ନଭେମ୍ବରରୁ ୟୁଜି ଓ ପିଜି ପାଠପଢା ଆରମ୍ଭ
ଭୁବନେଶ୍ୱର: ଅକ୍ଟୋବର ୨୭: ଆସନ୍ତା ମାସ ୧ ତାରିଖରୁ ୟୁଜି ବା ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରଙ୍କ କ୍ଲାସ ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ରୁ ପିଜି ବା ସ୍ନାତକତ୍ତୋର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେଉଛି । ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର । କରୋନା କଟକଣା ସହ ପାଠପଢା ଆରମ୍ଭ କରିବାକୁ ଚିଠିରେ କୁହାଯାଇଛି । କଲେଜକୁ ଆସୁଥିବା […]
ଭୁବନେଶ୍ୱର: ଅକ୍ଟୋବର ୨୭: ଆସନ୍ତା ମାସ ୧ ତାରିଖରୁ ୟୁଜି ବା ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରଙ୍କ କ୍ଲାସ ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ରୁ ପିଜି ବା ସ୍ନାତକତ୍ତୋର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେଉଛି । ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର ।
କରୋନା କଟକଣା ସହ ପାଠପଢା ଆରମ୍ଭ କରିବାକୁ ଚିଠିରେ କୁହାଯାଇଛି । କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କୁହାଯାଇଛି । ନିର୍ଦ୍ଦିଷ୍ଟ ସମୟରେ ହାତ ଧୋଇବା ସହ ହାତ ସାନିଟାଇଜ୍ କରିବାକୁ କୁହାଯାଇଛି । କ୍ଲାସ ରୁମ୍ ଓ ଲାଇବ୍ରେରୀରେ ସାମାଜିକ ଦୂରତା ରକ୍ଷା କରାଯିବ । ଆବଶ୍ୟକତା ପାଇଁ ଆଇସୋଲେସନ୍ ରୁମ୍ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ କୁହାଯାଇଛି । ଯେଉଁମାନେ ହଷ୍ଟେଲରେ ନାମ ଲେଖାଇଛନ୍ତି, ସେମାନେ ସମସ୍ତେ ହଷ୍ଟେଲରେ ରହିପାରିବେ । କୋଭିଡ କଟକଣାକୁ ଯେମିତି କଲେଜ ଏବଂ ହଷ୍ଟେଲରେ ପାଳନ କରାଯିବ ସେ ନେଇ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି ।




