ବିବାହର ପ୍ରତିଶୃତି ଦେଇ ନାବାଳିକାକୁ ପ୍ରତାରଣା ମାମଲା: ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ:­ ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ୍‌ ଆନନ୍ଦ ନାରାୟଣ ମହାରଣା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ୨୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ କଣ୍ଟାମାଳ ଥାନା ଗୁଣ୍ଡୁଚିତରା ଗ୍ରାମର ରୁକେଶ ଦୀପ । ମାମଲାରୁ ପ୍ରକାଶ କଣ୍ଟମାଳ ଥାନାର ଗୁଣ୍ଡୁଚିତରା ଗା୍ରମରେ ଜଣେ ନାବାଳିକା ସହ ପ୍ରେମ ନିବେଦନ କରି ବିଭିନ୍ନ ପ୍ରଲୋଭନ ଦେଖାଇ ଉକ୍ତ […]

Samaya Live Picture
Published On

ବୌଦ୍ଧ:­ ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ୍‌ ଆନନ୍ଦ ନାରାୟଣ ମହାରଣା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ୨୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ କଣ୍ଟାମାଳ ଥାନା ଗୁଣ୍ଡୁଚିତରା ଗ୍ରାମର ରୁକେଶ ଦୀପ ।

ମାମଲାରୁ ପ୍ରକାଶ କଣ୍ଟମାଳ ଥାନାର ଗୁଣ୍ଡୁଚିତରା ଗା୍ରମରେ ଜଣେ ନାବାଳିକା ସହ ପ୍ରେମ ନିବେଦନ କରି ବିଭିନ୍ନ ପ୍ରଲୋଭନ ଦେଖାଇ ଉକ୍ତ ଗା୍ରମର ଅଭିଯୁକ୍ତ ରୁକେଶ ଦୀପ (୨୧) ଘରୁ ଏକ ବାଇକ୍‌ରେ ନେଇ ଯାଇଥିଲା । ଘରୁ ନେଇଯିବା ରାସ୍ତାରେ ଅଭିଯୁକ୍ତ ଜଣକ ନାବାଳିକା ସହ ଜଙ୍ଗଲ ରାସ୍ତାରେ ଯୋର ଜବରଦସ୍ତ ଶାରୀରିକ ସଂପର୍କ ରଖିଥିଲା । ଅଭିଯୁକ୍ତ ଜଣକ ତାର ମାମୁଁ ଘର ଗା୍ରମ ସିମିଳିଯୋର ନେଇ ସେଠାରେ ବିବାହର ପ୍ରତିଶ୍ରତି ଦେଇ ନାବାଳିକ ସହ ଶାରୀରିକ ସଂର୍ପକ ରଖିଥିଲା । ଦୀର୍ଘ ୪ ମାସ ସେଠାରେ ଦୁହେଁ ରହିବା ପରେ ଅଭିଯୁକ୍ତ ରୁକେଶ ସୁନା,ଟଙ୍କା ବାପ ଘରୁ ଆଣିବାକୁ ନାବାଳିକାକୁ ଗାଳି ମନ୍ଦ କରିବା ସହ ଅତ୍ୟାଚାର କରିଥିଲା । ନାବାଳିକା ମନା କରିବାରୁ ବାପ ଘରେ ଛାଡି ଦେଇ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।

ଉଭୟ ସମାନ ଜାତିର ହୋଇଥିବାରୁ ଏନେଇ ନାବାଳିକାର ପରିବାର ଗାଁରେ ଏକ ସଭା କରି ନାବାଳିକାକୁ ବୋହୂ କରି ନେବାକୁ କହିଥିଲେ । କି;ୁ ଅଭିଯୁକ୍ତର ପରିବାର ସଭାକୁ ଆସିଲେ ନାହିଁକି ଓଲଟା ନାବଳିକାର ପରିବାରକୁ ଗାଳି ଗୁଳଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ନାବାଳିକା ଜଣକ ଗତ ୧୧.୨.୨୦ ରେ କଣ୍ଟମାଳ ଥାନାରେ ନ୍ୟାୟ ପାଇବା ପାଇଁ ଅଭିଯୋଗ କରିଥିଲା । ଅଭିଯୋଗ ପରେ କଣ୍ଟାମାଳ ଥାନା ପକ୍ଷରୁ ଥାନା କେସ ନଂ ୫/୨୦ରେ ଏକ ମାମଲା କରି ତଦନ୍ତ ଆରମ୍ଭ କରିଥିଲା ।

ପୋଲିସ ଗତ ୨୯.୧.୨୦୨୧ ରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ମାମଲାଟି ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ସେ୍ୱଶାଲ କେସ ୨/୨୦(ପକ୍ସୋ) ହୋଇ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲଜଜ ଆନନ୍ଦ ନାରାୟଣ ମହାରଣା ପ୍ରମାଣ ଥିବା ନେଇ ଅଭିଯୁକ୍ତ ରୁକେଶ ଦୀପକୁ ୨୫ ବର୍ଷ କାରାଦଣ୍ଡାଦେଶ ଦେବା ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ କରାଦଣ୍ଡାଦେଶ ରାୟରେ ଶୁଣାଇଛନ୍ତି ।ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଧୁରୀଣ କୁମାର ଦେହୁରୀ ପରିଚାଳନା କରୁଥିଲେ ।