ଚାନ୍ଦିପୁର ଡିଆର୍‌ଡିଓ ମାମଲା ସହ ମୁମ୍ବାଇ ଲିଙ୍କ୍‌: ରହସ୍ୟମୟୀ ମହିଳାଙ୍କ ସହିତ ଟଙ୍କା କାରବାର

ଭୁବନେଶ୍ୱର: ନଭେମ୍ବର ୦୬ : ଚାନ୍ଦିପୁର ଡିଆର୍‌ଡିଓ ଗୁପ୍ତଚର ମାମଲାର ଏକ ବଡ଼ ସୁରାକ୍‌ କ୍ରାଇମବ୍ରଞ୍ଚକୁ ମିଳିଛି । ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ କାରବାରରେ ମୁମ୍ବାଇ ଲିଙ୍କ୍‌ ମିଳିଥିବା ଜଣାପଡ଼ିଛି । ତେବେ ସେ ମୁମ୍ବାଇର ଜଣେ ରହସ୍ୟମୟୀ ମହିଳାଙ୍କ ସହ ୪୦ ହଜାର ଟଙ୍କା କାରବାର କରିଥିବା ଖବର ମିଳିଛି । ସେହି ମହିଳା ଜଣକ କିଏ ଏହାର ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି […]

Samaya Live Picture
Published On

ଭୁବନେଶ୍ୱର: ନଭେମ୍ବର ୦୬ : ଚାନ୍ଦିପୁର ଡିଆର୍‌ଡିଓ ଗୁପ୍ତଚର ମାମଲାର ଏକ ବଡ଼ ସୁରାକ୍‌ କ୍ରାଇମବ୍ରଞ୍ଚକୁ ମିଳିଛି । ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ କାରବାରରେ ମୁମ୍ବାଇ ଲିଙ୍କ୍‌ ମିଳିଥିବା ଜଣାପଡ଼ିଛି । ତେବେ ସେ ମୁମ୍ବାଇର ଜଣେ ରହସ୍ୟମୟୀ ମହିଳାଙ୍କ ସହ ୪୦ ହଜାର ଟଙ୍କା କାରବାର କରିଥିବା ଖବର ମିଳିଛି । ସେହି ମହିଳା ଜଣକ କିଏ ଏହାର ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗିରଫ ହୋଇଥିବା ଯେଉଁ ଅଭିଯୁକ୍ତଙ୍କ କାରବାରରେ ମୁମ୍ବାଇ ଲିଙ୍କ୍‌ ମିଳିଛି, ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଜଣେ ମହିଳା ୪୦ ହଜାର ଟଙ୍କା ମାଗିଥିଲେ । ମହିଳା ଜଣଙ୍କ ମୁମ୍ବାଇର ୨ଜଣ ବ୍ୟକ୍ତିଙ୍କ ପାଖକୁ ଅନ୍‌ଲଇନ ମାଧ୍ୟମରେ ଟଙ୍କା ପଠାଇବାକୁ କହିଥିଲେ । ଏପ୍ରିଲ ୧୮ରେ ଅଭିଯୁକ୍ତ ଜଣକ ଅନ୍‌ଲାଇନ ମାଧ୍ୟମରେ ପ୍ରଥମେ ୩୦ ହଜାର ଟଙ୍କା ମୁମ୍ବାଇର ଜଣେ ବ୍ୟକ୍ତିଙ୍କୁ ପଠାଇଥିଲେ । ଏହାପରେ ସେ ଆଉ ଥରେ ମୁମ୍ବାଇର ଅନ୍ୟ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ପଠାଇଥିଲେ । ତେବେ ମହିଳା ଜଣଙ୍କ ୧୯ ତାରିଖ ଦିନ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୪୦ ହଜାର ଟଙ୍କା ଫେରାଇ ଦେଇଥିଲେ ।

କ୍ରାଇମବ୍ରାଞ୍ଚ ଟଙ୍କା କାରବାରରେ ସମୃକ୍ତ ଥିବା ୨ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରିଛନ୍ତି । ଏହାସହ ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ଯୋଗାଡ଼ କରିବା ଏବଂ ସେହି ରହସ୍ୟମୟୀ ମହିଳାଙ୍କୁ ଚିହ୍ନଟ କରିବା ପାଇଁ କ୍ରାଇମବ୍ରାଞ୍ଚର ଏକ ଦଳ ମୁମ୍ବାଇ ଯିବେ ବୋଲି ଖବର ମିଳିଛି ।