କୂଳ ଖାଉଛି କମଳ ନଦୀ, ସନ୍ଧିହାନରେ ରସଡୁମେର ଗ୍ରାମବାସୀ
ଜୟପାଟଣା,ସେପ୍ଟେମ୍ବର ୯ : କଳାହାଣ୍ଡି ଜିଲ୍ଳା ଜୟପାଟଣା ବ୍ଳକ୍ ବାଣ୍ଡିଗାଁ ଗ୍ରାମ ପଞ୍ଚାୟତ ରସଡୁମେର ଏକ ପୁରାତନ ଗ୍ରାମ । ପ୍ରାୟ ୧୫୦ ବର୍ଷ ତଳେ ସ୍ଥାପିତ ଏହି ଗ୍ରାମରେ ପ୍ରାୟ ୨୦୦ ପରିବାରର ଲୋକେ ନିଜ ନିଜର ଜୀବନ ଜୀବାକା କରି ସ୍ୱଚ୍ଛନ୍ଦରେ ଚଳି ଆସୁଥିଲେ । ସେହି ସମୟରେ ବୃଦ୍ଧ ମାନେ କମଳ ନଦୀ ତଟ ପାଶ୍ୱର୍ ସମତଳ ଅଂଚଳକୁ ନିଜର ଭିଟାମାଟି ତିଆରି କରି ବିଭିନ୍ନ ପ୍ରକାର ଚାଷ ସହ ବଣିଜ ବ୍ୟାପାର […]
ଜୟପାଟଣା,ସେପ୍ଟେମ୍ବର ୯ : କଳାହାଣ୍ଡି ଜିଲ୍ଳା ଜୟପାଟଣା ବ୍ଳକ୍ ବାଣ୍ଡିଗାଁ ଗ୍ରାମ ପଞ୍ଚାୟତ ରସଡୁମେର ଏକ ପୁରାତନ ଗ୍ରାମ । ପ୍ରାୟ ୧୫୦ ବର୍ଷ ତଳେ ସ୍ଥାପିତ ଏହି ଗ୍ରାମରେ ପ୍ରାୟ ୨୦୦ ପରିବାରର ଲୋକେ ନିଜ ନିଜର ଜୀବନ ଜୀବାକା କରି ସ୍ୱଚ୍ଛନ୍ଦରେ ଚଳି ଆସୁଥିଲେ । ସେହି ସମୟରେ ବୃଦ୍ଧ ମାନେ କମଳ ନଦୀ ତଟ ପାଶ୍ୱର୍ ସମତଳ ଅଂଚଳକୁ ନିଜର ଭିଟାମାଟି ତିଆରି କରି ବିଭିନ୍ନ ପ୍ରକାର ଚାଷ ସହ ବଣିଜ ବ୍ୟାପାର କରି ଗ୍ରାମକୁ ସମୃଦ୍ଧ କରି ଅଂଚଳ ପାଇଁ ଉଦାହାରଣ ସୃଷ୍ଟି କରି ଆସିଥିଲେ । କମଳ ନଦୀର ଉର୍ବର ପଟୁ ମାଟି ଏହି ଗ୍ରାମବାସୀଙ୍କ ପାଇଁ ସୁନା ଉପୁଯାଇ ଦେଉଥିଲା କିନ୍ତୁ , ପରବର୍ତି ସମୟରେ ସୁଖ ସମୃଦ୍ଧି ସାଜିଥିବା କମଲ ନଦୀ ଏମାନଙ୍କ ପାଇଁ ଯମଦୁତ ସାଜି ବସିଲା । ବିଭିନ୍ନ ସମୟରେ କମଳ ନଦୀର ବନ୍ୟା କୂଳ ଭାଙ୍ଗି କ୍ରମଶଃ ଭାବେ ଘର ଦ୍ୱାରା ଚାଷୀ ଜମି ଗୁଡିକୁ ନିଜ ଗର୍ଭରେ ଲିନ କରିଦେଇ ଘର ଡିହ ହୀନ ବାସ ଗୃହହୀନ କରି ଚାଲିଲା । କିଏ କେଉଁ ଜାଗା ମାନଙ୍କରେ ଜାଇ ରହିଗଲେ ସେମାନଙ୍କ ଠିକଣା ଗ୍ରାମବାସୀଙ୍କ ମଧ୍ୟରେ ଏବେ ଯାଏଁ ଅଜଣା ରହିଗଲା । ଅନେକ ସମୟର କମଳ ନଦୀର ବନ୍ୟା ବିଭିଷିକାକୁ ଅଙ୍ଗେ ନିଭେଇଥିବା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ନିଲାମ୍ବର ଲେିଆ, ସେହି କାଳର ଗାଁର ସୁଖ ସ୍ୱାଚ୍ଛନ୍ଦ ଏବଂ ଗ୍ରାମ ଛାଡି ଠିକଣାହିନ ଭାବେ କୁଆଡେ ଚାଲିଯାଇଥିବା ପଡୋଶି ମାନଙ୍କୁ ମନେ ପକେଇ କୋହ ଭରା କଣwରେ ପ୍ରକାଶ କରିଛନ୍ତି । ୨୦୧୨ ମସିହା ଅଗଷ୍ଟ ୫ ତାରିଖରେ ଆସିଥିବା କମଲ ନଦୀର ବନ୍ୟା ଆଜିର ଦିନରେ ମଧ୍ୟ ଗ୍ରାମ ଲୋକେ ମନେ ପକେଇ ଭୟରେ ସିହିରି ଉଠନ୍ତି । ଏହି ବନ୍ୟା ବିଳମ୍ବିତ ରାତ୍ରରେ ତାର ଉଗ୍ର ରୂପ ଦେଖାଇ ୨୪ ଗୋଟି ଘରକୁ ମାଟିରେ ମିଶେଇ ଦେଇଥିଲା । ଜୀବନ ବିକଳରେ ନିଜ ପରିବାର ଓ ପୁଅ ଝିଅଙ୍କୁ ନେଇ ସୁରକ୍ଷିତ ସ୍ଥାନ ମାନଙ୍କରେ ରହିଯାଇଥିଲେ । ବନ୍ୟର