ଗ୍ରୀଷ୍ମ କାଳୀନ ମୁଷ୍ଟିଯୋଦ୍ଧ ଶିବିର ଆରମ୍ଭ

ଭୁବନେଶ୍ୱର: ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆଜିଠାରୁ ଗ୍ରୀଷ୍ମ କାଳୀନ ମୁଷ୍ଟିଯୋଦ୍ଧ ଶିବିର ଆରମ୍ଭ ହୋଇଯାଇଛି । ମୁଷ୍ଟିଯୋଦ୍ଧାମାନେ ପ୍ରଥମେ ସିଟି ରୋଡ଼ ନୂଆ ସାହି ଅଭୟ ମହାବୀର ମନ୍ଦିର ଠାରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପ୍ରଯନ୍ତ ଏକ ମସାଲ ଶୋଭାଯାତ୍ରାରେ ଆସିଥିଲେ । ଏହାପରେ ଶିବିରକୁ ଆରମ୍ଭ କରାଯାଇଥିଲା ଓ କ୍ରୀଡା କୌଶଳ ପଦର୍ଶନ କରାଯାଇଥିଲା । ଏଥରେ ଭୋଳନାଥ ଉଚ୍ଚ ବିଦ୍ୟାଳୟ, ପୋଲିସ ଉଚ୍ଚ ବିଦ୍ୟାଳୟ, ସର୍ବଦୟ ନଗର ଆଦର୍ଶ ପ୍ରକଳ୍ପ ଉଚ୍ଚ ପ୍ରାଥମିକ […]

Samaya Live Picture
Published On

ଭୁବନେଶ୍ୱର: ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆଜିଠାରୁ ଗ୍ରୀଷ୍ମ କାଳୀନ ମୁଷ୍ଟିଯୋଦ୍ଧ ଶିବିର ଆରମ୍ଭ ହୋଇଯାଇଛି । ମୁଷ୍ଟିଯୋଦ୍ଧାମାନେ ପ୍ରଥମେ ସିଟି ରୋଡ଼ ନୂଆ ସାହି ଅଭୟ ମହାବୀର ମନ୍ଦିର ଠାରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପ୍ରଯନ୍ତ ଏକ ମସାଲ ଶୋଭାଯାତ୍ରାରେ ଆସିଥିଲେ ।

ଏହାପରେ ଶିବିରକୁ ଆରମ୍ଭ କରାଯାଇଥିଲା ଓ କ୍ରୀଡା କୌଶଳ ପଦର୍ଶନ କରାଯାଇଥିଲା । ଏଥରେ ଭୋଳନାଥ ଉଚ୍ଚ ବିଦ୍ୟାଳୟ, ପୋଲିସ ଉଚ୍ଚ ବିଦ୍ୟାଳୟ, ସର୍ବଦୟ ନଗର ଆଦର୍ଶ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଡି.ଏ.ଭି ପବ୍ଲିକ ହାଇ ସ୍କୁଲ,ପୁରୀ ଜିଲ୍ଲା ସ୍କୁଲ, ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ, ବିଶ୍ୱମ୍ବର ଉଚ୍ଚ ବିଦ୍ୟାଳୟ, ଉସ୍ତି ଫାଉଣ୍ଡେସନ ଇଣ୍ଡିଆ ସ୍କୁଲ ଓ ଅନ୍ୟାନ୍ୟ ବିଦ୍ୟାଳୟ ରୁ ଅନେକ ଛାତ୍ରଛାତ୍ରୀ ଶିବିରରେ ଯୋଗ ଦେଇଥିଲେ ।

ଶିବିରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଅମିତ କୁମାର ରଥ ,ନିରଞ୍ଜନ ମିଶ୍ର, ଗୋପାଳ ଚନ୍ଦ୍ର ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସୁଦର୍ଶନ ସାହୁ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ଅକ୍ଷୟ ନାୟକ, ଦୀପକ କୁମାର ପରିଡା, ସୁନୀଲ କୁମାର ଜେନା, ସ୍ମାରକ ରଞ୍ଜନ ସାହୁ, ଜାର୍ବି ଖାଁ , ମାନସ ଜେନା, ସନ୍ତୋଷ ଭୋଇ ପ୍ରମୁଖ ପରିଚାଳନା କରିଥିଲେ ।