ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବନ୍ଦ କରିବା ଦାବିରେ ରାସ୍ତାକୁ ଓହ୍ଲାଇଲେ ଋଷର ସାଧାରଣ ନାଗରିକ

ନୂଆଦିଲ୍ଲୀ: ଫେବୃଆରୀ ୨୮: ୟୁକ୍ରେନ୍‌ ଉପରେ ଅମାନବୀୟ ଭାବରେ ଲଗାତାର ହେଉଥିବା ଆକ୍ରମଣକୁ ବିରୋଧ କରି ଋଷୀୟ ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ହାତରେ ପ୍ଲାକାର୍ଡ ଓ ଶାନ୍ତିର ପ୍ରତୀକ ସ୍ୱରୂପ ଧଳା ଗୋଲାପ ଫୁଲ ଧରି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସେମାନଙ୍କୁ ଅଟକାଇବା ପାଇଁ ଋଷ୍‌ ପୋଲିସ୍‌ ମଧ୍ୟ ଦମନଲୀଳା ଆରମ୍ଭ କରିଛି । ପୋଲିସ ବିକ୍ଷୋଭକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଲାଠି ମାଡ଼ କରୁଛି । UPSETTING: Russian police reportedly […]

Samaya Live Picture
Published On

ନୂଆଦିଲ୍ଲୀ: ଫେବୃଆରୀ ୨୮: ୟୁକ୍ରେନ୍‌ ଉପରେ ଅମାନବୀୟ ଭାବରେ ଲଗାତାର ହେଉଥିବା ଆକ୍ରମଣକୁ ବିରୋଧ କରି ଋଷୀୟ ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ହାତରେ ପ୍ଲାକାର୍ଡ ଓ ଶାନ୍ତିର ପ୍ରତୀକ ସ୍ୱରୂପ ଧଳା ଗୋଲାପ ଫୁଲ ଧରି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବନ୍ଦ କରିବା ଦାବିରେ ରାସ୍ତାକୁ ଓହ୍ଲାଇଲେ ଋଷର ସାଧାରଣ ନାଗରିକ

ସେମାନଙ୍କୁ ଅଟକାଇବା ପାଇଁ ଋଷ୍‌ ପୋଲିସ୍‌ ମଧ୍ୟ ଦମନଲୀଳା ଆରମ୍ଭ କରିଛି । ପୋଲିସ ବିକ୍ଷୋଭକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଲାଠି ମାଡ଼ କରୁଛି ।

ୟୁକ୍ରେନ୍‌ ବିରୋଧରେ ଅମାନବୀୟ ଆକ୍ରମଣକୁ ବିରୋଧ କରି ମସ୍କୋରେ ଲୋକେ ନିଜ ଦେଶ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।
ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବନ୍ଦ କରିବା ଦାବିରେ ରାସ୍ତାକୁ ଓହ୍ଲାଇଲେ ଋଷର ସାଧାରଣ ନାଗରିକ

ଏନେଇ ୟୁକ୍ରେନ୍‌ର ଏକ ମିଡିଆ ପକ୍ଷରୁ ଋଷ ପୋଲିସ ନିଜ ନାଗରିକଙ୍କୁ ଆକ୍ରମଣ କରୁଥିବାର ଏକ ଭିଡିଓ ସେୟାର କରିଛି । ଭିଡିଓରେ ବିକ୍ଷୋଭକାରୀଙ୍କୁ ପୋଲିସ ଅମାନବୀୟ ଭାବରେ ତଳେ ପକାଇ ମାଡ଼ ମାରିବା ସହିତ ଗୋଇଠା ପକାଉଛି । ଯାହାକୁ ସବୁ ଦେଶର ଦର୍ଶକ ନିନ୍ଦା କରିଛନ୍ତି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ନାଗରିକଙ୍କୁ ବିକ୍ଷୋଭ ନକରିବାକୁ ଚେତାବନୀ ଦେଇଛନ୍ତି ।
ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବନ୍ଦ କରିବା ଦାବିରେ ରାସ୍ତାକୁ ଓହ୍ଲାଇଲେ ଋଷର ସାଧାରଣ ନାଗରିକ

ସୂଚନା ଅନୁସାରେ, ରବିବାର ୪୮ଟି ସହରରେ ୨୦୦୦ ରୁଷୀୟ ନାଗରିକଙ୍କୁ ପୋଲିସ ଅଟକାଇଥିଲା । ବିକ୍ଷୋଭକାରୀମାନେ ନିଜ ଦେଶର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ସ୍ୱର ଉତ୍ତୋଳନ ମଧ୍ୟ କରିଛନ୍ତି । ଯୁଦ୍ଧ ଆରମ୍ଭରୁ ବିରୋଧ କରିଥିବା ପର୍ଯ୍ୟନ୍ତ ପ୍ରାୟ ୫,୫୦୦ ବିକ୍ଷୋଭକାରୀଙ୍କୁ ପୋଲିସ ଅଟକର ରଖିଛି ।
Russia Ukraine Invasion
ସେହିପରି ରୁଷର ଧ୍ୱଂସଲୀଳା ବିରୋଧରେ ସମଗ୍ର ୟୁରୋପର ୧ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଆନ୍ଦୋଳନକାରୀମାନେ ୟୁକ୍ରେନ ପ୍ରତି ସମବେଦନା ଜଣାଇବା ସହିତ ଯୁଦ୍ଧ ବନ୍ଦ କରିବାକୁ ଦାବି କରିଛନ୍ତି ।