ପରବର୍ତି ସମୟରେ ଉଚ୍ଚ ପ୍ରଶାସିନକ ଅଧିକାରୀ ମାନେ ପରିଦର୍ଶନରେ ଯାଇ ଲୋକଙ୍କ ସହ ଆଲୋଚନା ପୂର୍ବକ ସରକାରୀ ସହାୟତା ଏବଂ ଆବଶ୍ୟକିୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଦୃଢ଼ ପ୍ରତିଶୃତି ଦେଇଥିଲୋ କିନ୍ତୁ ଅଦ୍ୟବଧି କୌଣସି ସୁଫଳର ହୋଇପାରିନଥିବା ବିଷୟ ଦୁଃଖର ସହ ଗ୍ରାମବାସୀ ପ୍ରକାଶ କରନ୍ତି । ବର୍ତମାନ ୨୮ ଗୋଟି ପରିବାର ନିଜର ଭିଟାମାଟିର ମୋହତ୍ୟାଗ କରି ନପାରି ରହି ଯାଇଥିଲେ ହେଁ ବର୍ଷା ଋତୁ ଆସିଲେ ଏମାନଙ୍କ ମାନସିକ ଯନ୍ତ୍ରଣା ବଢ଼ିଯାଏ । ରାତ୍ରି ସାରା ଅନିଦ୍ରା ରହି ବନ୍ୟର ପରିସ୍ଥିତିକୁ ପରଖୁଥାନ୍ତି । ଗ୍ରାମର ଉପର ମୁଣ୍ଡରେ ବନ୍ୟ ପ୍ରତିରୋଧକ ବ୍ୟବସ୍ଥା ପାଇଁ ଦିର୍ଘ ଦିନ ଧରି ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରଶାସନିକ ଅଧିକାରୀ ମାନଙ୍କ ଜଣେଇ ଆସୁଥିଲେ ହେଁ କୌଣସି ଫଳ ପ୍ରଦ ହୋଇପାରିନାହିଁ । ପରବର୍ତି ସମୟରେ ସରକାରଙ୍କ ଦ୍ୱାରା ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କାର ଗାଁ ମୁଣ୍ଡ ତଳି ଅଂଚଳରେ ଜରୁରୀ କାଳିନ ପରିସ୍ଥିତି ନିମେ‘ ବନ୍ୟାବାତ୍ୟା ଆଶ୍ରୟ ସ୍ଥଳି ନିର୍ମାଣ ହୋଇଥିଲେ ହେଁ ଅଳ୍ପ ବନ୍ୟାରେ ଏହି ଆଶ୍ରୟ ସ୍ଥଳୀ ପାଣିଘେରରେ ରହିଯାଉଥିବା ବିଷୟ ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଲେ । ବନ୍ୟ ଆଶ୍ରୟ ସ୍ଥଳୀ ସହ ଉଚ୍ଚ ସଡକ ସଂଯୋଗ କରାଯାଇନଥିବା ଏବଂ ନିକଟସ୍ଥ କମଳ ନଦୀ ପୋଲ ଠାରୁ ରସ୍ଡୁମେରକୁ ସଂଯୋଗ ପାଇଁ ସବୁଦିନିଆ ରାସ୍ତାର ଅଭାବ ଯୋଗୁଁ ଲୋକେ ସୁରକ୍ଷିତ ମଣୁ ନାହାଁନ୍ତିି । ସରକାର ଗ୍ରାମାଞ୍ଚଳ ଉନ୍ନତି ସକାଶେ ବହୁବିଧ ଯୋଜନା ପ୍ରଣୟନ କରିଆସୁଥିବା ବେଳେ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ଦୂରଦର୍ଶିତା ଅଭାବଯୋଗୁଁ ୧୫୦ ବର୍ଷ ଧରି ସ୍ଥାପିତ ଥିିବା ଆମ ରସଡୁମେର ଗ୍ରାମ ବିଲୁପ୍ତ ହେବାକୁ ବସିଥିବା ବେଳେ କ୍ରମଶଃ ଭାବେ କମଳ ନଦୀ ଗ୍ରାମ ଉଜାଡିବାରେ ଲାଗିଛି । ସରକାର ଆମ ବିଲୁପ୍ତ ପ୍ରାୟ ରସଡୁମେର ଗ୍ରାମର ପୁନରୁଉଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ତୁଳସି ରାମ ମାଝୀ, ଜାମିନିକାନ୍ତ ଲେିଆ, ରେହେମାନ ଖାଁ, ସୁଧାଶଂ ଶେଖର ଲେିଆ , ଇସ୍ମାଇଲ ଖାଁ, ଆୟୁତ ଖାଁ, ଫାଲଗୁନି ମାଝୀ, ପର୍ଶିରାମ ପରାଭୋଇ, ଶୁସାନ୍ତ ମାଝୀ, ଶଙ୍କର ମାଝୀ, କୈଳାସ ମାଝୀ, ଦିଗ୍ସନ ମାଝୀଙ୍କ ମୁହଁରୁ ଗୋଟିଏ ପ୍ରଶ୍ନ ଆମ ଗାଁ ପ୍ରତି ସରକାରଙ୍କ ସୁଦୃଷ୍ଟି ରହିବ କେବେ ।




