ପରାକ୍ରମୀ ପାଣ୍ଡ୍ୟା ଆଇପିଏଲ୍‌ ଜିତିବାରେ ଚତୁର୍ଥ ଭାରତୀୟ ଅଧିନାୟକ

ଅହମଦାବାଦ : ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଫାଇନାଲ୍‌ ପାଇଁ ହିଁ ନିଜ ବୋଲିଂ କମାଲ ସାଇତି ରଖିଥିଲେ । ରବିବାର ଫାଇନଲରେ ପ୍ରତିପକ୍ଷ ଅଧିନାୟକ ସଞ୍ଜୁ ସାମସନଙ୍କ ସହ ଅନ୍ୟ ଦୁଇ ବିପଜ୍ଜକନ ବ୍ୟାଟର୍‌ ଜୋସ୍‌ ବଟଲର୍‌ (୩୯) ଏବଂ ସିମରନ୍‌ ହେଟମେୟର (୧୧)ଙ୍କୁ ଶିକାର କରିନେଇ ରାଜସ୍ଥାନ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ସେ । ଅନ୍ୟପଟୁ ସାଇ କିଶୋର ଏବଂ ଅଭିଜ୍ଞ ମହମ୍ମଦ ସାମି ମଧ୍ୟ ଚାପ କମିବାକୁ ଦେଇ ନଥିଲେ […]

Samaya Live Picture
Published On

ଅହମଦାବାଦ : ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଫାଇନାଲ୍‌ ପାଇଁ ହିଁ ନିଜ ବୋଲିଂ କମାଲ ସାଇତି ରଖିଥିଲେ । ରବିବାର ଫାଇନଲରେ ପ୍ରତିପକ୍ଷ ଅଧିନାୟକ ସଞ୍ଜୁ ସାମସନଙ୍କ ସହ ଅନ୍ୟ ଦୁଇ ବିପଜ୍ଜକନ ବ୍ୟାଟର୍‌ ଜୋସ୍‌ ବଟଲର୍‌ (୩୯) ଏବଂ ସିମରନ୍‌ ହେଟମେୟର (୧୧)ଙ୍କୁ ଶିକାର କରିନେଇ ରାଜସ୍ଥାନ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ସେ ।

ଅନ୍ୟପଟୁ ସାଇ କିଶୋର ଏବଂ ଅଭିଜ୍ଞ ମହମ୍ମଦ ସାମି ମଧ୍ୟ ଚାପ କମିବାକୁ ଦେଇ ନଥିଲେ । ସେପଟେ ଲୋକି ଫର୍ଗୁସନ୍‌ ୱିକେଟ୍‌ ପାଇ ନଥିଲେ ମଧ୍ୟ ଏବର୍ଷର ସବୁଠାରୁ ଦ୍ରୁତତମ ବଲ୍‌ (ଘଣ୍ଟାପ୍ରତି ୧୫୭.୩ କିଲୋମିଟର) ପକାଇବାର କୀର୍ତ୍ତିମାନ ନିଜ ନାଁରେ କରି ନେଇଥିଲେ । ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଧମାକାଦାର ବୋଲିଂ ପ୍ରଦର୍ଶନ କରିବା ପରେ ରାଜସ୍ଥାନ ଆଇପିଏଲ୍‌ ଫାଇନାଲର ଦ୍ୱିତୀୟ ସର୍ବନିମ୍ନ ଦଳଗତ ସ୍କୋର ୧୩୦/୯ରେ ଅଟକି ଯାଇଥିଲା । ବ୍ୟାଟର ବି ପାଣ୍ଡ୍ୟା କମାଲ୍‌ କରିଥିଲେ । ୩୪ ରନର ଦାୟିତ୍ୱବାନ ପାଳି ଖେଳି ନିଜ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଆଇପିଏଲ୍‌ ଜିତିବାରେ ଚତୁର୍ଥ ଭାରତୀୟ ଅଧିନାୟକ
– ଭାରତୀୟ ଅଧିନାୟକ ଭାବେ ଆଇପିଏଲ୍‌ ଟ୍ରଫି ଜିତିବାରେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଚତୁର୍ଥ ହୋଇଛନ୍ତି । ତାଙ୍କ ପୂର୍ବରୁ ଅନ୍ୟ ଭାରତୀୟ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନି, ଗୌତମ ଗମ୍ଭୀର ଏବଂ ରୋହିତ ଶର୍ମା ଆଇପିଏଲ୍‌ ଟ୍ରଫି ଜିତିଥିଲେ ।

ପରାକ୍ରମୀ ପାଣ୍ଡ୍ୟା ଆଇପିଏଲ୍‌ ଜିତିବାରେ ଚତୁର୍ଥ ଭାରତୀୟ ଅଧିନାୟକ

– ଲିଗ୍‌ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ଅକ୍ତିଆର କରିବା ପରେ ଟ୍ରଫି ଜିତିବାରେ ଗୁଜରାଟ ଟାଇଟନ୍ସ ଆଇପିଏଲ୍‌ ଇତିହାସରେ ତୃତୀୟ ଦଳ ହୋଇଛି । ଏହା ପୂର୍ବରୁ ୨୦୦୮ରେ ରାଜସ୍ଥାନ ରୟାଲ୍ସ ଏବଂ ୨୦୧୭, ୨୦୧୯ ଓ ୨୦୨୦ରେ ତିନି ଥର ଲିଗ୍‌ ପର୍ଯ୍ୟାୟରେ ପ୍ରଥମ ରହି ମୁମ୍ବାଇ ଇଣ୍ଡିଆନ୍ସ ବିଜେତା ହୋଇଥିଲା ।

– ତୃତୀୟ ଥର ପାଇଁ ଗୋଟିଏ ଦଳର ଦୁଇ ଜଣ ଖେଳାଳି ଗୋଟିଏ ଆଇପିଏଲ୍‌ ଋତୁରେ ଉଭୟ କମଳା ଓ ବାଇଗଣୀ ଟୋପି ଜିତିବାର ଗୌରବ ବହନ କରିଛନ୍ତି । ଚଳିତ ଋତୁରେ ଉପବିଜେତା ରାଜସ୍ଥାନ ରୟାଲ୍ସ ବ୍ୟାଟର ଜୋସ୍‌ ବଟଲର୍‌ ଏବଂ ସ୍ପିନର ୟୁଝବେନ୍ଦ୍ର ଚହଲ ଯଥାକ୍ରମେ କମଳା ଓ ବାଇଗଣୀ ଟୋପି ହାସଲ କରିଥିଲେ । ଏହା ପୂର୍ବରୁ ୨୦୧୩ରେ ଚେନ୍ନାଇ ସୁପର କିଙ୍ଗ୍ସର ମାଇକ୍‌ ହସି ଓ ଡେ୍ୱନ୍‌ ବ୍ରାଭୋ ଏବଂ ୨୦୧୭ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଡେଭିଡ ୱର୍ଣ୍ଣର ଓ ଭୁବନେଶ୍ୱର କୁମାର ଏଭଳି ସଫଳତା ହାତେଇଥିଲେ ।