ବିଷାକ୍ତ ହେଉଛି ମହାନଦୀ ଜଳ

ବରଗଡ଼: ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ମାତ୍ରାଧିକ ବ୍ୟାରେଜ୍‌ ନିର୍ମାଣ ଏବଂ ମନମୁଖୀ ଜଳ ପରିଚାଳନା ଓଡ଼ିଶା ପାଇଁ ଚିନ୍ତା ବଢ଼ାଇ ଦେଇଛି । ମହାନଦୀ ମାତ୍ରାଧିକ ପ୍ରଦୂଷିତ ବୋଲି ପୂର୍ବରୁ ବିଭିନ୍ନ ଗବେଷଣାରୁ କୁହାଯାଇଛି । ବିଶେଷକରି, ଶିଳ୍ପ ବର୍ଜ୍ୟ ଯୋଗୁଁ ବିଭିନ୍ନ ଜିଲ୍ଲାରେ ମହାନଦୀ ପାଣି ବ୍ୟବହାର ପାଇଁ ଅନୁପଯୋଗୀ ବୋଲି ଗବେଷକମାନେ ଚେତାଇ ଦେଇଛନ୍ତି । ଏବେ ମହାନଦୀ ପାଣିରେ ମାରାତ୍ମକ କୋଲିଫୋରମ୍‌ ଅଣୁଜୀବ ତୀବ୍ର ମାତ୍ରାରେ ବଢ଼ି ଚାଲିଥିବା ସଦ୍ୟ ଏକ […]

Samaya Live Picture
Published On

ବରଗଡ଼: ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ମାତ୍ରାଧିକ ବ୍ୟାରେଜ୍‌ ନିର୍ମାଣ ଏବଂ ମନମୁଖୀ ଜଳ ପରିଚାଳନା ଓଡ଼ିଶା ପାଇଁ ଚିନ୍ତା ବଢ଼ାଇ ଦେଇଛି । ମହାନଦୀ ମାତ୍ରାଧିକ ପ୍ରଦୂଷିତ ବୋଲି ପୂର୍ବରୁ ବିଭିନ୍ନ ଗବେଷଣାରୁ କୁହାଯାଇଛି । ବିଶେଷକରି, ଶିଳ୍ପ ବର୍ଜ୍ୟ ଯୋଗୁଁ ବିଭିନ୍ନ ଜିଲ୍ଲାରେ ମହାନଦୀ ପାଣି ବ୍ୟବହାର ପାଇଁ ଅନୁପଯୋଗୀ ବୋଲି ଗବେଷକମାନେ ଚେତାଇ ଦେଇଛନ୍ତି । ଏବେ ମହାନଦୀ ପାଣିରେ ମାରାତ୍ମକ କୋଲିଫୋରମ୍‌ ଅଣୁଜୀବ ତୀବ୍ର ମାତ୍ରାରେ ବଢ଼ି ଚାଲିଥିବା ସଦ୍ୟ ଏକ ଗବେଷଣାତ୍ମକ ରିପୋର୍ଟରୁ ଜଣାପଡ଼ିଛି ।
ବିଷାକ୍ତ ହେଉଛି ମହାନଦୀ ଜଳ

ଅଣୁଜୀବ ଗବେଷିକା ଡ. ମୀରାମ୍ବିକା ମିଶ୍ର ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁସାରେ, ମହାନଦୀରେ ପୂର୍ବରୁ ଇବୋଲି ଅଣୁଜୀବ ରହିଛି । ଏହି ଅଣୁଜୀବ ଉପସ୍ଥିତିରେ ପାଣି ବ୍ୟବହାର କରିବା ଅତି ମାରାତ୍ମକ । ତେବେ ମହାନଦୀ ପାଣିରେ କୋଲିଫୋରମ୍‌ ଅଣୁଜୀବ ବଂଶ ବିସ୍ତାର କରିବା ଆହୁରି ଘାତକ ବୋଲି ଡ. ମିଶ୍ର ଦର୍ଶାଇଛନ୍ତି । କାରଣ ଏହି ଅଣୁଜୀବ ନିଜ ଶରୀରରେ ୪୮ଟି ଦୁର୍ଲଭ ଆଣ୍ଟିବାୟୋଟିକ୍‌ ସୃଷ୍ଟି କରିପାରୁଛି । ଫଳରେ ଏହାକୁ ନିପାତ କରିବାକୁ ସ୍ୱତନ୍ତ୍ର ଯୋଜନା କରିବା କଥା । କି;ୁ ଓଡ଼ିଶା ସରକାରଙ୍କୁ ପରିବେଶବିତମାନେ ଏନେଇ ଆଗୁଆ ସୂଚନା ଦେଇଥିଲେ ହେଁ କିଛି ବିହୀତ ପଦକ୍ଷେପ ହୋଇନାହିଁ । ଡ. ମିଶ୍ରଙ୍କ ତଥ୍ୟ କହୁଛି, ସମ୍ବଲପୁର ସହରର ମହାନଦୀ ଗର୍ଭରେ ଥିବା ଅଯୋଧ୍ୟା ସରୋବରର ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରାଯାଇଥିଲା ।
ବିଷାକ୍ତ ହେଉଛି ମହାନଦୀ ଜଳ

