ଆମେରିକାର ସୁପ୍ରିମକୋର୍ଟର ପ୍ରଥମ ଅଶେ୍ୱତ ମହିଳା ଜଜ୍
କେଟାନଜୀ ବ୍ରାଉନ ଜ୍ୟାକସନ ଆମେରିକାର ସୁପ୍ରିମକୋର୍ଟର ପ୍ରଥମ ଅଶେ୍ୱତ ମହିଳା ବିଚାରପତି ହୋଇଛନ୍ତି । ସେ ଗୁରୁବାର ରାତିରେ ଶପଥ ଗ୍ରହଣ କରି ଇତିହାସ ରଚିଛନ୍ତି । ତାଙ୍କ ନାମ ରାଷ୍ଟ୍ରପତି ଜୋ ବିଡେନଙ୍କ ଦ୍ୱାରା ସୁପାରିଶ କରାଯାଇଥିଲା । ଆମେରିକାର ସୁପ୍ରିମକୋର୍ଟର ବର୍ତ୍ତମାନର ବିଚାରପତି ଷ୍ଟିଫେନ୍ ବ୍ରେୟର ଗୁରୁବାର ଅବସର ନେଇଛନ୍ତି । ବିଶେଷ କଥା ହେଉଛି ଜଷ୍ଟିସ୍ ବ୍ରେୟରଙ୍କ କର୍ମଚାରୀଙ୍କ ମଧ୍ୟରେ କେଟାନଜୀ ହେଡ୍ କ୍ଲର୍କ ଥିଲେ । ବର୍ତ୍ତମାନ ସେ ଜଜ୍ ଚେୟାରରେ […]
କେଟାନଜୀ ବ୍ରାଉନ ଜ୍ୟାକସନ ଆମେରିକାର ସୁପ୍ରିମକୋର୍ଟର ପ୍ରଥମ ଅଶେ୍ୱତ ମହିଳା ବିଚାରପତି ହୋଇଛନ୍ତି । ସେ ଗୁରୁବାର ରାତିରେ ଶପଥ ଗ୍ରହଣ କରି ଇତିହାସ ରଚିଛନ୍ତି । ତାଙ୍କ ନାମ ରାଷ୍ଟ୍ରପତି ଜୋ ବିଡେନଙ୍କ ଦ୍ୱାରା ସୁପାରିଶ କରାଯାଇଥିଲା । ଆମେରିକାର ସୁପ୍ରିମକୋର୍ଟର ବର୍ତ୍ତମାନର ବିଚାରପତି ଷ୍ଟିଫେନ୍ ବ୍ରେୟର ଗୁରୁବାର ଅବସର ନେଇଛନ୍ତି । ବିଶେଷ କଥା ହେଉଛି ଜଷ୍ଟିସ୍ ବ୍ରେୟରଙ୍କ କର୍ମଚାରୀଙ୍କ ମଧ୍ୟରେ କେଟାନଜୀ ହେଡ୍ କ୍ଲର୍କ ଥିଲେ । ବର୍ତ୍ତମାନ ସେ ଜଜ୍ ଚେୟାରରେ ବସିବେ । କୌତୁହଳର ବିଷୟ ହେଉଛି ଯେ ଏପର୍ଯ୍ୟନ୍ତ ଆମେରିକାର ସୁପ୍ରିମକୋର୍ଟରେ ଏପରି ତିନିଜଣ ବିଚାରପତି ଅଛନ୍ତି, ଯେଉଁମାନେ କି ସେଠାରେ କ୍ଲରିକାଲ୍ କାର୍ଯ୍ୟ କରିଛନ୍ତି । ଜଷ୍ଟିସ୍ ବ୍ରାଉନ୍ଙ୍କୁ ୫୧ ବର୍ଷ ବୟସ ।
ଆମେରିକାରେ ଜଜ୍ ଆଜୀବନ ନିଯୁକ୍ତ ହୁଅନ୍ତି । ୧୭୮୯ରେ ଆମେରିକାର ସୁପ୍ରିମକୋର୍ଟ ପ୍ରତିଷ୍ଠା କରାଯାଇଥିଲା । ସେତେବେଳେ ଏଠାରେ ବିଚାରପତିଙ୍କ ସଂଖ୍ୟା ୬ ଥିଲା । ବର୍ତ୍ତମାନ ଏବେ ନଅ ଜଣ ଅଛନ୍ତି । କେଟନଜୀ ସୁପ୍ରିମକୋର୍ଟର ୧୧୬ତମ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଏପ୍ରିଲରେ ସିନେଟରେ କେଟାନଜୀ ବ୍ରାଉନ ଜ୍ୟାକସନଙ୍କ ନାମ ଅନୁମୋଦନ କରାଯାଇଥିଲା । ତା’ପରେ ତାଙ୍କ ସପକ୍ଷରେ ୫୩ ଭୋଟ୍ ଏବଂ ୪୭ ଟି ଭୋଟ୍ ପଡ଼ିଥିଲା । ବିଶେଷ କଥା ହେଉଛି ୩ ରିପବ୍ଲିକାନ୍ ସାଂସଦମାନେ ମଧ୍ୟ କେଟାନଜୀଙ୍କ ନାମକୁ ମଞ୍ଜୁରୀ ଦେଇଥିଲେ । ଦୁଇ ବର୍ଷ ପୂର୍ବେ ଜୋ ବାଇଡେନ ତାଙ୍କ ନିର୍ବାଚନ ପ୍ରଚାରରେ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଜଣେ ଯୋଗ୍ୟ ଅଶେ୍ୱତ ମହିଳା ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ମନୋନୀତ କରିବେ । ବର୍ତ୍ତମାନ କେଟାନଜୀ ଜଜ୍ ଭାବେ ଶପଥ ନେଇ ଇତିହାସ ରଚିଛନ୍ତି ।




