କାନ୍ସର ଜୁରୀ ଟେବୁଲରେ ବସିଛନ୍ତି ଦୀପିକା ପାଡୁକୋନ୍
ନୂଆଦିଲ୍ଳୀ: ମଇ ୧୮: ଏବେ ଚର୍ଚ୍ଚାରେ ରହିଛି କାନ୍ସ ଫେଷ୍ଟିଭାଲ । ତା ସହିତ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଦୀପିକା ପାଦୁକୋନ୍ ବର୍ତ୍ତମାନ କାନ୍ସ ଫେଷ୍ଟିଭାଲ୍ ୨୦୨୨ରେ ସାମିଲ୍ ହୋଇଛନ୍ତି । ଗତକାଲି ଦୀପିକାଙ୍କୁ ଜୁରୀ ଟେବୁଲରେ ବସିଥିବାର ଦେଖିବାକୁ ମିଳିଛି । ଏହା ୧୭ ମେରୁ ୨୮ ମେ ପର୍ଯ୍ୟନ୍ତ ଚାଲିବ । ଦୀପିକାଙ୍କ ସହ ଅନେକ ସଦସ୍ୟ ମଧ୍ୟ ତାଙ୍କ ସହ ସାମିଲ୍ ଥିଲେ । ଯାହାର ଏକ […]
ନୂଆଦିଲ୍ଳୀ: ମଇ ୧୮: ଏବେ ଚର୍ଚ୍ଚାରେ ରହିଛି କାନ୍ସ ଫେଷ୍ଟିଭାଲ । ତା ସହିତ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଦୀପିକା ପାଦୁକୋନ୍ ବର୍ତ୍ତମାନ କାନ୍ସ ଫେଷ୍ଟିଭାଲ୍ ୨୦୨୨ରେ ସାମିଲ୍ ହୋଇଛନ୍ତି । ଗତକାଲି ଦୀପିକାଙ୍କୁ ଜୁରୀ ଟେବୁଲରେ ବସିଥିବାର ଦେଖିବାକୁ ମିଳିଛି । ଏହା ୧୭ ମେରୁ ୨୮ ମେ ପର୍ଯ୍ୟନ୍ତ ଚାଲିବ । ଦୀପିକାଙ୍କ ସହ ଅନେକ ସଦସ୍ୟ ମଧ୍ୟ ତାଙ୍କ ସହ ସାମିଲ୍ ଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । ଭାରତ ଏଥିରେ ଏକ ସମ୍ମାନଜନକ ଦେଶ ଭାବରେ ଭାଗ ନେଉଛି । ତେବେ ଦୀପିକା ରେବିକା ହଲ୍, ନୋମି ରାପେସ୍ ଏବଂ ଇଟାଲୀୟ ଅଭିନେତା ତଥା ନିର୍ଦ୍ଦେଶକ ଜସ୍ମିନ୍ ଟ୍ରିନକା, ନିର୍ଦ୍ଦେଶକ ଅସଗର ଫରହାଡି, ଲଡଜ ଲି, ଜେଫ ନିକୋଲ୍ସ ଏବଂ ଜୋଚିମ ଟ୍ରାୟରଙ୍କ ସହ ଜୁରିରେ ବସିଥିବାର ନଜର ଆସିଥିଲେ । ଏହି ଇଭେଣ୍ଟରେ ଦୀପିକା ସବ୍ୟସାଚିଙ୍କ ଡିଜାଇନ୍ ଡ୍ରେସ୍ ପିନ୍ଧିଛନ୍ତି । ଗ୍ରିନ୍ କଲରର ପ୍ୟାଣ୍ଟ ସହିତ ଫ୍ଲୋରାଲ ସାର୍ଟ ଏବଂ ମୁଣ୍ଡରେ ଏକ ସ୍କର୍ଫ ଲଗାଇଛନ୍ତି । ବେକରେ ହୀରାର ପ୍ରସ୍ତୁତ ହୋଇଥିବା ମଲଫି ରଙ୍ଗର ହାର ଏହା ବ୍ୟତୀତ ରାତିରେ ଦୀପିକା ଜୁରୀଙ୍କ ଡିନରରେ ମଧ୍ୟ ସାମିଲ୍ ହୋଇଥିଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ମାତ୍ରେ ଫ୍ୟାନ୍ସମାନେ ଦୀପିକାଙ୍କୁ ଅନେକ ପ୍ରଶଂସା କରିଛନ୍ତି ।




