ଶିରୋଲ ଗ୍ରାମରେ ଝାଡ଼ାବାନ୍ତି, ୬ଦିନରେ ୩୬ ଆକ୍ରାନ୍ତ ୨ ଗୁରୁତର
କେସିଙ୍ଗା : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଲ ଗ୍ରାମରେ ୬ଦିନ ହେଲା ଝାଡ଼ାବାନ୍ତି ହେଉଛି । ଏହି ଗ୍ରାମର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କ୍ଷୀର ଗୌଡ଼(୬୮), ଭୁବନ ସାହୁ(୨୦), କୁନି ବାଗ(୩୮),ନିରଞ୍ଜନ ନାୟକ(୫୦),ଲକ୍ଷଣ ବାଗ(୬୦) ,କମଳା ବେୱା(୬୦)ଦୋଳମଣି ବାଗ(୪୪),ମୋହିତ ଗୌଡ଼(୧୨) । ଏହିପରି ୩୬ ଜଣ ଗୁରୁତର ହୋଇ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି । ଏଥି ମଧ୍ୟରୁ ଯୋଗେନ୍ଦ୍ର ଗୌଡ଼(୫୦) ଓ ପଦୁ ଭୋଇ(୬୦)ଙ୍କ ଅବସ୍ଥା ଅତି ଗୁରୁତର ହେବାରୁ […]
କେସିଙ୍ଗା : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଲ ଗ୍ରାମରେ ୬ଦିନ ହେଲା ଝାଡ଼ାବାନ୍ତି ହେଉଛି । ଏହି ଗ୍ରାମର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କ୍ଷୀର ଗୌଡ଼(୬୮), ଭୁବନ ସାହୁ(୨୦), କୁନି ବାଗ(୩୮),ନିରଞ୍ଜନ ନାୟକ(୫୦),ଲକ୍ଷଣ ବାଗ(୬୦) ,କମଳା ବେୱା(୬୦)ଦୋଳମଣି ବାଗ(୪୪),ମୋହିତ ଗୌଡ଼(୧୨) । ଏହିପରି ୩୬ ଜଣ ଗୁରୁତର ହୋଇ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି । ଏଥି ମଧ୍ୟରୁ ଯୋଗେନ୍ଦ୍ର ଗୌଡ଼(୫୦) ଓ ପଦୁ ଭୋଇ(୬୦)ଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ଭବାନୀପାଟଣା ସରକରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ପ୍ରତ୍ୟେକ ଦିନ ଝାଡ଼ାବାନ୍ତି ହୋଇ ଆଜକୁ ୬ଦିନ ବିତି ଗଲାଣି ଝାଡ଼ାବାନ୍ତି ଥମୁନାହିଁ । ଶିରୋଲ ସରପଞ୍ଚ ପ୍ରତ୍ୟେକ ପଡ଼ାରେ ବଳିଚିଂ ପାୱଡର ସିଞ୍ଚନ କରାଇଥିଲେ । ଝାଡ଼ାବାନ୍ତି ଥମୁ ନଥିବାରୁ ସରପଞ୍ଚଙ୍କ ଅଭିଯୋଗ କ୍ରମେ ସୋମବାର ପାଷ୍ଟିକୁଡି ଗୋଷ୍ଠୀ କେନ୍ଦ୍ରରୁ ଏକ ୫ ଜଣିଆ ଡାକ୍ତରୀ ଟିମ ଉକ୍ତ ଗ୍ରାମରେ ପହଁଚି ପରୀକ୍ଷା କରିଥିଲେ । ଏହି ଗ୍ରାମରେ ଗୋଟିଏ କୂଅରୁ ପାଣି ପିଉଥିବାରୁ ଏହିପରି ହେଉ ଥିବାରୁ ଡାକ୍ତର ଦଳ ପକ୍ଷରୁ ପ୍ରକାଶ କରିଛନ୍ତି । ଡ଼.ଶାନ୍ତନୁ ଜେନା,ବିଶ୍ୱ ମୋହନ ଠାକୁର ବିପିଏମ, ଭଗବାନ ଗହୀର ,ବୈଶାଳୀ ମହଲା, ଅଙ୍ଗନବାଡି ଓ ଆଶା କର୍ମୀ ମାନେ ସାମିଲ ଥିଲେ ।




