୧୦୦ କିମି ଆର୍ଦ୍ରଭୂମିରେ ଥିବା ଅମରି ଦୁଦା ବିଗାଡ଼ୁଥିଲା ଜୈବ ବିବିଧତା, ଏବେ ଖୁସିରେ ବିଚରଣ କରୁଛନ୍ତି ତୃଣଭୋଜି
ସମ୍ବଲପୁର : ଡେବ୍ରିଗଡ଼ ଅଭୟାରଣ୍ୟ ଓ ହୀରାକୁଦ ଜଳଭଣ୍ଡାରକୁ ଯୋଡ଼ୁଥିବା ବିସ୍ତୃତ ଆର୍ଦ୍ରଭୂମିରେ ବ୍ୟାପିଥିବା ଅମରି ବଣକୁ ସଫା କରିବା ପାଇଁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି । ୭୪୩ ବର୍ଗ କିଲୋମିଟର ବ୍ୟାପିଥିବା ଏସିଆର ସର୍ବବୃହତ କୃତ୍ରିମ ହ ୍ରଦ ଭାବେ ପରିଚିତ ହୀରାକୁଦ ଜଳଭଣ୍ଡାରର ୧୦୦ କିଲୋମିଟର୍ ଦୀର୍ଘ ତଟ ଡେବ୍ରିଗଡ଼ ଅଭୟାରଣ୍ୟ ସହ ସଂଲଗ୍ନ ହୋଇ ରହିଛି । ଏହା ଅନ୍ତର୍ଜାତୀୟ ଗୁରୁିତ୍ୱ ରଖୁଥିବା ଏକ ବିଶାଳ ଆର୍ଦ୍ରଭୂମି ହୋଇଥିବାବେଳେ ‘ରାମ୍ସାର୍ ସାଇଟ୍’ […]
ସମ୍ବଲପୁର : ଡେବ୍ରିଗଡ଼ ଅଭୟାରଣ୍ୟ ଓ ହୀରାକୁଦ ଜଳଭଣ୍ଡାରକୁ ଯୋଡ଼ୁଥିବା ବିସ୍ତୃତ ଆର୍ଦ୍ରଭୂମିରେ ବ୍ୟାପିଥିବା ଅମରି ବଣକୁ ସଫା କରିବା ପାଇଁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି । ୭୪୩ ବର୍ଗ କିଲୋମିଟର ବ୍ୟାପିଥିବା ଏସିଆର ସର୍ବବୃହତ କୃତ୍ରିମ ହ ୍ରଦ ଭାବେ ପରିଚିତ ହୀରାକୁଦ ଜଳଭଣ୍ଡାରର ୧୦୦ କିଲୋମିଟର୍ ଦୀର୍ଘ ତଟ ଡେବ୍ରିଗଡ଼ ଅଭୟାରଣ୍ୟ ସହ ସଂଲଗ୍ନ ହୋଇ ରହିଛି । ଏହା ଅନ୍ତର୍ଜାତୀୟ ଗୁରୁିତ୍ୱ ରଖୁଥିବା ଏକ ବିଶାଳ ଆର୍ଦ୍ରଭୂମି ହୋଇଥିବାବେଳେ ‘ରାମ୍ସାର୍ ସାଇଟ୍’ ମାନ୍ୟତା ପାଇଁ ପ୍ରସ୍ତାବ ରହିଛି । ଡେବ୍ରିଗଡ଼ରେ ବାସ କରୁଥିବା ହଜାର ହଜାର ବନ୍ୟପ୍ରାଣୀ ନିଜ ଜୀବନ ଧାରଣ ପାଇଁ ମୁଖ୍ୟତଃ ଏହି ଆର୍ଦ୍ରଭୂମି ଉପରେ ନିର୍ଭରଶୀଳ ଥିବାବେଳେ ବିଷାକ୍ତ ଅମରି ବୁଦା ଏହି ପ୍ରାକୃତିକ ଆବାସ ସ୍ଥଳର ସ;ୁଳନ ବିଗାଡ଼ୁ ଥିଲା ।

ଆମେରିକୀୟ ଉଷ୍ମମଣ୍ଡଳରୁ ଜନ୍ମିତ ଏହି ବିଷାକ୍ତ ଅଦରକାରୀ ତୃଣ କ୍ରମେ ଏସିଆ ସମେତ ବିଭିନ୍ନ ମହାଦେଶରେ କାୟା ବିସ୍ତାର କରିଥିଲା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ଏହା ବ୍ୟାପକ ମାତ୍ରାରେ ଦେଖିବାକୁ ମିଳୁଛି । ଗତ ଏକ ଦଶନ୍ଧି ମଧ୍ୟରେ ଏହା ଡେବ୍ରିଗଡ଼ ଅଭୟାରଣ୍ୟକୁ ଲାଗି ଥିବା ହୀରାକୁଦ ଆର୍ଦ୍ରଭୂମିକୁ ଏକପ୍ରକାର କବଳିତ କରି ନେଇଛି । ପ୍ରାଣୀମାନେ ଖାଦ୍ୟ ପାଇଁ ର୍ନିଭର କରୁଥିବା ସବୁଜ ତୃଣଭୂମି ବା ଘାସ ପଡ଼ିଆକୁ କ°ା କରି ଏହା ସବୁଆଡ଼େ ମାଡ଼ି ଯାଇଥିଲା । ଏହା ବିଷାକ୍ତ ଗୁଣ ଥିବାରୁ ବନ୍ୟପ୍ରାଣୀଙ୍କୁ ଶାରୀରିକ ଭାବେ ମଧ୍ୟ ପ୍ରଭାବିତ କରୁଥିଲା । ଡେବ୍ରିଗଡ଼ ଅଭୟାରଣ୍ୟର ବନ୍ୟପ୍ରାଣୀ ତଥା ପ୍ରାକୃତିକ ତୃଣ ମଣ୍ଡଳର ସୁରକ୍ଷା ପାଇଁ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ଅମରି ବୁଦା ସଫେଇ ଅଭିଯାନ ଆରମ୍ଭ ହୋଇଛି । ବୁର୍ଲା ନିକଟ ଜିରୋ ପଏଣ୍ଟରୁ ଆରମ୍ଭ କରି ଛତିଶଗଡ଼ ସୀମାରେ ଥିବା ଡେବ୍ରିଗଡ଼ର ଶେଷ ବିନ୍ଦୁ ତାମଡାଇ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଉପକୂଳ ଓ ଆର୍ଦ୍ରଭୂମିରେ ଏହି ସଫେଇ ଅଭିଯାନ ଚାଲିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତିଛ ଏହି ସଫେଇ ପାଇଁ ମେସିନ୍ ବ୍ୟବହାର କରାଯାଉଛିଛ ଅମରିକୁ ମୂଳରୁ ଉପାଡ଼ିବା ଓ ତାହା ପୁଣି ଯେମିତି କେଉଁଠି ପଡ଼ି ନ ବ୍ୟାପିବ ସେ ଦିଗରେ ସତର୍କତା ଅବଲମ୍ବନ କରାଯାଉଛି । ଅମରି ଏକ ବିଦେଶୀ ତୃଣ ହୋଇଥିବାବେଳେ ବଂଶବିସ୍ତାରରେ ଏହା ସ୍ଥାନୀୟ ତୃଣମାନଙ୍କୁ ପଛରେ ପକାଇ ଦେଇଥିଲା । ଏହା ମଧ୍ୟ ଡେବ୍ରିଗଡ଼ର ଜୈବ ବିବିଧତାକୁ ନଷ୍ଟ କରୁଥିଲା । ତେଣୁ ସଏଲ୍ ସୋଲାରାଇଜେସନ୍ ଜ୍ଞାନକେଶଳ ଜରିଆରେ ଏହାକୁ ସମୂଳେ ନଷ୍ଟ କରିବା ଉଦ୍ୟମ କରାଯାଉଛି ବୋଲି ଶ୍ରୀମତୀ ଦାସ କହିଛନ୍ତି ।

ହୀରାକୁଦ ଜଳଭଣ୍ଡାର କୂଳେକୂଳେ ଯେଉଁ ଅଞ୍ଚଳରୁ ଅମରି ସଫା ହୋଇ ସାରିଛି, ସେଠାରେ ଏବେ ଡେବ୍ରିଗଡ଼ର ବନ୍ୟପ୍ରାଣୀ, ବିଶେଷ କରି ତୃଣଭୋଜି ମାନେ ମନ ଆନନ୍ଦରେ ବହୁ ସଂଖ୍ୟାରେ ବିଚରଣ କରୁଥିବା ଦେଖିବାକୁ ମିଳୁଛି । ବହୁ ସଂଖ୍ୟାରେ ଗୟଳ, ସମ୍ବର, ହରିଣ, ଜଙ୍ଗଲି ବାର୍ହା ପ୍ରମୁଖ ଏବେ ପର୍ଯ୍ୟଟକଙ୍କ ଦୃଷ୍ଟି ଗୋଚର ହେଉଛନ୍ତି । ଅମରି ସଫା ହେବା ପରେ ପ୍ରାଣୀଙ୍କ ଚରିବା ଓ ଭ୍ରମଣ ପାଇଁ ବିସ୍ତୃତ ତୃଣ ଭୂମି ଉପଲବ୍ଧ ହୋଇଛି । ଡେବ୍ରିଗଡ଼ କର୍ତ୍ତୃପକ୍ଷ ବସା ବାନ୍ଧୁଥିବା ପକ୍ଷୀ ଓ ଠେକୁଆ ଜାତୀୟ ଅନ୍ୟ କ୍ଷୁଦ୍ର ପ୍ରାଣୀ ମାନଙ୍କ ପାଇଁ କିଛି ର୍ନିଦ୍ଦିଷ୍ଟ ଅଞ୍ଚଳକୁ ଚିହ୍ନଟ କରିଛନ୍ତି । ଏହି ସ୍ଥାନ ଗୁଡ଼ିକ ଉପରେ ନିୟମିତ ଦୃଷ୍ଟି ରଖାଯିବା ସହ ଜିଆଇଏସ୍ ମ୍ୟାପିଂ କରାଯିବ ବୋଲି କହାଯାଇଛି ।




