ଟିଏମସିର ଜାତୀୟ ମୁଖପାତ୍ର ହେଲେ ବାବୁଲ ସୁପ୍ରିଓ

କୋଲକାତା: ଜୁଲାଇ ୧୧: ତୃଣମୂଳ କଂଗ୍ରେସ ବିଧାୟକ ବାବୁଲ ସୁପ୍ରିଓଙ୍କୁ ଗୁରୁଦାୟିତ୍ୱ ନ୍ୟସ୍ତ କରିଛି । ପାର୍ଟି ପକ୍ଷରୁ ତାଙ୍କୁ ଜାତୀୟ ମୁଖପାତ୍ର ନିଯୁକ୍ତ କରାଯାଇଛି । ତାଙ୍କ ବ୍ୟକ୍ତିତ୍ୱ ଓ ପୂର୍ବ ଅଭିଜ୍ଞତାକୁ ଆଧାର କରି ତାଙ୍କୁ ଏହି ପଦବୀ ଦିଆଯାଇଥିବା ପାର୍ଟି ପକ୍ଷରୁ କୁହାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁପ୍ରିଓ ଏଥିଲାଗି ପାର୍ଟି ସୁପ୍ରିମୋଙ୍କୁ ଟ୍ୱିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି । ସୁପ୍ରିଓଙ୍କୁ ପାର୍ଟି ଦ୍ୱାରା ମୁଖପାତ୍ର ନିଯୁକ୍ତି ବେଙ୍ଗଲ ବାହାରେ ପାର୍ଟିର ଆଧାର […]

Samaya Live Picture
Published On

କୋଲକାତା: ଜୁଲାଇ ୧୧: ତୃଣମୂଳ କଂଗ୍ରେସ ବିଧାୟକ ବାବୁଲ ସୁପ୍ରିଓଙ୍କୁ ଗୁରୁଦାୟିତ୍ୱ ନ୍ୟସ୍ତ କରିଛି । ପାର୍ଟି ପକ୍ଷରୁ ତାଙ୍କୁ ଜାତୀୟ ମୁଖପାତ୍ର ନିଯୁକ୍ତ କରାଯାଇଛି । ତାଙ୍କ ବ୍ୟକ୍ତିତ୍ୱ ଓ ପୂର୍ବ ଅଭିଜ୍ଞତାକୁ ଆଧାର କରି ତାଙ୍କୁ ଏହି ପଦବୀ ଦିଆଯାଇଥିବା ପାର୍ଟି ପକ୍ଷରୁ କୁହାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁପ୍ରିଓ ଏଥିଲାଗି ପାର୍ଟି ସୁପ୍ରିମୋଙ୍କୁ ଟ୍ୱିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି । ସୁପ୍ରିଓଙ୍କୁ ପାର୍ଟି ଦ୍ୱାରା ମୁଖପାତ୍ର ନିଯୁକ୍ତି ବେଙ୍ଗଲ ବାହାରେ ପାର୍ଟିର ଆଧାର ବଢାଇବା ଲାଗି ଜନୈକ ବରିଷ୍ଠ ଟିଏମସି ନେତା କହିଛନ୍ତି । ସୁପ୍ରିଓ ଜଣେ ଗାୟକ ଓ ରାଜନେତା । ଉଭୟ ରୂପରେ ସେ ସାରା ଦେଶରେ ଜଣେ ପରିଚିତ ଚେହେରା । ଏଣୁ ସେ ପାର୍ଟିର ବିଚାର ଓ ନୀତିକୁ ଜାତୀୟ ମଞ୍ଚରେ ରଖିବାରେ ଆମକୁ ସହୋୟଗ କରିବେ ବୋଲି ଟିଏମସି ନେତା କହିଛନ୍ତି । ପୂର୍ବତନ ବିଜେପି ସାଂସଦ ସୁପ୍ରିଓଙ୍କୁ ଗତବର୍ଷ ମନ୍ତ୍ରାଳୟରୁ ହଟାଇ ଦିଆଯାଇଥିଲା । ଏହା ପରେ ସେ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ । ଏହା ସହ ସେ ତାଙ୍କର ଆସାନସୋଲ ଲୋକସଭା ସିଟ୍‌ ମଧ୍ୟ ଛାଡି ଦେଇଥିଲେ ।