ଜୋର ଧରିଛି ବୌଦ୍ଧରେ କ୍ରସର ବିରୋଧି ଆନ୍ଦୋଳନ : ଆନ୍ଦୋଳନକାରୀ-ଜିଲ୍ଲାପ୍ରଶାସନ ଆଲୋଚନା ବିଫଳ
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ଚାଲିଥିବା କ୍ରସର ବିରୋଧି ଆନ୍ଦୋଳନ ଜୋର ଧରିଛି। ମାର୍ଗଶୀର ମାସ ଗୁରୁବାର ଥିବାରୁ ଧାରଣାରେ ସାମିଲଥିବା ମହିଳାମାନେ ଲକ୍ଷ୍ମୀପୁରାଣ ପଠନ କରିଥିବା ଦେଖିବାକୁ ମିଳିଛି । ଅପରାହ୍ନରେ ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକ ଏବଂ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିନିଧି ଆସିଥିବା ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କୁ ବୁଝେଇବା ସହିତ ଆନ୍ଦୋଳନକୁ ବନ୍ଦ […]
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ଚାଲିଥିବା କ୍ରସର ବିରୋଧି ଆନ୍ଦୋଳନ ଜୋର ଧରିଛି। ମାର୍ଗଶୀର ମାସ ଗୁରୁବାର ଥିବାରୁ ଧାରଣାରେ ସାମିଲଥିବା ମହିଳାମାନେ ଲକ୍ଷ୍ମୀପୁରାଣ ପଠନ କରିଥିବା ଦେଖିବାକୁ ମିଳିଛି । ଅପରାହ୍ନରେ ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକ ଏବଂ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।
ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିନିଧି ଆସିଥିବା ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କୁ ବୁଝେଇବା ସହିତ ଆନ୍ଦୋଳନକୁ ବନ୍ଦ କରି ସିଧାସଳଖ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବାକୁ କହିଥିଲେ। ମାତ୍ର ଆନ୍ଦୋଳନକାରୀ, ଜିଲ୍ଲାପାଳ ଆନ୍ଦୋଳନ ସ୍ଥଳକୁ ଆସି ଆମ ସହିତ ଆଲୋଚନା କର;ୁ ବୋଲି ଉପଜିଲ୍ଲାପାଳଙ୍କୁ କହିଥିଲେ । ନଚେତ୍ ସମୟ ଧାର୍ଯ୍ୟ କରି ଆମକୁ ପତ୍ର ମାଧ୍ୟମରେ ଜଣାଇଲେ ଆମେ ଆଲୋଚନାକୁ ଯିବୁ ବୋଲି କହିଥିଲେ। ମାତ୍ର ଯେତେବେଳ ପର୍ଯ୍ୟନ୍ତ ଖରଭୁଇଁଠାରେ କ୍ରସର ଓ ପଥର କ ୍ୱାରୀ ବନ୍ଦ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସେମାନେ ରୋକ୍ ଠୋକ୍ ଉପଜିଲ୍ଲାପାଳଙ୍କୁ ଶୁଣାଇଥିଲେ।
ଗୋଟିଏ ପଟେ ନିଜ ଜିଦ୍ରେ ଆନ୍ଦୋଳନକାରୀ ଅଟଳ ଥିବାବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ତିନିି ତିନିଥର ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରଚେଷ୍ଟା ଚାଲିଛି । ଅନ୍ୟପଟେ ଗୁରୁବାର ଧାରଣାରେ ସ୍କୁଲ ପିଲା ସାମିଲ ହୋଇନାହାଁନ୍ତି । ମାତ୍ର ସ୍କୁଲରେ ଉପସ୍ଥାନ ଶୂନଥିବା ସୂଚନା ମିଳିଛି । ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟକ୍ଷରେ ହେଉ ଆନ୍ଦୋଳନକାରୀ ମାଆ, ବାପାଙ୍କ ସହ ପିଲାଙ୍କ ସମର୍ଥନ ରହିଥିବା ଜିଲ୍ଲାପ୍ରଶାସନ ଆଲୋଚନାରୁ ଜାଣିବାକୁ ପାଇଛି । ଆଗକୁ କେଉଁ ଉପାୟରେ ଏହି ଆନ୍ଦୋଳନକୁ ସ୍ଥଗିତ କରାଯିବ ତାକୁ ନେଇ ଜିଲ୍ଲାପ୍ରଶାସନ ଅଙ୍କକଷୁଛି । ଯେତେ ଶୀଘ୍ର ହେଉ ଏହି ଆନ୍ଦୋଳନକୁ ସ୍ଥଗିତ କରା ନଗଲେ କୋମଳମତି ସ୍କୁଲ ପିଲାଙ୍କ ପାଠପଢ଼ା ବ୍ୟାହତ ହେବ । ଆଲୋଚନା ସମୟରେ ଘଟଣାସ୍ଥଳରେ ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ନାଏକ, ସମ୍ପାଦକ ହୃଦାନନ୍ଦ ଦେହୁରୀ, ରnନ ବଗର୍ତୀ, ବିଷ୍ଣୁ ରଣା, ଦୂର୍ଗାପ୍ରସାଦ ସାହୁ, ଶୁଶୀଳ ନାଏକ, ମୋହନ ଦେହୁରୀ, ସନତ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।




