ୨୯୨ ହେକଫର ଜମି ରହିଛି । ଅଧିକାଂଶ ଜମିରେ ପାହଡ ପର୍ବତ ଭରି ରହିଛି । ସେଥିମଧ୍ୟରୁ ୮୮ ହଜାର ୯୨୦ ହେକଫର ଚାଷ ଜମିରେ ଚାଷ କରାଯାଇଥାଏ ।

ଚଳିତ ବର୍ଷ ଜିଲ୍ଲାରେ ୫୯ ହଜାର ୪୬୦ ହେକଫର ଚାଷ ଜମିରେ ଖରିଫ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ବୌଦ୍ଧବ୍ଲକରେ ୩୨ ହଜାର ୫୪୬, ହରଭଙ୍ଗା ବ୍ଲକରେ ୨୫ ହଜାର ୨୯୭ ଓ କଣ୍ଟାମାଳ ବ୍ଲକରେ ୨୭ ହଜାର ୩୨୭ ହଜାର ହେକଫର ଚାଷ ଜମି ରହିଛି ।

ସେହିପରି ଚାଷ ପାଇଁ ୧୪୪୦୦.୦୦ ଟନ ବିଭିନ୍ନ ସାରର ଆବଶ୍ୟକତା ରହିଛି । ଚାଷ ପାଇଁ ଚାଷୀକୁ ବିହନ.ସାର ଓ ପାଣିର ଆବଶ୍ୟକତା ଅଧିକ ରହିଥିବା ବେଳେ ବିଭିନ୍ନ ସମୟରେ ଯୋଗାଇ ଦିଆଯାଇଥିବା ବିହନର ମାନ ଉନ୍ନତମାନର ହୋଇନଥିବା ଯୋଗୁଁ ଚାଷୀ ଅଧିକ ଫସଲ ଅମଳ କରିପାରୁନାହିଁ ବୋଲି ଅଭିଯୋଗ ହେଉଛି । ସାର ପାଇଁ ଚାଷୀକୁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡୁଛି । ହେଲେ ଚାଷୀଙ୍କୁ ଠିକ ସମୟରେ ସାର ମିଳୁ ନ ଥିବା ବେଳେ ଶେଷରେ ବାଧ୍ୟ ହୋଇ ବ୍ଲାକରେ ସାର କିଣି ବିଲରେ ପକାଉଛି । ଠିକ ସମୟରେ ତଳ ମୁଣ୍ଡର ଚାଷୀ ପାଣି ପାଇ ପାରୁନ ଥିବାରୁ ଚାଷୀ ତାର ଚାଷକୁ ବଂଚାଇ ରଖିବା ପାଇଁ ସଂଘର୍ଷ କରୁଛି ।