କଳାହାଣ୍ଡି : ୧୪୫ ପରୀକ୍ଷା କେନ୍ଦ୍ରରେ ୨୨,୪୪୦ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ
ଭବାନୀପାଟଣା : ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । କଳାହାଣ୍ଡି ଜିଲ୍ଲାରେ ୧୪୫ ପରୀକ୍ଷା କେନ୍ଦ୍ରରେ ରେଗୁଲାର ଓ ଏକ୍ସରେଗୁଲାର ୨୨ ହଜାର ୪୪୦ ଜଣ ପରୀକ୍ଷା ଦେବେ । ସେଥିପାଇଁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ଆସନ୍ତା ୨୯ ତାରିଖ ରୁ ମଇ ୭ ତାରିଖ ପର୍ଯ୍ୟନ୍ତ ମେଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ଜିଲ୍ଲାର ରେଗୁଲାର ୨୨ହଜାର ୧୧୪ ଜଣ ଓ ୨୯୬ ଜଣ […]
ଭବାନୀପାଟଣା : ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । କଳାହାଣ୍ଡି ଜିଲ୍ଲାରେ ୧୪୫ ପରୀକ୍ଷା କେନ୍ଦ୍ରରେ ରେଗୁଲାର ଓ ଏକ୍ସରେଗୁଲାର ୨୨ ହଜାର ୪୪୦ ଜଣ ପରୀକ୍ଷା ଦେବେ । ସେଥିପାଇଁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ଆସନ୍ତା ୨୯ ତାରିଖ ରୁ ମଇ ୭ ତାରିଖ ପର୍ଯ୍ୟନ୍ତ ମେଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ ।
ଜିଲ୍ଲାର ରେଗୁଲାର ୨୨ହଜାର ୧୧୪ ଜଣ ଓ ୨୯୬ ଜଣ ଏକ୍ସରେଗୁଲାର ଛାତ୍ରଛାତ୍ରୀ ୧୪୫ ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । ସେଥି ମଧ୍ୟରୁ ଭବାନୀପାଟଣା ପୌର ପରିଷଦ ଓ ଭବାନୀପାଟଣା ବ୍ଳକ ରେ ୩ ହଜାର ୫୬୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ କେସିଙ୍ଗା ଏନଏସି ଓ ବ୍ଲକ ରେ ୨ ହଜାର ୨୬୪ ଜଣ ,କର୍ଲାମୁଣ୍ଡା ବ୍ଳକରେ ୯୭୦ ,ମଦନପୁରରାମପୁର ବ୍ଲକରେ ୧ ହଜାର ୧୬୫ , ନର୍ଲାରେ ୨ହଜାର ୧୧୧ , ଲାnିଗଡ ବ୍ଲକରେ ୧ ହଜାର ୩୦୦ , ଥୁଆମୂଲ ରାମପୁର ୬୯୬ , ଜୁନାଗଡ ବ୍ଲକ ଓ ଏନ୍ଏସିରେ ୩ ହଜାର ୦୪୨ ,କଲମପୁର ବ୍ଲକରେ ୯୯୦ , ଜୟପାଟଣା ବ୍ଲକରେ ୧ ହଜାର ୩୮୨ ,କୋକସରା ବ୍ଲକରେ ୧ ହଜାର ୫୫୮ , ଧର୍ମଗଡ଼ ଏନ୍ଏସି ଓ ବ୍ଲକରେ ୧ ହଜାର ୧୯୧ ଏବଂ ଗୋଲାମୁଣ୍ଡା ବ୍ଲକରେ ୨ ହଜାର ୨୦୬ ପରୀକ୍ଷା ଦେବେ ।
ପରୀକ୍ଷା ଯେପରି ଶାନ୍ତି ଶୃଙ୍ଖଳା ଓ ସ୍ୱଚ୍ଛତାରେ ଅନୁଷ୍ଠିତ ହେବ ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ( ଡିଇଓ )ଙ୍କ ତରଫରୁ ୨ ଟି ସ୍ୱତନ୍ତ୍ର ସ୍କାର୍ଡ ଗଠନ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନ ପତ୍ର ପହଞ୍ଚି ଯିବା ସହିତ କଡ଼ା ସୁରକ୍ଷା ଭିତରେ ପ୍ରଶ୍ନ ପତ୍ର ରଖାଯାଇଛି ଓ ସମ୍ବେଦନଶୀଳ ପରୀକ୍ଷାକେନ୍ଦ୍ରଗୁଡ଼ିକ ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ।




