ସିଜର ଲିଷ୍ଟକୁ କେନ୍ଦ୍ର କରି ଆର୍ଟିଓ ଏବଂ ଏମ୍ଭିଆଇଙ୍କ ବିରୁଦ୍ଧରେ ମାମଲା
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ମୋଟର ଯାଞ୍ଚ ସମୟରେ ଜବତ କରାଯାଉଥିବା ବାଇକର ଜବତ ତାଲିକା ଦେଇନଥିବାରୁ ଭବାନୀପାଟଣା ଏସ୍ଡିଜିଏମ୍ କୋର୍ଟରେ କଳାହାଣ୍ଡି ଆର୍ଟିଓ ଏବଂ ଏମ୍ଭିଆଇଙ୍କ ନାମରେ ଏକ ମାମଲା ରୁଜୁ ହେବା ଘଟଣା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ, ଗତ ତା.୧୬.୪.୨୦୨୨ରିଖ ଦିନ ଏମ୍.ଭି.ଆଇ. ଓ ଆର୍.ଟି.ଓ. ମିଶି ସିଙ୍ଗଝରଣ ଠାରେ ନର୍ଲା ଥାନା ଅନ୍ତର୍ଗତ ତୁର୍ଲା ଗାଁର ରଷିକ […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ମୋଟର ଯାଞ୍ଚ ସମୟରେ ଜବତ କରାଯାଉଥିବା ବାଇକର ଜବତ ତାଲିକା ଦେଇନଥିବାରୁ ଭବାନୀପାଟଣା ଏସ୍ଡିଜିଏମ୍ କୋର୍ଟରେ କଳାହାଣ୍ଡି ଆର୍ଟିଓ ଏବଂ ଏମ୍ଭିଆଇଙ୍କ ନାମରେ ଏକ ମାମଲା ରୁଜୁ ହେବା ଘଟଣା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି ।
ଘଟଣାରୁ ପ୍ରକାଶ ଯେ, ଗତ ତା.୧୬.୪.୨୦୨୨ରିଖ ଦିନ ଏମ୍.ଭି.ଆଇ. ଓ ଆର୍.ଟି.ଓ. ମିଶି ସିଙ୍ଗଝରଣ ଠାରେ ନର୍ଲା ଥାନା ଅନ୍ତର୍ଗତ ତୁର୍ଲା ଗାଁର ରଷିକ ତାଣ୍ଡିଙ୍କ ମଟର ସାଇକେଲ ନଂ. ଓଡି-୦୮-ସି-୨୫୨୩ କୁ ଜବତ କରିଥିଲେ । କି;ୁ ଜବତ ସମୟରେ ଶ୍ରୀ ତାଣ୍ଡିକୁ ଆର୍ଟିଓ ଏମ୍ଭିଆଇ ଜବତ କରିଥିବା ମଟର ସାଇକେଲର ଜବତ ତାଲିକା ଦେଇନଥିଲେ । ଜୋର ଜବରଦସ୍ତି ଉକ୍ତ ମୋଟରସାଇକେଲକୁ ବିନା ଜବତ ତାଲିକାରେ ବେଆଇନ ଭାବେ କାର୍ଯ୍ୟାଳୟକୁ ନେଇ ଆସିଥିଲେ । ଏହା ବିରୁଦ୍ଧରେ ଗାଡି ମାଲିକ ଶ୍ରୀ ତାଣ୍ଡି ତା.୫.୫.୨୦୨୨ରେ ଏସ୍.ଡି.ଜେ.ଏମ୍. କୋର୍ଟରେ ଗାଡି ରିଲିଜ୍ ପାଇଁ ଆବେଦନ ଫାଇଲ କରିଥିଲେ ।
ସେହି କେସ୍ରେ କୌଣସି କାଗଜ ପତ୍ର ନଥିବାରୁ ଅଦଲାତ ତା.୬.୫.୨୦୨୨ରେ କେସ୍ର ଅନୁସନ୍ଧାନ ଅଧିକାରୀଙ୍କୁ ଏ ଗାଡିର ସମ୍ପୁର୍ଣ୍ଣ ତଥ୍ୟ ଦେବାପାଇଁ ନୋଟିସ୍ ଜାରି କରି ରିପୋର୍ଟ ମାଗିଥିଲେ । ଏହା ପରେ ଆର୍ଟିଓ ଙ୍କ ଚିଠି ନଂ. ୬୪୦, ତା.୦୭.୦୫.୨୦୨୨ ରେ ସିଜର ଲିଷ୍ଟ ନେଇ କୋର୍ଟ କୁ ଚିଠି ପ୍ରଦାନ କରିଥିଲେ । ଉକ୍ତ ଚିଠିରେ ମଧ୍ୟ ସିଜର ଲିଷ୍ଟ ଦିଆଯାଇନଥିଲା । ଇ-ଚାଲାଣ କଟାଯାଇଥିବା ଯୋଗୁଁ ସିଜର ଲିଷ୍ଟ ଆବଶ୍ୟକତା ନାହିଁ ବୋଲି ଆର୍ଟିଓ କୋର୍ଟକୁ ଜଣାଇଥିଲେ । ଏହାକୁ ଦେଖି ମାନ୍ୟବର ଅଦାଲତ ଆର୍.ଟି.ଓ. ଓ ଏମ୍.ଭି.ଆଇ. ସିଆର୍ପିସି ଆଇନକୁ ଉଲଂଘନ କରୁଛନ୍ତି, ଭବିଷ୍ୟତରେ ଏମିତି କାମ ପୁର୍ନବାର ଭୂଲ ନ କରିବା ପାଇଁ ତାଗିତ୍ କରିଥିଲେ ।
ତତ୍ ସଙ୍ଗେ ସଙ୍ଗେ ଆର.ଟି.ଓ. ଏବଂ ଏମ୍.ଭି.ଆଇ.ଙ୍କ ଏଭଳି କାର୍ଯ୍ୟ ଶୈଳୀକୁ ହଜମ୍ କରି ନ ପାରି ତିନି ଜଣ ବରିଷ୍ଠ ଆଇନ୍ଜୀବୀ ଅସିତ୍ ପଟ୍ଟନାୟକ, ସୁବ୍ରତ ବହିଦାର ଓ ରାଜେନ୍ଦ୍ର ମୁଣ୍ଡ ଏହାକୁ ନେଇ ଜୁନ୍ ୨ ତାରିଖ ଦିନ ଏସ୍.ଡି.ଜେ.ଏମ୍. କୋର୍ଟରେ ଏକ ଆଇ.ସି.ସି. କେସ୍ ଦଫା ୧୬୬, ୧୬୭ ଏବଂ ୨୦୨ ଆଇ.ପି.ସି.କୁ ନେଇ ଆର୍.ଟି.ଓ. ରାମନିବାସ ସିରିକା ଏବଂ ଜୁନିଅର୍ ଏମ୍.ଭି.ଆଇ. ରିତିକାନ୍ତ ନାହାକାଙ୍କ ବିରୁଦ୍ଧରେ ଏକ ମକଦ୍ଦମା ରୁଜୁ କରାଯାଇଛି । ଏହାକୁ ନେଇ ଭବାନୀପାଟଣା ସହରରେ ଆଲୋଚନାର ବିଷୟ ପାଲଟିଛି ।