କି;ୁ ମହାନଦୀ ଅବବାହିକାର ମଧ୍ୟ ଭାଗରେ ଏହି କୋଲିଫୋରମ୍‌ ଅଣୁଜୀବର ଉପସ୍ଥିତି କମ୍‌ ରହିଥିଲା । କାରଣ ଏହା ଜନବସତିଠାରୁ ଦୂରରେ ରହିଛି । କି;ୁ ସହରର ବର୍ଜ୍ୟବସ୍ତୁ ମିଶୁଥିବା ପାଣିସ୍ରୋତରେ ଏହାର ପରିମାଣ ମାତ୍ରାଧିକ ରହିଛି । ଫଳରେ ଆଗକୁ ମହାନଦୀ ପାଣିରୁ ଜଣ୍ଡିସ୍‌ ବ୍ୟାପିବା ଆଶଙ୍କା ରହିଛି । ଅନ୍ୟପକ୍ଷରେ, ମହାନଦୀ ଉପରମୁଣ୍ଡରେ (ଛତିଶଗଡ଼) କଠିନ ବର୍ଜ୍ୟବସ୍ତୁ, ଶିଳ୍ପ ବର୍ଜ୍ୟ ଏବଂ ବାୟୋ ବର୍ଜ୍ୟବସ୍ତୁ ସିଧାସଳଖ ପଡ଼ୁଛି । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ପ୍ରସ୍ତୁତ ଏକ ସର୍ଭେ ରିପୋର୍ଟ ଅନୁସାରେ ଛତିଶଗଡ଼ ମହାନଦୀରେ ଦୈନିକ ୩ହଜାର କିଲୋଲିଟର୍‌ କେବଳ ଶିଳ୍ପ ବର୍ଜ୍ୟ ଛାଡ଼ୁଛି ।
ବିଷାକ୍ତ ହେଉଛି ମହାନଦୀ ଜଳ

ଅନ୍ୟ ବର୍ଜ୍ୟକୁ ଆକଳନ କଲେ ଏହା ଦୁଇଗୁଣା ହେବଛ ସେହିପରି ମହାନଦୀ ଅବବାହିକାରେ କୋଇଲା ଖଣି ଆହୁରି ଚିନ୍ତା ବାଇଛି । ଦେଶର ୧୪ ପ୍ରତିଶତ କୋଇଲା ଛତିଶଗଡ଼ରୁ ମିଳିଥାଏ । କୋଇଲା ଗୁଣ୍ଡରେ ମାରାତ୍ମକ ‘କାର୍ସିନୋଜେନିକ୍‌’ ଧାତବ ପଦାର୍ଥ ମହାନଦୀର ପ୍ରଦୂଷଣ ବଢ଼ାଉଛି । ଉପରମୁଣ୍ଡରେ ମହାନଦୀ ମାତ୍ରାଧିକ ପ୍ରଦୂଷଣ ନେଇ ହୀରାକୁଦ ଜଳଭଣ୍ଡାରରେ ଗଚ୍ଛିତ ରଖୁଛି । ତେଣୁ ପ୍ରଦୂଷିତ ପାଣିରେ ବିଭିନ୍ନ ଅଣୁଜୀବ କାୟା ବିସ୍ତାର କରୁଛନ୍ତି । ଓଡ଼ିଶା ଭାଗରେ ଥିବା ମହାନଦୀର ତଳମୁଣ୍ଡରେ ଏହି ଅଣୁଜୀବ ଆହୁରି ସକ୍ରିୟ ହେବା ଆଶଂକା ଥିବା ଗବେଷକମାନଙ୍କ ଉଦବେଗଜନକ ରିପୋର୍ଟରୁ ଜଣାପଡ଼ୁଛି ।