ପୋଖରୀରୁ ଉଦ୍ଧାର ହୋଇଥିବା ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ସମ୍ବଲପୁର : ଜୁନ୍‌ ୨୨: ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ପଡ଼ିଆବାହାଲ ବନାଞ୍ଚଳର ବଡ଼ସାହି ବନ ସେକ୍ସନ ଅଧିନ ସାପଲହରାସ୍ଥିତ ପୋଖରୀ ଭିତରୁ କ୍ରେନ୍‌ ଯୋଗେ ଉଦ୍ଧାର କରାଯାଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କ୍ରେନ୍‌ ଦ୍ୱାରା ପାଣିରୁ ଉଠିବା ପରେ ହାତୀ ନିସ୍ତେଜ ହୋଇଯାଇଥିଲା । ଚିକିତ୍ସକ ଟିମ୍‌ ବହୁ ଉଦ୍ୟମ କରି ମଧ୍ୟ ଦନ୍ତା ହାତୀକୁ ବଞ୍ଚାଇ ପାରିଲେ ନାହିଁ । ଡିଏଫ୍‌ଓ ବି . ନିଲାମ୍ବର ଏହି ସୂଚନା ଦେଇଛନ୍ତି । […]

Samaya Live Picture
Published On

ସମ୍ବଲପୁର : ଜୁନ୍‌ ୨୨: ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ପଡ଼ିଆବାହାଲ ବନାଞ୍ଚଳର ବଡ଼ସାହି ବନ ସେକ୍ସନ ଅଧିନ ସାପଲହରାସ୍ଥିତ ପୋଖରୀ ଭିତରୁ କ୍ରେନ୍‌ ଯୋଗେ ଉଦ୍ଧାର କରାଯାଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କ୍ରେନ୍‌ ଦ୍ୱାରା ପାଣିରୁ ଉଠିବା ପରେ ହାତୀ ନିସ୍ତେଜ ହୋଇଯାଇଥିଲା । ଚିକିତ୍ସକ ଟିମ୍‌ ବହୁ ଉଦ୍ୟମ କରି ମଧ୍ୟ ଦନ୍ତା ହାତୀକୁ ବଞ୍ଚାଇ ପାରିଲେ ନାହିଁ । ଡିଏଫ୍‌ଓ ବି . ନିଲାମ୍ବର ଏହି ସୂଚନା ଦେଇଛନ୍ତି । ଡିଏଫ୍‌ଓ ଶ୍ରୀ ନିଳାମ୍ବର କହିଛନ୍ତି ଯେ, ପାଣି ଭିତରୁ ଉଦ୍ଧାର କରାଯାଇଥିବା ହାତୀକୁ ବଞ୍ଚାଇବା ପାଇଁ ବନ ବିଭାଗ ବହୁ ଉଦ୍ୟମ କରିଥିଲା । ହାତୀର ଚିକିତ୍ସା ଜାରି ରହିଥିଲା । ଭୁବନେଶ୍ୱରରୁ ପ୍ରାଣୀ ଚିକିତ୍ସକମାନେ ଆସି ହାତୀର ଚିକିତ୍ସା ଜାରି ରଖିଥିଲେ । କି;ୁ ମଙ୍ଗଳବାର ଅପରାହ୍ନରେ ହାତୀ ଶେଷ ନିଃଶ୍ୱାସ ଛାଡ଼ିଛି ।

ହାତୀଟି ପାଞ୍ଚ ଦିନ ପାଣିରେ ପଡିବା ପରେ ସକାଳୁ ଉଦ୍ଧାର ହୋଇଥିଲା । ପାଣିରୁ ଉଦ୍ଧାର ହେବା ପୂର୍ବରୁ ହାତୀ କାନ ହଲାଉ ଥିଲା । ଶରୀର ଗତି କରୁଥିଲା । କି;ୁ ହାତୀର ଗୋଡ଼ରେ ଆଘାତ ଲାଗିଥିଲା । ଚିକିତ୍ସା ପରେ ଚଳାବୁଲା କରୁଥିଲା । ସକାଳୁ ମଧ୍ୟ ହାତୀର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଠାକ ଥିଲା । ଘଟଣାସ୍ଥଳରେ ଡିଏଫ୍‌ଓ ଶ୍ରୀ ନିଳମ୍ବର, ଏସିଏଫ୍‌ ମଦନଲାଲ ଶର୍ମା, ସମ୍ବଲପୁର ଅଗ୍ନିଶମ ବାହିନୀର କର୍ମଚାରୀ ରହିଥିଲେ ।

ସୂଚନା ଥାଉଯେ, ଗତ ଗୁରୁବାର ରାତିରେ ପାଣି ପିଇବାକୁ ଆସି ପଙ୍କରେ ଫସି ଯାଇଥିଲା ହାତୀ । ପୋଖରୀରେ ପଡ଼ି ହାତୀର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲା । ଏନେଇ ସୂଚନା ମିଳିବା ପରେ ବନ ବିଭାଗ ପକ୍ଷରୁ ହାତୀଟିକୁ ପୋଖରୀରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଥିଲା । ହେଲେ ସମସ୍ତ ଚେଷ୍ଟା ଫେଲ ମାରିଥିଲା । ହାତୀକୁ ପୋଖରୀ କୂଳରେ ଅଳ୍ପପାଣିରେ ରଖି ଚିକିତ୍ସା କରାଯାଉଥିଲା । ଏକ କ୍ରେନ୍‌ ଯୋଗେ ହାତୀକୁ ପାଣିରୁ ବାହାର କରାଯାଇଥିଲା । ହେଲେ ହାତୀଟି ବାହାରକୁ ଆସିବା ପରେ ତା’ର ମୃତ୍ୟୁ ଘଟିଛି ।