ଆଜିଠାରୁ ମାଟ୍ରିକ ସମେଟିଭ୍- ୦୧ ପରୀକ୍ଷା ଖାତା ଦେଖା ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ସମେଟିଭ୍- ୦୧ ପରୀକ୍ଷା ଖାତା ଦେଖା I ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ମାଟ୍ରିକ, ମଧ୍ୟମା, ଓପନ ସ୍କୁଲ ସମେଟିଭ୍- ୦୧ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେଉଥିବାବେଳେ ଏଥିରେ ୧୨୪୦ଶିକ୍ଷକ ମୂଲ୍ୟାୟନ ପକ୍ରିୟାରେ ନିୟୋଜିତ ହୋଇଛନ୍ତି । ୧୦ ଦିନ ମଧ୍ୟରେ ଖାତା ଦେଖା ଶେଷ ହେବ। ପ୍ରତିଦିନ ପୂର୍ବାହ୍ନ ୯ଟାରୁ ୫ ଟା ପର୍ଯ୍ୟନ୍ତ ଖାତା […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ସମେଟିଭ୍- ୦୧ ପରୀକ୍ଷା ଖାତା ଦେଖା I ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ମାଟ୍ରିକ, ମଧ୍ୟମା, ଓପନ ସ୍କୁଲ ସମେଟିଭ୍- ୦୧ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେଉଥିବାବେଳେ ଏଥିରେ ୧୨୪୦ଶିକ୍ଷକ ମୂଲ୍ୟାୟନ ପକ୍ରିୟାରେ ନିୟୋଜିତ ହୋଇଛନ୍ତି । ୧୦ ଦିନ ମଧ୍ୟରେ ଖାତା ଦେଖା ଶେଷ ହେବ। ପ୍ରତିଦିନ ପୂର୍ବାହ୍ନ ୯ଟାରୁ ୫ ଟା ପର୍ଯ୍ୟନ୍ତ ଖାତା ଦେଖା ଚାଲିବ। ସେହିପରି ଏଥର ରାଜ୍ୟର ୩୦୨୯ କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ ହୋଇଥିଲା।

ଖାତା ମୂଲ୍ୟାୟନ କେନ୍ଦ୍ରକୁ ନିରୀକ୍ଷକଙ୍କ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି। ପ୍ରଥମ ଦିନରେ ଖାତା ଦେଖାକୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଖାତା ଦେଖା ନେଇ ବେଶ ଉତ୍ସାହିତ ଅଛନ୍ତି। ଏଥର ନଭେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୦୨୯ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ସମେଟିଭ୍-୧ ପରୀକ୍ଷା ଦେଇଥିଲେ। ଉଭୟ ଦୀର୍ଘ ଓ ସଂକ୍ଷିପ୍ତ ପ୍ରଶ୍ନ ସମ୍ବଳିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ଖାତା ଦେଖା ସରିବା ପରେ ଏହାକୁ ତର୍ଜମା କରି ପରୀକ୍ଷା ଫଳ ବୋର୍ଡ ୱେବ ସାଇଟରେ ପ୍ରକାଶ କରିବ ବୋର୍ଡ। ମୁଲ୍ୟାୟନ କେନ୍ଦ୍ରରେ ଅନୁପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସ୍ଥାନରେ ସ୍ଥାନୀୟ ଯୋଗ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯାଇଥିବା କହିଛନ୍ତି ବୋର୍ଡ ଉପସଭାପତି।