ବିଜେପିରୁ ଇସ୍ତଫI ଦେଲେ ଗମାଙ୍ଗ ବାପା ଓ ପୁଅ , ବିଆରଏସରେ ହେଇପାରନ୍ତି ସାମିଲ

ଭୁବନେଶ୍ୱର : ପଦ୍ମ ଛାଡିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ଏହା ସହିତ ବିଜେପିର ପ୍ରାଥମିକ ସଦସ୍ୟ ପଦ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ଉଭୟ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଏ ନେଇ ଭୁବନେଶ୍ୱରରେ ପ୍ରେସ୍‌ମିଟ ସୂଚନା ଦେଇଛନ୍ତି ଗିଗିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ । ୨୦୧୫ ଜୁନ୍‌ ୨୮ ତାରିଖରେ କଂଗ୍ରେସ […]

Samaya Live Picture
Published On

ଭୁବନେଶ୍ୱର : ପଦ୍ମ ଛାଡିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ଏହା ସହିତ ବିଜେପିର ପ୍ରାଥମିକ ସଦସ୍ୟ ପଦ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ଉଭୟ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଏ ନେଇ ଭୁବନେଶ୍ୱରରେ ପ୍ରେସ୍‌ମିଟ ସୂଚନା ଦେଇଛନ୍ତି ଗିଗିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ । ୨୦୧୫ ଜୁନ୍‌ ୨୮ ତାରିଖରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ ।

ବିଜେପିରେ ୭ ବର୍ଷ ଧରି ରହିଥିଲେ ମଧ୍ୟ, ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ନେଇ ଅସନ୍ତୁଷ୍ଟ ଥିଲେ ଗମାଙ୍ଗ I ଏପରିକି କଂଗ୍ରେସ ଛାଡ଼ିବା ପରେ ଏମ୍‌ପି ଟିକେଟ ଦିଆଯିବା ନିମନ୍ତେ ଶିଶିର ଗମାଙ୍ଗଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଜେପି ପାଳନ କରି ନ ଥିବା ଅଭିଯୋଗ ହୋଇଥିଲା। ତେଣୁ ଦୀର୍ଘ ୭ ବର୍ଷ ପରେ ବିଜେପି ହାତ ଛାଡ଼ିଥିବା ଆଜି ସ୍ପଷ୍ଟ କରିଛନ୍ତି ଗମାଙ୍ଗ ବାପପୁଅ ।

ନିଜ ଇସ୍ତଫା ନେଇ ପ୍ରେସମିଟ୍ କରିବା ସହ ଗିରିଧର ଗମାଙ୍ଗ ବିଜେପିକୁ ସିଧା ନହେଲେ ବି ତେରେଛା ତୀର ମାରିଛନ୍ତି । ଦଳରେ ତାଙ୍କୁ ଯେତିକି ଗୁରୁତ୍ୱ ଦିଆଯିବା କଥା,ସେତିକି ଗୁରୁତ୍ୱ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ମୁତାବକ, ତାଙ୍କୁ ଜାଣିଶୁଣି ଡେରିରେ କାର୍ଯ୍ୟକ୍ରମର ସୂଚନା ଦିଆଯାଉଥିଲା । ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିଲା । ଯେତିକି କାର୍ଯ୍ୟକ୍ରମରେ ତାଙ୍କୁ ଡକା ଯାଉଥିଲା, ସେତିକି କାର୍ଯ୍ୟକ୍ରମରେ ସେ ଯୋଗ ଦେଉଥିଲେ । ଯେଉଁଠିକି ଡକାଯାଉନଥିଲା, ସେଠିକି ସେ ଯାଉନଥିଲେ । ଯେତିକି ଡାକୁଥିଲେ, ଯାଉଥିଲେ…ଯେତିକି ପଚାରୁଥିଲେ, ସେତିକି କହୁଥିଲି ବୋଲି ଶେଷରେ କହିଛନ୍ତି ଗିରିଧର ଗମାଙ୍ଗ ।

ସୂଚନାନୁସାରେ ପୂର୍ବରୁ ଗିରିଧର ଗମାଙ୍ଗ ୯ଥର କଂଗ୍ରେସ ଟିକେଟରେ ସାଂସଦ ଥିଲେ। ଦୁଇ ଥର କେନ୍ଦ୍ରରେ ମନ୍ତ୍ରୀ ଥିଲେ । ଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜେପି ଛାଡିବା ପରେ ଏକ ଜାତୀୟ ଦଳରେ ସେ ଯୋଗ ଦେବେ ବୋଲି ଗିରିଧର ଗମାଙ୍ଗ କହିଛନ୍ତି । ଆଜି ଉଭୟ ବାପପୁଅ ବିଜେପି ଛାଡ଼ିଥିଲେ ବି କେଉଁ ପାର୍ଟିରେ ସାମିଲ ହେବେ ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇଛନ୍ତି। ତେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତିରେ ଗିରିଧର ଗମାଙ୍ଗ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି ।