ପିସିସି ସଭାପତିଙ୍କ ଜୋରଦାର ଆଲୋଚନା

ଭୁବନେଶ୍ବର: ଅପ୍ରେଲ ୨୬: ପିସିସି ପରିବର୍ତ୍ତନ ନେଇ ଭୁବନେଶ୍ୱରରେ ଆରମ୍ଭ ହେଲା ବୈଠକ। ପ୍ରଭାରୀ ଚେଲ୍ଲା କୁମାର ବିଧାୟକମାନଙ୍କ ସହ କରୁଛନ୍ତି ଜୋରସୋର ଆଲୋଚନା। ବୈଠକରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ବ୍ୟତୀତ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି। ନେତା ନରସିଂହ ମିଶ୍ରଙ୍କ ସହ ଏନେଇ ଆଲୋଚନା ଚାଲିଥିଲା।ଏହାପରେ କାର୍ଯ୍ୟକାରୀ ସଭାପତି, ପୂର୍ବତନ ପିସିସି ସଭାପତି ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା […]

Samaya Live Picture
Published On

ଭୁବନେଶ୍ବର: ଅପ୍ରେଲ ୨୬: ପିସିସି ପରିବର୍ତ୍ତନ ନେଇ ଭୁବନେଶ୍ୱରରେ ଆରମ୍ଭ ହେଲା ବୈଠକ। ପ୍ରଭାରୀ ଚେଲ୍ଲା କୁମାର ବିଧାୟକମାନଙ୍କ ସହ କରୁଛନ୍ତି ଜୋରସୋର ଆଲୋଚନା। ବୈଠକରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ବ୍ୟତୀତ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି। ନେତା ନରସିଂହ ମିଶ୍ରଙ୍କ ସହ ଏନେଇ ଆଲୋଚନା ଚାଲିଥିଲା।ଏହାପରେ କାର୍ଯ୍ୟକାରୀ ସଭାପତି, ପୂର୍ବତନ ପିସିସି ସଭାପତି ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ହେବ ବୋଲି ସୂଚନା ମିଳିଛି। ପ୍ରାୟ ୩୦ ମିନିଟ୍ ଆଲୋଚନା ପରେ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଭାରୀଙ୍କ ସହ ଆଲୋଚନା ହୋଇଛି । ଯାହା ଗଣମାଧ୍ୟମ ଆଗରେ କହି ହେବନି। କିନ୍ତୁ ପ୍ରଭାରୀ ଉଭୟଙ୍କ ପକ୍ଷ ଶୁଣି ସମସ୍ତ ନିସ୍ପତ୍ତି ନେବେ ବୋଲି କହିଛନ୍ତି ନରସିଂହ ।