ଆଜି ବିଧାନସଭାରେ ବିଧାୟକ ଭାବରେ ଶପଥ ନେଲେ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର : ଆଜି ବିଧାନସଭାରେ ଧାମନଗର ବିଧାୟକ ଭାବରେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ । ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥପାଠ କରାଇଛନ୍ତି। ଖବର ଅନୁଯାୟୀ, ଧାମନଗର ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ହେଉଛନ୍ତି ସୂର୍ଯ୍ୟବଂଶୀ ସୁରଜ । ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା I ଏଥିରେ ବିଜେପି ଟିକେଟ୍‌ରେ ଲଢ଼ିଥିବା ସୂର୍ଯ୍ୟବଂଶୀ ସୂରଜ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ […]

Samaya Live Picture
Published On

ଭୁବନେଶ୍ୱର : ଆଜି ବିଧାନସଭାରେ ଧାମନଗର ବିଧାୟକ ଭାବରେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ । ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥପାଠ କରାଇଛନ୍ତି।

ଖବର ଅନୁଯାୟୀ, ଧାମନଗର ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ହେଉଛନ୍ତି ସୂର୍ଯ୍ୟବଂଶୀ ସୁରଜ । ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା I ଏଥିରେ ବିଜେପି ଟିକେଟ୍‌ରେ ଲଢ଼ିଥିବା ସୂର୍ଯ୍ୟବଂଶୀ ସୂରଜ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯୮୮୧ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ । ଏହାପରେ ବୁଧବାର ଦିନ ବିଜେପି ନେତା ତଥା ଧାମନଗରର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଶପଥ ପାଠ କରାଇଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବିଧାନସଭା ପ୍ରବେଶ ପଥରେ ମୁଣ୍ଡିଆ ମାରି ଭିତରକୁ ଯାଇଥିଲେ ସୂର୍ଯ୍ୟବଂଶୀ ସୂରଜ । ବିଧାୟକ ଭାବରେ ଶପଥ ନେବା ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ସୂରଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆଜି ବିଧାନସଭାରେ ବିଧାୟକ ଭାବରେ ଶପଥ ନେଲେ ସୂର୍ଯ୍ୟବଂଶୀ ସୁରଜ

ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସାଂସଦ ଜୁଏଲ୍‌ ଓରାମ୍‌, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ବରିଷ୍ଠ ବିଜେପି ନେତା କେ. ଭି. ସିଂହଦେଓ ପ୍ରମୁଖ ଯୋଡ଼ି ହୋଇ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆଶୀର୍ବାଦ ଦେଇଥିଲେ । ବରିଷ୍ଠ ନେତାଙ୍କୁ କୃତଜ୍ଞତା ଜଣାଇଥିଲେ ସୂରଜ ।