ସଠିକ୍‌ ସମୟରେ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ହେବ: ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଜାନୁଆରୀ ୨୪: ଗତ କିଛି ଦିନର କରୋନା ସ୍ଥିତିକୁ ଲକ୍ଷ୍ୟ କଲେ, ରାଜ୍ୟରେ ସଂକ୍ରମଣ ତଳମୁହାଁ ହେଉଛି । ଏଣୁ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ସଠିକ୍‌ ସମୟରେ ହେବ ବୋଲି ଆଜି ସାମ୍ବାଦିକମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି । ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ଲାଗି ସଜାଗ ରହିବାକୁ ନେଇ ସେ କହିଛନ୍ତି , ସଠିକ ସମୟରେ ପରୀକ୍ଷା କରାଇବା ଓ ରେଜଲ୍‌ଟ ବାହାର କରିବା ନେଇ ବିଭାଗ […]

Samaya Live Picture
Published On

ଭୁବନେଶ୍ୱର: ଜାନୁଆରୀ ୨୪: ଗତ କିଛି ଦିନର କରୋନା ସ୍ଥିତିକୁ ଲକ୍ଷ୍ୟ କଲେ, ରାଜ୍ୟରେ ସଂକ୍ରମଣ ତଳମୁହାଁ ହେଉଛି । ଏଣୁ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ସଠିକ୍‌ ସମୟରେ ହେବ ବୋଲି ଆଜି ସାମ୍ବାଦିକମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ଲାଗି ସଜାଗ ରହିବାକୁ ନେଇ ସେ କହିଛନ୍ତି , ସଠିକ ସମୟରେ ପରୀକ୍ଷା କରାଇବା ଓ ରେଜଲ୍‌ଟ ବାହାର କରିବା ନେଇ ବିଭାଗ ଆଶାବାଦୀ ଅଛି । ମାଟ୍ରିକର ସମେଷ୍ଟାର-୧ ପରୀକ୍ଷା ଶେଷ ହେଇଛି । ବିଶେଷ ପରିସ୍ଥିତିରେ ହୁଏତ ଏହି ନିଷ୍ପତ୍ତି ବଦଳିପାରେ । କି;ୁ ଆଜିର ସ୍ଥିତି ଦେଖିଲେ ପରୀକ୍ଷା ହେବାର ସମ୍ଭାବନା ଯଥେଷ୍ଟ ରହିଛି । ଏଣୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଲାଗି ପ୍ରସ୍ତୁତ ରହନ୍ତୁ ।

ସୂଚନାଯୋଗ୍ୟ, ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଦଶମ ଶ୍ରେଣୀ ପ୍ରଥମ ସମେଟିଭ୍‌ ଆସେସ୍‌ମେଣ୍ଟ (ଏସ୍‌ଏ-୧) ପରୀକ୍ଷା ଶେଷ ହୋଇଛିଛ ଅନ୍ତିମ ଦିନରେ ୧୦ ପରୀକ୍ଷାର୍ଥୀ ମାଲପ୍ରାକଫିସ୍‌ (ଏମ୍‌ପି) ହୋଇଥିବା ବେଳେ ମୋଟ ୧୩ ଜଣ ପରୀକ୍ଷାର୍ଥୀ ଏମ୍‌ପି ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ଏସ୍‌ଏ-୧ରେ ଯେଉଁ ପରୀକ୍ଷାର୍ଥୀମାନେ ଅନୁପସ୍ଥିତ ରହିଛନ୍ତି, ସେମାନଙ୍କୁ ଏହି ପରୀକ୍ଷାର େୱଟେଜ୍‌ ମାର୍କ ମିଳିବ ନାହିଁ । ଏହି ପରୀକ୍ଷାର୍ଥୀମାନେ ପୂର୍ବରୁ ଦେଇଥିବା ଏଫ୍‌ଏ-୧, ଏଫ୍‌ଏ-୨ ସହ ଆଗକୁ ହେବାକୁ ଏଫ୍‌ଏ-୩, ଏଫ୍‌ଏ-୪ ଓ ଏସ୍‌ଏ-୨ରେ ଯେଉଁ ନମ୍ବର ରଖିବେ ସେହି ଅନୁସାରେ ସେମାନଙ୍କର ଦଶମ ଶ୍ରେଣୀର ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।