ଶିକ୍ଷକ ନିଯୁକ୍ତି ସ୍କାମ: ଟିଏମ୍‌ସି ବିଧାୟକ ଗିରଫ

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମରେ ବନ୍ଧା ହେଲେ ଟିଏମ୍ସିର ଆଉ ଜଣେ ବିଧାୟକ । ପୂର୍ବରୁ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ବନ୍ଧା ହୋଇଥିବା ବେଳେ ଏବେ ବିଧାୟକ ତଥା ତତ୍କାଳୀନ ବଙ୍ଗଳା ପ୍ରାଥମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ବାନ୍ଧିଛି ଇଡି । ବିଧାୟକ ଭଟ୍ଟାଚାର୍ଯ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଠକେଇ କରିଥିବା ଅଭିଯୋଗ ହୋଇଛି । ଗତକାଲି ଅପରାହ୍ନରେ ପଚରାଉଚରା ନିମନ୍ତେ ତାଙ୍କୁ କୋଲକତାସ୍ଥିତ ସିଜିଓ କମ୍ପ୍ଲେକ୍ସକୁ ଡକାଯାଇଥିଲା । ସେଠାରେ […]

Samaya Live Picture
Published On

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମରେ ବନ୍ଧା ହେଲେ ଟିଏମ୍ସିର ଆଉ ଜଣେ ବିଧାୟକ । ପୂର୍ବରୁ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ବନ୍ଧା ହୋଇଥିବା ବେଳେ ଏବେ ବିଧାୟକ ତଥା ତତ୍କାଳୀନ ବଙ୍ଗଳା ପ୍ରାଥମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ବାନ୍ଧିଛି ଇଡି । ବିଧାୟକ ଭଟ୍ଟାଚାର୍ଯ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଠକେଇ କରିଥିବା ଅଭିଯୋଗ ହୋଇଛି ।

ଗତକାଲି ଅପରାହ୍ନରେ ପଚରାଉଚରା ନିମନ୍ତେ ତାଙ୍କୁ କୋଲକତାସ୍ଥିତ ସିଜିଓ କମ୍ପ୍ଲେକ୍ସକୁ ଡକାଯାଇଥିଲା । ସେଠାରେ ତାଙ୍କୁ ଗତକାଲି ରାତି ସାରା ପଚରାଉଚରା କରାଯାଇଥିବା ବେଳେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ।

ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶିକ୍ଷକ ନିଯୁକ୍ତି ସ୍କାମର ଚାର୍ଜସିଟ ଗତ ମାସରେ କୋର୍ଟରେ ଦାଖଲ କରାଯାଇଥିଲା । ଏଥିରେ ମାଣିକ ଭଟ୍ଟାଚାର୍ଯ୍ୟଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା । ଶିକ୍ଷକ ନିଯୁକ୍ତି ନିମନ୍ତେ ହୋଇଥିବା ପରୀକ୍ଷା ଖାତାରେ ମୂଲ୍ୟାୟନ ଜାଗା ଖାଲି ଛାଡ଼ିବାକୁ ମାଣିକ ଭଟ୍ଟାଚାର୍ଯ୍ୟ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ନେଇ ସେ ପାର୍ଥ ଚାଟାର୍ଜୀଙ୍କୁ ଅବଗତ କରାଇଥିଲେ ।

ଏହାର ପ୍ରମାଣ ମଧ୍ୟ ଚାର୍ଜସିଟ୍ରେ ସଂଲଗ୍ନ ହୋଇଛି । ପୂର୍ବରୁ ଶିକ୍ଷକ ନିଯୁକ୍ତି ସ୍କାମରେ ମନ୍ତ୍ରୀ ପାର୍ଟ ଚାଟାର୍ଜୀଙ୍କ ସମତେ ତାଙ୍କ ମହିଳା ବନ୍ଧୁ ଅର୍ପିତାଙ୍କୁ ଗିରଫ କରାଯାଇଥିଲା । ଏଥିସହ ଅର୍ପିତାଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଥିଲା । ଏହାପରେ ଏହି ଘଟଣାରେ ଟିଏମ୍ସିର ଆଉ ଜଣେ ବିଧାୟକ ଇଡି ଫାସରେ ପଡ଼ିଥିବା ବେଳେ ଦଳରେ ଛନକା ପଶିଯାଇଛି ।