ଆସନ୍ତା ୯ରେ ଲଘୁଚାପ

ଭୁବନେଶ୍ୱର: ନଭେମ୍ବର ୦୫: ଆସନ୍ତା ୯ ତାରିଖ ସୁଦ୍ଧା ଏକ ଲଘୁଚାପର ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଅକେଫାବର ୨୯ରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ଲଘୁଚାପ ସହ ସମାନ୍ତରାଳ ଭାବେ ଏକ ଘୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ରାଜ୍ୟରେ […]

Samaya Live Picture
Published On

ଭୁବନେଶ୍ୱର: ନଭେମ୍ବର ୦୫: ଆସନ୍ତା ୯ ତାରିଖ ସୁଦ୍ଧା ଏକ ଲଘୁଚାପର ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍‌ ଯୋଗେ ସୂଚନା ଦେଇଛି ।
ଅକେଫାବର ୨୯ରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ଲଘୁଚାପ ସହ ସମାନ୍ତରାଳ ଭାବେ ଏକ ଘୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ରାଜ୍ୟରେ ପାଗରେ ପରିବର୍ତ୍ତନ ହୋଇଥିଲା ।

ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ହେଲେ କିଛି ଜିଲ୍ଲାମାନଙ୍କରେ ଶୀତ ବଢ଼ିଥିଲା । କେନ୍ଦୁଝର ଜିଲ୍ଲାରେ ରାତ୍ରୀକାଳିନ ତାପମାତ୍ରା ୧୭.୪ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ରାତ୍ରୀକାଳିନ ତାପମାତ୍ରା ୨୧.୬ ଡିଗ୍ରି ସେଲସିୟସ ଏବଂ କଟକରେ ୨୧ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି । ଆଗାମୀ ପାଞ୍ଚ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସୁଥିବା ଲଘୁଚାପ ଯୋଗୁଁ ଶୀତ ବଢ଼ିବ ବୋଲି ଅନୁମାନ କରାଯାଇଛି ।