ବର୍ଲିନରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ

ବର୍ଲିନ୍: ମଇ ୦୪: ବର୍ଲିନରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ମୋଦି କହିଛନ୍ତି ଯେ, ଏକବିଂଶ ଶତାବ୍ଦୀର ଭାରତ ସଂକଳ୍ପ ନେଇ ଆଗକୁ ବଢୁଛି । ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ପାଇଁ ସେ ଅପିଲ କରିଛନ୍ତି । ତିନି ଦିନିଆ ୟୁରୋପ ଗସ୍ତରେ ଗତକାଲି ଡେନମାର୍କର କୋପେନହାଗନ ଅଭିମୁଖେ ଯାତ୍ରା କରି ଜର୍ମାନୀର ବର୍ଲିନରେ ବିଭିନ୍ନ କାର୍ଯ୍ୟକ୍ରମ ଶେଷ କରି ମୋଦି କୋପେନହାଗେନ ଗସ୍ତ କରିଥିଲେ । ଏହି ଅବସରରେ ସେ ଡେନମାର୍କ ପ୍ରତିପକ୍ଷ […]

Samaya Live Picture
Published On

ବର୍ଲିନ୍: ମଇ ୦୪: ବର୍ଲିନରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ମୋଦି କହିଛନ୍ତି ଯେ, ଏକବିଂଶ ଶତାବ୍ଦୀର ଭାରତ ସଂକଳ୍ପ ନେଇ ଆଗକୁ ବଢୁଛି । ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ପାଇଁ ସେ ଅପିଲ କରିଛନ୍ତି । ତିନି ଦିନିଆ ୟୁରୋପ ଗସ୍ତରେ ଗତକାଲି ଡେନମାର୍କର କୋପେନହାଗନ ଅଭିମୁଖେ ଯାତ୍ରା କରି ଜର୍ମାନୀର ବର୍ଲିନରେ ବିଭିନ୍ନ କାର୍ଯ୍ୟକ୍ରମ ଶେଷ କରି ମୋଦି କୋପେନହାଗେନ ଗସ୍ତ କରିଥିଲେ । ଏହି ଅବସରରେ ସେ ଡେନମାର୍କ ପ୍ରତିପକ୍ଷ ମେଟେ ଫ୍ରେଡରିକସେନଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବା ସୂଚନା ମିଳିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡେନମାର୍କ ଗସ୍ତର କାର୍ଯ୍ୟକ୍ରମ ନେଇ ବୈଦେଶିକ ବ୍ୟାପାର ବିଭାଗ ସଚିବ ଅରିନ୍ଦମ ବାଗଚୀ ସୂଚନା ଦେଇଛନ୍ତି । ଗ୍ରୀନ ଷ୍ଟ୍ରୋଜିକ ପାର୍ଟନରସିପ୍ ବା ସବୁଜ ରଣନୀତିକ ଭାଗିଦାରୀ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବ । ଏ କ୍ଷେତ୍ରରେ ଦୁଇ ଦେଶ ଆପଣାଇଥିବା ୫ ବର୍ଷିୟ ଆକ୍ସନ ପ୍ଲାନ ଉପରେ ମଧ୍ୟ ଆଳୋଚନା ହୋଇପାରେ । ବିଶେଷ କରି ମେକ୍ ଇନ୍ ଇଣ୍ଡିଆ, ଜଲ ଜୀବନ ମିଶନ, ଡିଜିଟାଲ୍ ଇଣ୍ଡିଆ ଆଦି ପ୍ରସଙ୍ଗ ସ୍ଥାନ ପାଇପାରେ ବୋଲି ସୂଚନା ମିଳିଛି।