ଶିକ୍ଷକଙ୍କୁ ଦକ୍ଷ କରିବା ନିମନ୍ତେ ୨୫ କୋଟି ଟଙ୍କାର ଅର୍ଥ ଯୋଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ସାମନ୍ତ ବିହାରଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ସଂଗଠନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ରାଜ୍ୟର ଶିକ୍ଷକଙ୍କୁ ଆହୁରି ଦକ୍ଷ କରିବାକୁ ଏକ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ପ୍ରଶିକ୍ଷଣ କେନ୍ଦ୍ର ପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ । ଏଥିରେ ୩୦୦ ଶିକ୍ଷକଙ୍କ ଟ୍ରେନିଂ ପାଇଁ ଅଡିଟୋରିୟମ୍‌, […]

Samaya Live Picture
Published On

ଭୁବନେଶ୍ୱର: ଗତକାଲି ସାମନ୍ତ ବିହାରଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ସଂଗଠନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ରାଜ୍ୟର ଶିକ୍ଷକଙ୍କୁ ଆହୁରି ଦକ୍ଷ କରିବାକୁ ଏକ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ପ୍ରଶିକ୍ଷଣ କେନ୍ଦ୍ର ପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ । ଏଥିରେ ୩୦୦ ଶିକ୍ଷକଙ୍କ ଟ୍ରେନିଂ ପାଇଁ ଅଡିଟୋରିୟମ୍‌, ୧୦୦ ଜଣ ଶିକ୍ଷକ ରହିବାକୁ ବ୍ୟବସ୍ଥା ସହିତ ୧୦ଟି କର୍ମଶାଳା କେନ୍ଦ୍ର ନିର୍ମାଣ କରାଯିବ ।

ଶିକ୍ଷକଙ୍କୁ ଦକ୍ଷ କରିବା ନିମନ୍ତେ ୨୫ କୋଟି ଟଙ୍କାର ଅର୍ଥ ଯୋଗାଇଲେ ମୁଖ୍ୟମନ୍ତ୍ରୀ
ଅନ୍ୟପକ୍ଷରେ, ରାଜ୍ୟର ଶିକ୍ଷକଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ‘ବଜ୍ର ଯୋଜନାଦର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏହି ଯୋଜନାରେ ଶିକ୍ଷକମାନେ ସେମାନଙ୍କର ଦିନକର ଦରମା ଏହି କଲ୍ୟାଣ ପାଣ୍ଠିକୁ ଦାନ କରିପାରିବେ । ଏହି ପାଣ୍ଠିରୁ ସେମାନଙ୍କ ବିଭିନ୍ନ ଆର୍ଥିକ ସମସ୍ୟା ସମୟରେ ସହାୟତା ଯୋଗାଇ ଦିଆଯିବ । ଏହି ଅବସରରେ ୫ଟି ଶ୍ରେଷ୍ଠ ଆଦର୍ଶ ବିଦ୍ୟାଳୟ ବଲାଙ୍ଗୀର ପଥରଚେପା ଓଏଭି, କେନ୍ଦୁଝର ଆନନ୍ଦପୁର ଶାଳପଡ଼ା ଓଏଭି, ନୟାଗଡ଼ ନୋଟାର ଓଏଭି, କେନ୍ଦୁଝର ଆନନ୍ଦପୁରଶାଳପଡ଼ା ଓଏଭି ଓ ଅନୁଗୁଳ କିଶୋରନଗର ସ୍ଥିତ ରାଣିଆକଟା ଓଏଭିକୁ ପୁରସ୍କୃତ କରାଯାଇଛି ।

ଶିକ୍ଷକଙ୍କୁ ଦକ୍ଷ କରିବା ନିମନ୍ତେ ୨୫ କୋଟି ଟଙ୍କାର ଅର୍ଥ ଯୋଗାଇଲେ ମୁଖ୍ୟମନ୍ତ୍ରୀ
ସେହିପରି ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ୫ଜଣ ଛାତ୍ରଛାତ୍ରୀ ଖୋର୍ଦ୍ଧା ଷ„ପୁର ଓଏଭିର ପ୍ରଜକ୍ତା ପ୍ରିୟଦର୍ଶିନୀ ମହାପାତ୍ର, ଖୋର୍ଦ୍ଧା ସିଆଳି ଓଏଭିର ପାରମିତା ମାଝି, ଗଞ୍ଜାମ ନିମିନା ଓଏଭିର ବିନାୟକ ପାତ୍ର, ନୟାଗଡ଼ ଦଶପଲ୍ଲା ଓଏଭିର ଶ୍ରୁତି ସୁଲଗ୍ନା ଓ ପୁରୀ ସତ୍ୟବାଦୀ ଓଏଭିର ସାଇ ସମରପିତା ପ୍ରଧାନଙ୍କୁ ପୁରସ୍କୃତ କରାଯାଇଛି ।

ଶିକ୍ଷକଙ୍କୁ ଦକ୍ଷ କରିବା ନିମନ୍ତେ ୨୫ କୋଟି ଟଙ୍କାର ଅର୍ଥ ଯୋଗାଇଲେ ମୁଖ୍ୟମନ୍ତ୍ରୀ

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା (ଶିକ୍ଷା) ଉପେନ୍ଦ୍ର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ ପାଣ୍ଡିଆନ, ବିଭାଗୀୟ ସଚିବ ଅଶ୍ୱଥୀ ଏସ୍‌, ଓଏଭି ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।