‘ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ସ୍ଥିର,ପରିସ୍ଥିତି ର ମୁକାବିଲା ପାଇଁ ରହିଛି ସତର୍କ ଦୃଷ୍ଟି ‘ ଜଳସମ୍ପଦ ମନ୍ତ୍ରୀ
ଭୁବନେଶ୍ୱର : ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ବିପଦ ସଂକେତ ଉପରେ ଥିଲେ ମଧ୍ୟ ସ୍ଥିର ରହିଛି । ସଂଧ୍ୟା ସୁଦ୍ଧା ଜଳସ୍ତର କମିବ ନା ବଢିବ ସେ ନେଇ ସୂଚନା ମିଳିବ । ଆଜି ଦିନକ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ ସମେତ ତଳି ଅଞ୍ଚଳରେ ପାଣି ପଶିଛି । ସୁବର୍ଣ୍ଣରେଖାରେ ସିଷ୍ଟମରେ କୌଣସି ଘାଇ ହୋଇନାହିଁ । ବନ୍ୟା ପରିସ୍ଥିତି ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ […]
ଭୁବନେଶ୍ୱର : ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ବିପଦ ସଂକେତ ଉପରେ ଥିଲେ ମଧ୍ୟ ସ୍ଥିର ରହିଛି । ସଂଧ୍ୟା ସୁଦ୍ଧା ଜଳସ୍ତର କମିବ ନା ବଢିବ ସେ ନେଇ ସୂଚନା ମିଳିବ । ଆଜି ଦିନକ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ ସମେତ ତଳି ଅଞ୍ଚଳରେ ପାଣି ପଶିଛି । ସୁବର୍ଣ୍ଣରେଖାରେ ସିଷ୍ଟମରେ କୌଣସି ଘାଇ ହୋଇନାହିଁ । ବନ୍ୟା ପରିସ୍ଥିତି ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।
ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଜଳ ସମ୍ପଦ ବିଭାଗର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ସୁବର୍ଣ୍ଣରେଖା, ବୈତରଣୀ ଏବଂ ବ୍ରାହ୍ମଣୀ ନଦୀର ସମୀକ୍ଷା ହୋଇଥିଲ। ବୈଠକ ପରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇ ମନ୍ତ୍ରୀ ସାହୁ କହିଛନ୍ତି, ସୁବର୍ଣ୍ଣରେଖା ଜଳସ୍ତର ଏବେ ୧୧.୯୦ ମିଟର ଅଛି। ତାହା ଗତ ୮ ଘଣ୍ଟା ହେଲା ସ୍ଥିର ଅଛି। ବାଲିଆପାଳ, ବସ୍ତା ଭୋଗରାଇର ତଳିଆ ଅଞ୍ଚଳରେ ବନ୍ୟାପାଣି ପଶିଛି। ସେ ସବୁ ଅଞ୍ଚଳରେ ନାଇଟ ପାଟ୍ରୋଲିଂ କରାଯାଉଛି। ଜଣେ ଇଆଇସି ଘଟଣାସ୍ଥଳରେ ଉପସ୍ଥିତି ରହି ସ୍ଥିତି ଉପରେ ନଜର ରଖିଛନ୍ତି। ପର୍ଯ୍ୟାପ୍ତ ପରିମାଣର ବାଲିବସ୍ତା, ବହ୍ଲା ଆଦି ମହଜୁଦ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ , ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ । ଜିରୋ କାଜୁଆଲିଟିରେ ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି କହିଛନ୍ତି ମନ୍ତ୍ରୀ। ସୁବର୍ଣ୍ଣରେଖା ଜଳସ୍ତର ସ୍ଥିର ଥିଲେ ବି ତାହା ବିପଦସଙ୍କେତ ଉପରେ ରହିଛି।
ସେହିପରି ଜାମଶୋଳାଘାଟରେ ବିପଦସଂକେତ ୪୯.୧୫ ଥିବା ବେଳେ ଏବେ ତାହା ୪୯.୭୨ ରହିଛି। ରାଜଘାଟରେ ବିପଦସଂକେତ ୧୦.୩୬ ଥିବା ବେଳେ ଏବେ ୧୧.୮୮ ମିଟର ଉପରେ ଜଳ ପ୍ରବାହିତ ହେଉଛି I ଉଲ୍ଲେଖଯୋଗ୍ୟ ଯେ, ଝାଡଖଣ୍ଡ ଗାଲୁଡିହ ଡ୍ୟାମ୍ରୁ ପାଣି ଆସିବା ପରେ ସୁବର୍ଣ୍ଣରେଖା ନଦୀ ଫୁଲିବାରେ ଲାଗିଥିଲା ।ଝାଡଖଣ୍ଡ ଗାଲୁଡିହି ବ୍ୟାରେଜର ୧୮ଟି ଗେଟ୍ ଯୋଗେ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ବଡ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି ।




