୩ ରାଜ୍ୟରୁ ଗୋଟିଏ ବି ଭୋଟ ପାଇନାହାନ୍ତି ଯଶୱନ୍ତ ସିହ୍ନା

ଦିଲ୍ଲୀ: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହରାଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ୨୮୨୪ ଜଣ ସାଂସଦ ଓ ବିଧାୟକଙ୍କ ଭୋଟ ମିଳିଛି । ଏହାର ମୂଲ୍ୟ ୬,୭୬,୮୦୩ । ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କ ଭୋଟ ମୂଲ୍ୟ ୫,୨୮, ୪୯୧ ହେବାର ଆବଶ୍ୟକ ଥିଲା । ହେଲେ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୬ ଲକ୍ଷରୁ ଅଧିକ […]

Samaya Live Picture
Published On

ଦିଲ୍ଲୀ: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହରାଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ୨୮୨୪ ଜଣ ସାଂସଦ ଓ ବିଧାୟକଙ୍କ ଭୋଟ ମିଳିଛି । ଏହାର ମୂଲ୍ୟ ୬,୭୬,୮୦୩ । ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କ ଭୋଟ ମୂଲ୍ୟ ୫,୨୮, ୪୯୧ ହେବାର ଆବଶ୍ୟକ ଥିଲା । ହେଲେ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୬ ଲକ୍ଷରୁ ଅଧିକ । ସେହିପରି ଯଶୱନ୍ତ ସିହ୍ନା ୧୮୭୭ ଖଣ୍ଡ ଭୋଟ ପାଇଛନ୍ତି । ଏହାର ମୂଲ୍ୟ ୩,୮୦,୧୭୭ । ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ଯଶୱନ୍ତଙ୍କ ଠାରୁ ଅଧିକ ଥିବାରୁ ରିଟର୍ଣ୍ଣିଂ ଅଫିସର ପିସି ମୋଡୀ ରାତି ପ୍ରାୟ ୯.୪୦ରେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି । ତାଙ୍କ ସୂଚନା ଅନୁସାରେ, ୪୭୫୪ ଭୋଟ ରାଷ୍ଟ୍ରପତି ନିର୍ବାଚନରେ ପଡ଼ିଥିଲା । ଏହା ମଧ୍ୟରୁ ୪୭୦୧ ବୈଧ ଭୋଟ ହୋଇଥିବା ବେଳେ ୫୩ ଖଣ୍ଡ ଭୋଟ ନାକଚ ହୋଇ ଯାଇଛି । ଏହା ମଧ୍ୟରେ ୧୫ ଜଣ ସାଂସଦଙ୍କ ଭୋଟ ମଧ୍ୟ ରହିଛି ।

ତେବେ କେଉଁ ରାଜ୍ୟରେ ଉଭୟ ଦ୍ରୌପଦୀ ଓ ଯଶୱନ୍ତଙ୍କୁ କେତେ ଭୋଟ ମିଳିଛି, ତା’ର ଚିତ୍ର ସାମ୍ନାକୁ ଆସିଛି । ନିର୍ବାଚନ ଜିତିଥିବା ମୁର୍ମୁଙ୍କୁ ଦେଶର ସବୁ ରାଜ୍ୟରୁ ଭୋଟ ମିଳିଛି । ହେଲେ ଯଶୱନ୍ତ ସିହ୍ନାଙ୍କୁ ଆନ୍ଧ୍ର ପ୍ରଦେଶ, ସିMିମ ଓ ନାଗାଲାଣ୍ଡରୁ ଗୋଟିଏ ହେଲେ ବି ଭୋଟ ମିଳିନି । ଆନ୍ଧ୍ରର ୧୭୫ ଜଣ ବିଧାୟକଙ୍କ ମଧ୍ୟରୁ ୧୭୩ ଜଣ ଭୋଟ ଦେଇଥିଲେ । ସମସ୍ତ ୧୭୩ ଜଣ ବିଧାୟକଙ୍କ ଭୋଟ ବୈଧ ଥିବା ବେଳେ ସବୁତକ ଭୋଟ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଯାଇଛି । ନାଗାଲାଣ୍ଡର ୬୦ ଜଣ ବିଧାୟକଙ୍କ ମଧ୍ୟରୁ ୫୯ ଜଣ ଭୋଟ ଦେଇଥିଲେ । ସମସ୍ତ ୫୯ ଜଣ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି । ସିMିମର ୩୨ ଜଣ ବିଧାୟକ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି ।

ଶ୍ରୀମତୀ ମୁର୍ମୁ କେରଳରୁ ମାତ୍ର ଗୋଟିଏ ଭୋଟ ପାଇଥିବା ବେଳେ ତେଲେଙ୍ଗାନାରୁ ୩, ଦିଲ୍ଲୀରୁ ୮ ଓ ପଞ୍ଜାବରୁ ୮ଟି ଭୋଟ ପାଇଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାର ୧୭୪ ଜଣ ବିଧାୟକଙ୍କ ମଧ୍ୟରୁ ୧୪୬ ଜଣ ଭୋଟ ଦେଇଥିଲେ । ଜେଲରେ ଥିବା ପ୍ରଶାନ୍ତ ଜବଦେବ ଭୋଟ ଦେଇ ନଥିଲେ ।

ଓଡ଼ିଶା ବିଧାୟକଙ୍କ ଭୋଟ ମୂଲ୍ୟ ହେଉଛି ୧୪୯ । ୧୪୬ ଜଣଙ୍କ ମଧ୍ୟରୁ ୧୩୭ ଜଣ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ବେଳେ ୯ ଜଣ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପାର୍ଟି ଲାଇନରୁ ବାହାରି ମୁର୍ମୁଙ୍କୁ ଭୋଟ ଦେଇଥିବା ଘୋଷଣା କରିଥିଲେ । ଏହା ପରେ ଦଳ ପାଖରେ ୮ ଜଣ ବିଧାୟକ ରହିଥିଲେ । କଂଗ୍ରେସର ସମସ୍ତ ୮ ବିଧାୟକଙ୍କ ସମେତ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ।

ସେହିପରି ବିଜେପିର ୨୨ ଜଣ ବିଧାୟକ, ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି, ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଓ ବିଜେଡିର ୧୧୨ ଜଣ ବିଧାୟକ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି । ଓଡ଼ିଶାରୁ ଦ୍ରୌପଦୀ ମୁର୍ମୁ ମିଳିଥିବା ଭୋଟର ମୂଲ୍ୟ ହେଉଛି ୨୦,୪୧୩ । ସେହିପରି ଯଶୱନ୍ତ ସିହ୍ନାଙ୍କ ଭୋଟ ମୂଲ୍ୟ ୧୩୪୧ ।