ମା’ ଭଗବତୀ ଓ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କଲେ 5T ସଚିବ,ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ

ଭୁବନେଶ୍ୱର : ରାଜ୍ୟରେ ପୁରାତନ ଦେବାଳୟ ମାନଙ୍କରେ ସର୍ବାଙ୍ଗୀନ ଉନ୍ନତି ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଛି I ପ୍ରସିଦ୍ଧ ଦୈବୀପୀଠ ବାଣପୁର ସ୍ଥିତ ମା’ ଭଗବତୀ ଓ ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଏହି ଦୈବୀପୀଠ ଗୁଡିକର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛି ବୋଲି ସେ ମନ୍ଦିରର ପୂଜକ ଓ କର୍ମକର୍ତ୍ତାମାନଙ୍କୁ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ସୋମବାର ପ୍ରାତଃ ସମୟରେ ଖୋର୍ଦ୍ଧା […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ପୁରାତନ ଦେବାଳୟ ମାନଙ୍କରେ ସର୍ବାଙ୍ଗୀନ ଉନ୍ନତି ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଛି I ପ୍ରସିଦ୍ଧ ଦୈବୀପୀଠ ବାଣପୁର ସ୍ଥିତ ମା’ ଭଗବତୀ ଓ ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଏହି ଦୈବୀପୀଠ ଗୁଡିକର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛି ବୋଲି ସେ ମନ୍ଦିରର ପୂଜକ ଓ କର୍ମକର୍ତ୍ତାମାନଙ୍କୁ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ସୋମବାର ପ୍ରାତଃ ସମୟରେ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ଐତିହାସିକ ପ୍ରସିଦ୍ଧ ଶକ୍ତିପୀଠ ତଥା ବାଣପୁର ସ୍ଥିତ ମା’ ଭଗବତୀ ଏବଂ ଟାଙ୍ଗୀ ନିକଟସ୍ଥ ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍। ବାଣପୁର ଭଗବତୀ ମନ୍ଦିର ଏବଂ ଉଗ୍ରତାରାଙ୍କ ପୀଠରେ ସଚିବ ୧୫ ମିନିଟ୍ ଲଖାଏଁ ରହି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୟରେ ସେବାୟତ, ବାଣପୁର ଅଞ୍ଚଳବାସୀ, ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟରିଆଙ୍କ ସମେତ ସ୍ଥାନୀୟ ପ୍ରଶାସନ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ। ଏହି ସମୟରେ ମନ୍ଦିରଗୁଡିକର ଉନ୍ନତିକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ। ମନ୍ଦିର ପୂଜକ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ସହିତ ମନ୍ଦିରର ଉନ୍ନତି କରଣ ସମ୍ପର୍କରେ ସେ ଆଲୋଚନା କରିଛନ୍ତି। ମନ୍ଦିରଗୁଡିକର ସୌନ୍ଦର୍ଯ୍ୟକରଣ ସହ ପାର୍କିଂ ବ୍ୟବସ୍ଥା, ପାଚେରୀ, ଭୋଜନାଳୟକୁ ବି ନୂଆରୂପ ଦିଆଯିବ। ସେହିପରି ଦୋଳବେଦୀ ଛକରୁ ମନ୍ଦିର ଯାଏ ରାସ୍ତାର ପ୍ରଶସ୍ତିକରଣ ହେବ। ଏହାସହ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର। 5T ସଚିବଙ୍କ ମନ୍ଦିର ପରିଦର୍ଶନ ସମୟରେ କିଛି ସମୟ ପାଇଁ ସାଧାରଣ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିଲା।